ଇଣ୍ଡୋନେସିଆ : ଇଣ୍ଡୋନେସିଆ ସୁମାତ୍ରା ଦ୍ବୀପରେ ୬.୪ ତୀବ୍ରତାର ଭୂକମ୍ପ ଆସିଛି । ଭୂକମ୍ପ ଝଟକା ଆଚେ ପ୍ରାନ୍ତ ପାଖରେ ଅନୁଭୂତ ହୋଇଛି । ଇଣ୍ଡୋନେସିଆ ପାଣିପାଗ, ଜଳବାୟୁ ଏବଂ ଭୂଭୌତିକ ଏଜେନ୍ସୀ ଅନୁସାରେ ଭୂକମ୍ପର କେନ୍ଦ୍ର ୧୦ କିମି ଗଭୀର ରହିଛି । କିନ୍ତୁ ସୁନାମୀ ଆଲର୍ଟ ଦିଆଯାଇନାହିଁ ।
ଭୂକମ୍ପ ଝଟକା କେବଳ ପ୍ରଭାବିତ ଅଞ୍ଚଳ ନୁହେଁ ବରଂ ଆଖପାଖରେ ମଧ୍ୟ ଅନୁଭୂତ ହୋଇଛି । ଭୂକମ୍ପ ଝଟକା ଏତେ ଜୋରରେ ଥିଲା ଯେ, ବିଲିଡିଂ ଦୋହଲିଯାଇଥିଲା । ଇଣ୍ଡୋନେସିଆ ଏବେ ପାକ୍ତିକ ବିପର୍ଯ୍ୟୟରେ ସମସ୍ୟାରେ ଘାଣ୍ଟି ହେଉଛି । ଭୂକମ୍ପ ହେବାର ଗୋଟେ ଦିନ ପୂର୍ବରୁ ଉତ୍ତରୀ ସୁମାତ୍ରା ପ୍ରାନ୍ତରେ ମୁଷାଳଧାର ବର୍ଷା କାରଣରୁ ହଠାତ୍ ବନ୍ୟା ଏବଂ ଭୂସ୍ଖଳନରେ ୨୪ରୁ ଅଧିକ ଲୋକଙ୍କ ଜୀବନ ଚାଲିଯାଇଛି ।
ସୂଚନାଯୋଗ୍ୟ, ଗତ ନଭେମ୍ବର ୫ ତାରିଖରେ ଇଣ୍ଡୋନେସିଆର ସୁଲାୱେସୀ ଦ୍ବୀପରେ ୬.୨ ତୀବ୍ରତାର ଭୂକମ୍ପ ହୋଇଥିଲା । ତେବେ ବାରମ୍ବାର ଭୂକମ୍ପ ହେବା ଦ୍ବାରା ଲୋକମାନେ ଭୟଭୀତ ହୋଇଛନ୍ତି ।
EQ of M: 6.4, On: 27/11/2025 10:26:25 IST, Lat: 2.99 N, Long: 96.23 E, Depth: 10 Km, Location: Indian Ocean.
For more information Download the BhooKamp App https://t.co/5gCOtjdtw0 @DrJitendraSingh @OfficeOfDrJS @Ravi_MoES @Dr_Mishra1966 @ndmaindia pic.twitter.com/rE7bqZfsUO— National Center for Seismology (@NCS_Earthquake) November 27, 2025
Also Read : ବସ୍ତିରେ ଭୟଙ୍କର ନିଆଁ, ଜଳିଗଲା ୧୫୦୦ରୁ ଅଧିକ ଘର