ଦେଶ ବିଦେଶ

ଇଣ୍ଡୋନେସିଆରେ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୬.୨

ଇଣ୍ଡୋନେସିଆର ହଲ୍‌ମାହେରା ଦ୍ୱୀପରେ ଅନୁଭୂତ ହୋଇଛି ଭୂମିକମ୍ପ ଝଟ୍‌କା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଛି ୬.୨। ଭୂମିକମ୍ପର କେନ୍ଦ୍ରସ୍ଥଳୀ ଭୂମିର ପ୍ରାୟ ୧୨୦ କିଲୋମିଟର ଗଭୀରରେ ଥିଲା। ତେବେ ଏଥିରେ କୌଣସି କ୍ଷୟକ୍ଷତିର ଖବର ନାହିଁ। ଅବଶ୍ୟ, ୬.୨ ତୀବ୍ରତାର ଭୂମିକମ୍ପକୁ ସାଂଘାତିକ ବୋଲି ଧରାଯାଏ, କାରଣ ଏହାର ଝଟ୍‌କାରେ ଉଚ୍ଚ ଅଟ୍ଟାଳିକା ମଧ୍ୟ ଭୁଶୁଡ଼ି ପଡ଼ିବାର ଆଶଙ୍କା ଥାଏ।

ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର୍‌ ଜିଓସାଇନ୍ସେସ୍‌ (ଜିଏଫ୍‌ଜେଡ୍‌) କହିଛି, ବୁଧବାର ଇଣ୍ଡୋନେସିଆର ହଲ୍‌ମାହେରାରେ ଭୂମିକମ୍ପ ଅନୁଭୂତ ହୋଇଛି। କହି ରଖୁଛୁ, ପ୍ରଶାନ୍ତ ରିଙ୍ଗ୍‌ ଅଫ୍ ଫାୟାରରେ ଇଣ୍ଡୋନେସିଆ ବିସ୍ତାର ହୋଇଛି, ଯାହା ଉଚ୍ଚ ଭୂମିକମ୍ପ ଗତିବିଧିର ଏକ କ୍ଷେତ୍ର। ଏହା ଅନେକ ଟେକ୍ଟୋନିକ୍ ପ୍ଲେଟ୍ ଉପରେ ଅବସ୍ଥିତ।

ଅନେକ ଦ୍ୱୀପପୁଞ୍ଜର ଦେଶ ହେଉଛି ଇଣ୍ଡୋନେସିଆ। ଏହାର ଜନସଂଖ୍ୟା ୨୭ କୋଟିରୁ ଅଧିକ। ରିଙ୍ଗ ଅଫ୍ ଫାୟାରରେ ଏହାର ଅବସ୍ଥାନ ହେତୁ ଏହି ଦେଶରେ ପ୍ରାୟତଃ ଭୂମିକମ୍ପ ଏବଂ ଆଗ୍ନେୟଗିରି ବିସ୍ଫୋରଣ ହୋଇଥାଏ। ଗତବର୍ଷ ଇଣ୍ଡୋନେସିଆର ପଶ୍ଚିମ ଜାଭାର ସିୟାନଜୁର୍‌ ସହରରେ ୫.୬ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା, ଯେଉଁଥିରେ ୩୩୧ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୬୦୦ ଲୋକ ଆହତ ହୋଇଥିଲେ।

Roshni

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଦ୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

8 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

17 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

51 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

59 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago