ଇଣ୍ଡୋନେସିଆ ଭୂମିକମ୍ପରେ ୩ ଶହରୁ ଅଧିକ ଆହତ, ୭୦୦ ଲୋକଙ୍କର ଉଜୁଡ଼ିଛି ଘର

ଇଣ୍ଡୋନେସିଆର ଜାଭାରେ ସୋମବାର ଆସିଥିବା ଶକ୍ତିଶାଳୀ ଭୂମିକମ୍ପରେ ଦୋହଲି ଯାଇଛି । ଭୂମିକମ୍ପରେ ଏପର୍ଯ୍ୟନ୍ତ ୧୬୨ ଜଣ ପ୍ରାଣ ହରାଇଛନ୍ତି । ୭୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି । ଆହୁରି ଅନେକ ଲୋକ ନିଖୋଜ ଅଛନ୍ତି । ତେଣୁ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ଆମେରିକା ଜିଓଲୋଜିକାଲ ସର୍ଭେ ଅନୁସାରେ ସ୍ଥାନୀୟ ସମୟ ଅପରାହ୍ନ ୧ଟା ୩୧ରେ ୫.୬ ତୀବ୍ରତାର ଭୂମିକମ୍ପ ଆସିଥିଲା। ଏହାର କେନ୍ଦ୍ରସ୍ଥଳ ପଶ୍ଚିମ ଜାଭାର ସିୟାଞ୍ଜୁର ଅଞ୍ଚଳରେ ଭୂ-ପୃଷ୍ଠରୁ ୧୦ କିମି ଗଭୀରତା ରହିଥିଲା। ସବୁଠାରୁ ଦୁଃଖଦାୟକ ଘଟଣା ହେଲା, ଲୋକମାନେ କାନ୍ଦି ବୋବାଇ ନିଜର ପରିଜନଙ୍କୁ ଖୋଜୁଛନ୍ତି। କେଉଁଟା କାହାର ଶବ ସେମାନେ ଜାଣିପାରୁନାହାନ୍ତି । ନିଜ ଲୋକଙ୍କୁ ଆଖି ଖୋଜୁଛି ।

ସିୟାଞ୍ଜୁର ଜିଲ୍ଲାର ସ୍ଥାନୀୟ ଅଧିକାରୀଙ୍କ ଅନୁସାରେ ଭୂମିକମ୍ପ ଯୋଗୁ ଅନେକଗୁଡ଼ିଏ ବିଲ୍ଡିଂ ଭାଙ୍ଗିରୁଜି ଯାଇଛି । ଗ୍ରେଟର ଜାକର୍ତ୍ତା ଅଞ୍ଚଳରେ ଏହାର ପ୍ରଭାବ ଅଧିକ ଅନୁଭୂତ ହୋଇଥିଲା । ସେଠାରେ ଥିବା ଉଚ୍ଚ ଅଟ୍ଟାଳିକାଗୁଡ଼ିକ ୩ ମିନିଟ୍ରୁ ଅଧିକ ସମୟ ଧରି ଦୋହଲିଥିଲା । ତେଣୁ ଝଟ୍କା ଅନୁଭବ କରିବା ପରେ ଲୋକମାନେ ପ୍ରାଣ ବିକଳରେ ଘରୁ ବାହାରି ଆସିଥିଲେ । ଭୂମିକମ୍ପ ପରେ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଅନେକଗୁଡ଼ିଏ ଘରକୁ ଖାଲି କରି ଦିଆଯାଇଛି । ଗୋଟିଏ ହସ୍ପିଟାଲରେ କେବଳ ୨୦ ଜଣଙ୍କର ମୃତ୍ୟୁ ହୋଇଛି ।

ସିୟାଞ୍ଜୁର ଅଞ୍ଚଳରେ ୫ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଜାଭା ଠାରୁ ପ୍ରାୟ ୧୦୦ କି.ମି. ଦୂର ଜାକର୍ତ୍ତାରେ ମଧ୍ୟ ଭୂମିକମ୍ପର ଝଟ୍କା ଅନୁଭୂତ ହୋଇଥିଲା । ଭୂମିକମ୍ପ ଯୋଗୁଁ ଘଣ୍ଟା ଘଣ୍ଟା ପର୍ଯ୍ୟନ୍ତ ବିଜୁଳି ଗାଏବ ରହିଥିଲା।୧୬୨ ଲୋକ ମୃତ୍ୟୁବରଣ କରିଥିବା ବେଳେ ୨୦୦୦ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ଏହାସହିତ ୫ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇଛି ।

ଭୂମିକମ୍ପ ଯୋଗୁଁ ଭୂସ୍ଖଳନ ମଧ୍ୟ ହୋଇଛି। ଅନେକ ସ୍ଥାନରେ ରାସ୍ତା ଦବି ହୋଇ ପଡିଛି। ବୁଲଡୋଜର ସାହାଯ୍ୟରେ ରାସ୍ତାରେ ପଡିଥିବା ଘରର ଧ୍ୱଂସ ବିଶେଷକୁ କଢାଯାଉଛି । ଏହି ସହରର ପାହାଡ ଅଞ୍ଚଳରେ ହୋଇଥିବା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଛି ।

ଇଣ୍ଡୋନେସିଆ ପରେ ସୋଲୋମନ ଦ୍ବୀପରେ ଭୟଙ୍କର ଭୂମିକମ୍ପ । ରିକ୍ଟର ସ୍ଲେଲରେ ତୀବ୍ରତା ୭.୦ ରହିଛି । ଏହାପରେ ସୁନାମୀ ଚେତାବନୀ ଦିଆଯାଇଛି । ଭୂମିକମ୍ପରେ କେତେ ଜୀବନ ହାନୀ କିମ୍ବା କ୍ଷତି ବିଷୟରେ କିଛି ଖବର ମିଳିନାହିଁ । ଏହାକୁ ସୋଲୋମନ ଦ୍ବୀପରେ ସବୁଠାରୁ ବଡ଼ ଭୂମିକମ୍ପ ବୋଲି କୁହାଯାଇଛି । ଭୂକମ୍ପ ପରେ ଲୋକମାନେ ଏଣେତେଣେ ଦୌଡିବାକୁ ଲାଗିଥିଲେ । ଆଜି ସକାଳ ୭ଟା ୩୩ ମିନିଟରେ ଭୂମିକମ୍ପ ଆସିଥିଲା। ଯାହାର ୧୦ କିମି ଗଭୀରରେ ଏହାର କେନ୍ଦ୍ର ରହିଛି।

Leave A Reply

Your email address will not be published.