ହସ୍ପିଟାଲରେ ଜନ୍ମ ହେଲା ଅଦ୍ଭୁତ ଶିଶୁ,ଗୋଟିଏ ଶରୀରରେ ରହିଛି ଦୁଇଟି ମୁଣ୍ଡ

ଇନ୍ଦୋର ସରକାରୀ ଡାକ୍ତରଖାନାରେ ଏକ ବିରଳ ଘଟଣା ସାମନାକୁ ଆସିଛି ।  ଜଣେ ୨୨ ବର୍ଷୀୟ ମହିଳା ଏକ ବିରଳ ଶିଶୁକୁ ଜନ୍ମ ଦେଇଛନ୍ତି ।  ଯାହାର ଶରୀର ଗୋଟିଏ କିନ୍ତୁ ମୁଣ୍ଡ ଦୁଇଟି ।
ମେଡିକାଲ ଟର୍ମରେ ଏହି ଶିଶୁକୁ ପାରାପୋଗସ ଡାଇସେଫାଲିକ୍ କନଜୟଣ୍ଟ ଟୁଇନ୍ସ ବୋଲି କୁହାଯାଏ ।

ଏଭଳି ଶିଶୁ ଲକ୍ଷରେ ଜଣେ ଜନ୍ମ ହୋଇଥାଏ । ତେବେ ଉକ୍ତ ମହିଳାଙ୍କୁ ଭୀଷଣ ଯନ୍ତ୍ରଣା ଅନୁଭବ ହୋଇଥିଲା ସେହି ସମୟରେ ମହିଳାଙ୍କୁ ହସ୍ପିଟାଲ ଅଣାଯାଇଥିଲା । ପ୍ରାରମ୍ଭିକ ପରୀକ୍ଷାରୁ ଜଣା ପଡିଥିଲା କି ମହିଳାଙ୍କ ପ୍ରସବ ଅଧିକ ଜଟିଳ ରହିଥିଲା ।

ସ୍ତ୍ରୀ ରୋଗ ବିଭାଗ ଡାକ୍ତର ନିଲେଶ ଦଲାଲ ଏବଂ ତାଙ୍କ ଟିମ ଅଧ ଘଣ୍ଟା ମଧ୍ୟରେ ଅସ୍ତ୍ରପଚାର ସଫଳ କରିଥିଲେ । ଶିଶୁ କନ୍ୟାଟିର ଓଜନ ୨ କେଜି ୮୦୦ ଗ୍ରାମ ରହିଥିଲା । ଡାକ୍ତରଙ୍କ ସୂଚନା ଅନୁସାରେ ମା ଓ ଶିଶୁ ସୁରକ୍ଷିତ ଅଛନ୍ତି ।

ତେବେ ଏହି ଘଟଣାରେ ଡାକ୍ତରୀଙ୍କ ଟିମ୍ ଆଗକୁ ହେଉଥିବା ସର୍ଜରୀରେ କାମ କରୁଛନ୍ତି । ଏହି ମାମଲା ଏମଟିଏଚ ହସ୍ପିଟାଲ୍ ର ଏକ ବିରଳ ଅସ୍ତ୍ରାପଚାର ଅଟେ । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

Also read: ଜନ୍ମ ହେଲା ୪ ହାତ ଓ ୪ ଗୋଡ଼ ଥିବା ଅଦ୍ଭୁତ ଶିଶୁ, ଜାଣନ୍ତୁ କେଉଁଠାରେ ଘଟିଛି ଏଭଳି ଘଟଣା