ଇଣ୍ଡୋନେସିଆରେ ସୁନାମୀରେ ମୃତ୍ୟୁସଂଖ୍ୟା ୧୭ଶହକୁ ବୃଦ୍ଧି ପାଇଛି । ଏଥିସହ ୫ ହଜାରରୁ ଅଧିକ ଲୋକ ନିଖୋଜ ଥିବା ସୂଚନା ମିଳିଛି । ଏ ନେଇ ଇଣ୍ଡୋନେସିଆ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଗତ ୨୮ ତାରିଖରେ ଇଣ୍ଡୋନେସିଆର ପାଲୁ ସିଟିରେ ଭୟାବହ ସୁନାମୀ ହୋଇଥିଲା । ୭ ଦଶମିକ ୫ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପରେ ଥରିଥିଲା ଜାକର୍ତ୍ତା । ଏହାପରେ ଆସିଥିଲା ସୁନାମୀ । ୬ ଫୁଟରୁ ଅଧିକ ଉଚ୍ଚରେ ଜନବସତିକୁ ମାଡ଼ି ଆସିଲା ସମୁଦ୍ର । ସୁଲାବେସୀ ଦ୍ୱୀପରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ପୂର୍ବରୁ ୨୦୦୪ ଡିସେମ୍ବରରେ ଇଣ୍ଡୋନେସିଆର ସୁମାତ୍ରାରେ ୯.୧ ତୀବ୍ରତାର ଭୂକମ୍ପ ଆସିଥିଲା । ଏଥିପାଇଁ ଆସିଥିବା ସୁନାମୀରେ ଭାରତ ମହାସାଗର କ୍ଷେତ୍ରର ଅନେକ ଦେଶରେ ୨ ଲକ୍ଷ ୩୦ ହଜାର ଲୋକ ପ୍ରାଣ ହରାଇଥିଲେ ।