ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କୁ ଭେଟିଲେ ଚୀନ୍‌ ପ୍ରତିପକ୍ଷ ଓ୍ଵାଙ୍ଗ ୟି

କେନ୍ୟୁଜ୍(ବ୍ୟୁରୋ): ତୁଟିବ ଭାରତ-ଚୀନ୍‌ ବିବାଦ । ଦୁଇ ଦେଶ ମଧ୍ୟରେ ପ୍ରତିନିଧି ସ୍ତରୀୟ ଆଲୋଚନାରେ ହେଲା ବିଚାରବିମର୍ଶ । ଆଜି ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କୁ ଭେଟି ଆଲୋଚନା କରିଛନ୍ତି ଚୀନ୍‌ ପ୍ରତିପକ୍ଷ ଓ୍ଵାଙ୍ଗ ୟି । ଦୁଇ ଦେଶ ମଧ୍ୟରେ ଥିବା ବିବାଦର ସମାଧାନ ପାଇଁ କୂଟନୈତିକ ଓ ସାମରିକ ସ୍ତରୀୟ ଆଲୋଚନା ପାଇଁ ସହମତି ହୋଇଛି । ଉଭୟ ଦେଶ ପରସ୍ପରର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା କାର୍ଯ୍ୟରୁ ବିରତ ରହିବା ଆବଶ୍ୟକ । ଯେତେ ଶୀଘ୍ର ସମ୍ଭବ ଏ ଦିଗରେ କାମ କରିବା ସହ ପୁରୁଣା ବିବାଦର ସମାଧାନ ନେଇ ଆଲୋଚନା କରିଛନ୍ତି ଭାରତ ଓ ଚୀନ୍‌ ବୈଦେଶିକ ମନ୍ତ୍ରୀ ।

ଆଜିର ବୈଠକ ପୂର୍ବରୁ ହାଇଦ୍ରାବାଦ ହାଉସରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରକୁ ଭେଟିଥିଲେ ଚୀନ୍‌ ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ ୟି । ଏହା ପୂର୍ବରୁ ସେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଭେଟିଥିଲେ । ଗଲଓ୍ଵାନ ସଂଘର୍ଷ ଓ ୟୁକ୍ରେନ ସଙ୍କଟ ନେଇ ଦୁଇଜଣଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏହା ସହ ସେ ଅଜିତ ଡୋଭାଲଙ୍କୁ ଚୀନ ଯିବାକୁ ନିମନ୍ତ୍ରଣ ଦେଇଛନ୍ତି । ଦୁଇ ଦେଶ ମଧ୍ୟରେ ବିବାଦର ସମାଧାନ ହେଲେ ଚୀନ ଗସ୍ତ କରିବେ ବୋଲି କହିଛନ୍ତି ଅଜିତ ଡୋଭାଲ

 

You might also like