IndiGo ମହିଳାଙ୍କୁ ଦେଲା ବଡ଼ ଉପହାର, ଏବେ ଇଚ୍ଛା ମୁତାବକ କରିପାରିବେ ସିଟ୍‌ ଚୟନ

ଦେଶର ପ୍ରମୁଖ ଏୟାରଲାଇନ୍‌ ମଧ୍ୟରୁ ଅନ୍ୟତମ ଇଣ୍ଡିଗୋ ଏୟାରଲାଇନ୍‌ । ବର୍ତ୍ତମାନ ଇଣ୍ଡିଗୋ ମହିଳାମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ସେବା ଆରମ୍ଭ କରିଛି । ଏବେ ସିଟ୍ ଚୟନକୁ ନେଇ ମହିଳାମାନଙ୍କ ମର୍ଜି ଚାଲିବ, ଅର୍ଥାତ୍‌ ମହିଳାମାନେ ସେମାନଙ୍କ ଇଚ୍ଛା ମୁତାବକ ଅନ୍ୟ ମହିଳା ଯାତ୍ରୀଙ୍କ ପାର୍ଶ୍ୱରେ ନିଜର ସିଟ୍ ବୁକ୍ କରିପାରିବେ ।

ଇଣ୍ଡିଗୋର ଏହି ସୁବିଧା ଅଧୀନରେ ସିଟ୍ ବୁକିଂ କରୁଥିବା ମହିଳାମାନେ ୱେବ୍ ଚେକ୍ ଇନ୍ ସମୟରେ ଅନ୍ୟ ମହିଳା ଯାତ୍ରୀଙ୍କ ଦ୍ୱାରା ବୁକ୍ ହୋଇଥିବା ସିଟ୍ ବିଷୟରେ ଜାଣିପାରିବେ । ଇଣ୍ଡିଗୋର ମହିଳା ଯାତ୍ରୀ ୱେବ୍ ଚେକ୍ ଇନ୍ ସମୟରେ ଦେଖିପାରିବେ ଯେ ମହିଳାମାନେ କେଉଁ କେଉଁ ସିଟ୍ ପୂର୍ବରୁ ହିଁ ବୁକ୍ କରିନେଇଛନ୍ତି । ଏମିତି ସ୍ଥିତିରେ ସେମାନେ ଚାହିଁଲେ, ସେହି ହିସାବରେ ନିଜର ସିଟ୍‌ ଚୟନ କରିପାରିବେ ।

ଇଣ୍ଡିଗୋ କହିଛି ଯେ ଏହି ସୁବିଧା ରିସର୍ଚ୍ଚ ଆଧାରରେ ଆରମ୍ଭ କରାଯାଇଛି, ଯେପରି ମହିଳାଙ୍କ ପାଇଁ ସେମାନଙ୍କ ଯାତ୍ରା ଆହୁରି ଅଧିକ ଆରାମଦାୟକ ହୋଇପାରିବ । ଇଣ୍ଡିଗୋ ହେଉଛି ଦେଶର ସବୁଠାରୁ ବଡ଼ ବିମାନ କମ୍ପାନୀ, ଯାହାର ବିମାନ ଚଳାଚଳ କ୍ଷେତ୍ରରେ ମୋଟ ଅଂଶ ୬୦ ପ୍ରତିଶତରୁ ବି ଅଧିକ ରହିଛି । ଗତ ମାସ ଅର୍ଥାତ୍ ଏପ୍ରିଲ୍‌ରେ ପାଖାପାଖି ୮୦ ଲକ୍ଷ ଲୋକ ଏହି ଏୟାରଲାଇନ୍‌ ଦ୍ୱାରା ଯାତ୍ରା କରିଛନ୍ତି ।

You might also like