ଇଣ୍ଡୋନେସିଆରେ ଫୁଟବଲ ମ୍ୟାଚ୍‌ ଦଙ୍ଗା ଘଟଣାରେ ମୃତକଙ୍କ ସଂଖ୍ୟା ୧୭୪କୁ ବୃଦ୍ଧି

ଇଣ୍ଡୋନେସିଆ ଫୁଟବଲ ମ୍ୟାଚ୍ ଦଙ୍ଗା ଘଟଣାରେ ମୃତକଙ୍କ ସଂଖ୍ୟା ବୃଦ୍ଧି ହୋଇଛି। ସକାଳେ ପ୍ରକାଶିତ ଖବର ଅନୁଯାୟୀ, ମ୍ୟାଚ୍‌ ସମୟରେ ଦଙ୍ଗା ଯୋଗୁଁ ୧୨୭ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଥିବା ବେଳେ ଏ ସଂଖ୍ୟା ୧୭୪କୁ ବୃଦ୍ଧି ପାଇଛି। ଏଥିରେ ୧୮୦ ଜଣ ଆହତ ମଧ୍ୟ ହୋଇଛନ୍ତି। ଏହି ହିଂସାକାଣ୍ଡରେ ଇଣ୍ଡୋନେସିଆ ଫୁଟବଲ ସଂଘ ଦୁଃଖ ପ୍ରକାଶ କରିଛି। ଏହାସହିତ ଗୋଟେ ମାସ ପାଇଁ ମ୍ୟାଚ୍‌ ଉପରେ ବ୍ୟାନ୍‌ ଲଗାଯାଇଛି। ଏହି ଘଟଣାର ଯଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନା ଅନୁସାରେ, ଜାପାନୀ କ୍ଲବ୍ସ ଆରେମା ଓ ପରସେବାୟା ସୁରବାୟା ମଧ୍ୟରେ ମ୍ୟାଚ୍ ଖେଳାଯାଉଥିବା ବେଳେ ଜାପାନ ପରାସ୍ତ ହେବାରୁ ନିରାଶ ହୋଇ ହଜାର ହଜାର ଫ୍ୟାନ୍ ପଡ଼ିଆ ଭିତରେ ପଶି ପଡ଼ିଆକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିଥିଲେ। ଦୁଇ ପକ୍ଷର ସମର୍ଥକଙ୍କ ମଧ୍ୟରେ ଦଙ୍ଗା ଆରମ୍ଭ ହୋଇଯାଇଥିଲା। ଏଥିରେ ପୋଲିସ  ହସ୍ତକ୍ଷେପ କରି ଲୁହାବୁହା ଗ୍ୟାସ୍ ସହ ଲାଠି ଚାର୍ଜ କରିଥିଲେ।  ଏହି ହିଂସାକାଣ୍ଡରେ ଘଟଣାସ୍ଥଳରେ ୩୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯୩ ଜଣ ହସ୍ପିଟାଲରେ ଚିକିତ୍ସା ସମୟରେ ପ୍ରାଣ ହରାଇଥିଲେ । ତେବେ ହସପିଟାଲରେ ଚିକିତ୍ସିତ ହେଉଥିବା ଆହତଙ୍କ ମଧ୍ୟରେ କିଛି ମୃତ୍ୟୁବରଣ କରିଥିବା ଯୋଗୁଁ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏଥିରେ ଦଳଚକଟା ହୋଇ ୧୭୪ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା।

ଶନିବାର ରାତିରେ ପୂର୍ବରେ ଥିବା ମଲଙ୍ଗ ଅଞ୍ଚଳରେ ଖେଳ ଚାଲିଥିବା ବେଳେ ଗୋଟିଏ ଟିମ୍ ପରାସ୍ତ ହେବା ପରେ ଫ୍ୟାନମାନଙ୍କ ମଧ୍ୟରେ ଏହି ଦଙ୍ଗା ଆରମ୍ଭ ହୋଇଥିଲା। ଇଣ୍ଡୋନେସିଆ ଫୁଟବଲ ସଂଘ ଏକ ବୟାନ ଜାରି କରି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଘଟଣାକୁ ନେଇ ଏକ ଟିମ୍‌ ମଲଙ୍ଗକୁ ଯାଇଛି।

Also Read : ବୁମରା କେବଳ ଦକ୍ଷିଣ ଆଫ୍ରିକା ସିରିଜରୁ ବାଦ୍‌ ପଡିଛନ୍ତି ଟି-୨୦ ବିଶ୍ୱକପରୁ ନୁହେଁ: ରାହୁଲ ଦ୍ରାବିଡ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.