ନିଖୋଜ ଇଣ୍ଡୋନେସିଆ ଯୁଦ୍ଧ ଜାହାଜର ମିଳିଲା ପତ୍ତା, ସମସ୍ତ ୫୩ କର୍ମଚାରୀ ମୃତ

ମିଳିଲା ନିଖୋଜ ଇଣ୍ଡୋନେସିଆ ଯୁଦ୍ଧ ଜାହାଜର ପତ୍ତା। ବାଲି ସମୁଦ୍ର ଭିତରେ ଜାହାଜ ତିନି ଖଣ୍ଡ ହୋଇଥିବା ଜଣାଯାଇଛି। ଜାହାଜର ସମସ୍ତ ୫୩ କର୍ମଚାରୀ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ରବିବାର ସକାଳେ ୮୦୦ ମିଟରରୁ ଅଧିକ ଗଭୀର ସମୁଦ୍ରରୁ ଏହାର ସନ୍ଧାନ ମିଳିଛି । ସମସ୍ତ ପ୍ରମାଣକୁ ଆଧାର କରି ଇଣ୍ଡୋନେସିଆ ଏହି ସୂଚନା ଦେଇଛି।

ଉଦ୍ଧାର ବେଳେ ଜାହାଜର ସବୁ ମୁଖ୍ୟ ଅଂଶ ଫାଟି ଯାଇଥିବା ଦେଖାଯାଇଛି। ସିଙ୍ଗାପୁର ତରଫରୁ ଏକ ଅଣ୍ଡର ଓ୍ଵାଟର ଉଦ୍ଧାରକାରୀ ଯାନକୁ ଧ୍ୱଂସାବଶେଷର ଭିଜୁଆଲକୁ ନିଶ୍ଚିତ କରିବା ପାଇଁ ପଠାଯାଇଥିଲା। ଗତକାଲି ସେ ଏହି ସୂଚନା ଦେଇଛି।

ପ୍ରକାଶ ଯେ, ବାଲି ଦ୍ୱୀପ ଉତ୍ତର ଦିଗରେ ସମରାଭ୍ୟାସ ବେଳେ ବୁଧବାର ଇଣ୍ଡୋନେସିଆ ଯୁଦ୍ଧ ପୋତ କେଆରଆଇ-ନାଙ୍ଗଲା ୪୦୨ ନିଖୋଜ ହୋଇଯାଇଥିଲା। ତଲାସି ଅଭିଯାନରେ ଇଣ୍ଡୋନେସିଆ ସହ ଭାରତୀୟ ନୌସେନାର ଡିପ୍‌ ସବମର୍ଜେନ୍ସ ରେସକ୍ୟୁ ଭେସେଲ୍‌ -DSVR ସାମିଲ ହୋଇଥିଲା। ଜର୍ମାନ ନିର୍ମିତ ଏହି ୪୪ବର୍ଷର ଯୁଦ୍ଧପୋତ କେଆରଆଇ-ନାଙ୍ଗଲା ୪୦୨ ସମରାଭ୍ୟାସ ବେଳେ ନିଖୋଜ ହେବା ପରେ ଯୋଗାଯୋଗ ବି ବିଛିନ୍ନ ହୋଇଯାଇଥିଲା। ନିଖୋଜ ବେଳେ ଜାହାଜରେ ୫୩ ଜଣ କ୍ରିୟ୍ୟୁ ମେମ୍ବର ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.