ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ପାଇଁ ଇାନ୍ଦେର ଜିଲ୍ଲା ବିଜେପି ଉପରେ ଲାଗିଲା ୧୩ ଲକ୍ଷ ଟଙ୍କାର ଜରିମାନା, ପଢନ୍ତୁ କଣ ଥିଲା ଭୂଲ

ରବିବାର ଦିନ ଇନ୍ଦୋରରେ ନାଗରିକତା ସଂଶୋଧନ ଆଇନ ବିଷୟରେ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଯେଉଁଥିରେ ଯୋଗ ଦେଉଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । କିନ୍ତୁ ଏହି କାର୍ଯ୍ୟକ୍ରମ ପରେ ମଧ୍ୟପ୍ରଦେଶ ବିଜେପି ଉପରେ ଇନ୍ଦୋରର ନଗର ନିଗମ ଲକ୍ଷାଧିକ ଟଙ୍କାର ଜରିମାନା ଲଗାଇଛି ।

Image result for jp  nadda on caa rally in indore madhyanpradesh

ଇାନ୍ଦେରର ସହର କମିଶନର ଆଶିଷ  ସିଂହ କହିଛନ୍ତି  ବିଜେପି ତାର କାର୍ଯ୍ୟକ୍ରମ  ପାଇଁ ନଗରପାଳିକାଙ୍କର ବିନା ଅନୁମତିରେ ସହର ସାରା ପୋଷ୍ଟର ବ୍ୟାନର ଲଗାଇ ଥିଲେ। ସେଥିପାଇଁ ନଗର ନିଗମ ବିଜେପି ଉପରେ ୧୩ ଲକ୍ଷ ଟଙ୍କାର ଜରିମାନ ଲଗାଇଛନ୍ତି । ଏହି  ଫାଇନ ହୋର୍ଡିଂର ସାଇଜ ଆକାରେ ଲଗାଯାଇଛି। କମିଶନର ଏହା ମଧ୍ୟ କହିଛନ୍ତି  ଯେଉଁଠି କମଳନାଥ ସରକାର ନିଜ  ଫୋଷ୍ଟର କିମ୍ବା ବ୍ୟାନର ଲଗାଇବାକୁ ମନା କରିଛନ୍ତି ସେଠି ବିଜେପି  ମନ ଇଚ୍ଛାରେ ସହର ସାରା ପୋଷ୍ଟର ବ୍ୟାନର ମାରିଛି।

Image result for jp  nadda on caa rally in indore

କୁହାଯାଉଛି ଯେ ପୋଷ୍ଟର ବ୍ୟାନର ଲଗାଇ ପାର୍ଟିର ବିଜ୍ଞାପନ କରିବା ଉପରେ ଏହା ଆଉଟଡୋର ବିଜ୍ଞାପନ ନିୟମ ୨୦୧୭ର     ବିଜେପି ଉଲଂଘନ କରିଥିବାର  ଜଣାଯାଇଛି। ଏହା ସହିତ ବିନାଅନୁମତିରେ ବ୍ୟାନର  ପୋଷ୍ଟର ଓ ହୋର୍ଡିଂ ଲାଗାଇବା ଉପରେ ନଗର ପାଳିକା ଅଧିନିୟମ ୧୯୫୬ର ଧାରା ୩୨୨ର ଉଲଂଘନ କରାଯାଇଥିବାର ଦର୍ଶାଯାଇଛି। ସେପଟେ ନଗର ନିଗମ ତରଫରୁ  ଲଗାଯାଇଥିବା ଫାଇନ ଉପରେ ମତ ରଖିବାକୁ ଯାଇ ଭାଜପାର ଜିଲ୍ଳା ଅଧ୍ୟକ୍ଷ ଗୋପୀକୃଷ୍ଣ  ନେମା କହିଛନ୍ତି ତାଙ୍କୁ ଏପର୍ଯ୍ୟନ୍ତ  ନଗର  ନିଗମ ତରଫରୁ  କୌଣସି ନୋଟିସ ଆସିନାହିଁ। ତାଙ୍କୁ ଗଣମାଧ୍ୟମରୁ ଏହି ସୂଚନା ମିଳିଛି । ଏହା ମଧ୍ୟ କହିଛନ୍ତି ଜିଲ୍ଲା ବିଜେପି ତରଫରୁ କୌଣସି ନିୟମ  ଉଲଂଘନ  କରାଯାଇନାହିଁ। କାର୍ମକର୍ତ୍ତାମାନେ ହୋର୍ଡିଂ ବ୍ୟାନର  ଲଗାଇଦେଇଛନ୍ତି । କିନ୍ତୁ ଷ୍ଟେଜ୍ ପାଇଁ ତାଙ୍କ ପାଖରେ ସମ୍ମତିପତ୍ର ଥିଲା ବୋଲି ଗୋପୀକୃଷ୍ଣ  କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.