ଇଣ୍ଡୋନେସିଆ : ପାହାଡରୁ ଖସିଲା ଯାତ୍ରୀବାହୀ ବସ୍, ୧୨ ମୃତ, ଅନେକ ଆହତ

ଇଣ୍ଡୋନେସିଆର ପଶ୍ଚିମ ସୁମାତ୍ରା ପ୍ରାନ୍ତରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପାହାଡ ଉପରୁ ଖସିପଡିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ଅତିକମରେ ୧୨ ଯାତ୍ରୀଙ୍କ ଜୀବନ ଚାଲିଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ବସରେ ଅତିକମରେ ୩୪ ଜଣ ଯାତ୍ରୀ ଥିବା ଅନୁମାନ କରାଯାଉଛି । ପୋଲିସ ଦୁର୍ଘଟଣା ବିଷୟରେ ସୂଚନା ଦେଇଛି ।

ଖବର ମୁତାବକ, ଯାତ୍ରୀଙ୍କୁ ନେଇ ବସ୍ ଉତ୍ତର ସୁମାତ୍ରା ପ୍ରାନ୍ତରୁ ଇଣ୍ଡୋନେସିଆ ରାଜଧାନୀ ଜାକାର୍ତ୍ତା ଯାଉଥିଲା । ଏହି ସମୟରେ ପଶ୍ଚିମ ସୁମାତ୍ରା ପଡାଙ୍ଗ ସହର ବସ୍ ଟର୍ମିନାଲ ନିକଟରେ ବସ୍ ବ୍ରେକ ଫେଲ ହେବାରୁ ବସଟି ପାହାଡ ତଳକୁ ଖସିପଡିଥିବା ଜଣାପଡିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଦୁର୍ଘଟଣାର କାରଣ ଯାଞ୍ଚ କରୁଛି ।

ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ବସ୍ ବ୍ରେକ ଖରାପ ହେବା କାରଣରୁ ପାହାଡ ରାସ୍ତାରେ ଗାଡ଼ି ଚାଳକ ନିୟନ୍ତ୍ରଣ ହରାଇଥିଲେ । ତେଣୁ ବସଟି ଖାଇକୁ ଖସି ପଡିଥିଲା । ବସରେ ଥିବା ୨୩ ଜଣ ଆହତଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି । ଏମାନଙ୍କ ମଧ୍ୟରୁ ୧୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ବସ୍ ଡ୍ରାଇଭର ସହିତ ଅନେକ ଗୁରୁତର ରହିଛନ୍ତି ।

Also Read : କାର୍ଲିଫର୍ଣ୍ଣିଆ ସାନ ଡିଏଗୋରେ ବୁଡ଼ିଲା ଡଙ୍ଗା, ୩ ମୃତ୍ୟୁ ଓ ୯ ନିଖୋଜ