କ୍ୱାକର ଚେଙ୍କରେ ୩ ମାସର ଶିଶୁ ମୃତ, ଗରମ ଲୁହା ରଡରେ ଦେଇଥିଲା ୫୧ ଥର ଚେଙ୍କ

କେନ୍ୟୁଜ୍‌(ବ୍ୟୁରୋ): ଚିକିତ୍ସା ବିଜ୍ଞାନରେ ଅନେକ ଉନ୍ନତି ଆସିଛି । ଅନେକ ଦୁରାରୋର‍୍ୟ ରୋଗ ଭଲହୋଇ ପାରୁଛି । ଗାଁ ଗାଁରେ ପହଞ୍ଚି ପାରିଛି ଡାକ୍ତରୀ ଚିକିତ୍ସା । ତଥାପି ଆଜିବି ଅନେକ ଲୋକ ଅଛନ୍ତି ଯିଏକି ଚିକିତ୍ସା ପାଇଁ କ୍ୱାକ ପାଖକୁ ଚାଲି ଯାଉଛନ୍ତି । ଅନ୍ଧବିଶ୍ୱାସର ବସବର୍ତ୍ତି ହୋଇ କ୍ୱାକର ଚିକିତ୍ସା ପଦ୍ଧତିରେ ଚିକିତ୍ସିତ ହେଉଛନ୍ତି । ପରେ ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି । ଭଳ ହେବା ପରିବର୍ତ୍ତେ ଆହୁରି ବିଗିଡ଼ି ଯାଉଛି ସ୍ୱାସ୍ଥ୍ୟବସ୍ଥା । ଏପରିକି ବେଳେ ବେଳେ ରୋଗୀର ମୃତ୍ୟୁ ହୋଇ ଯାଉଛି । ମଧ୍ୟପ୍ରଦେଶ ଶାହଡୋଲ ଜିଲ୍ଲାରୁ ଏପରି ଘଟଣା ସାମନାକୁ ଆସିଛି ।

ଗରମ ଲୁହାରଡ଼ ଚେଙ୍କରେ ୩ ମାସ ଶିଶୁର ମୃତ୍ୟୁ ହୋଇଛି । ଶିଶୁଟିର ପେଟରେ ୫୧ ଥର ଗରମ ଲୁହାରଡରେ ଚେଙ୍କ ଦିଆଯାଇଛି । ଶିଶୁଟି ନିମୋନିଆ ରୋଗରେ ଆକ୍ରାନ୍ତ ଥିଲା । ଏହାର ଚିକିତ୍ସା ପାଇଁ କ୍ୱାକଟି ଶିଶୁଟିର ପେଟରେ ଗରମ ରଡ୍‌ ଯୋଗେ ଚେଙ୍କ ଦେଇଥିଲା । ଶିଶୁଟିର ସ୍ୱାସ୍ଥ୍ୟା ବସ୍ଥାରେ ସୁଧାର ଆସିବ କଣ ଆହୁରି ବିଗିଡ଼ି ଯାଇଥିଲା ।

ପରେ ଶିଶୁଟିର ସ୍ୱାସ୍ଥ୍ୟରେ ଅବନତି ଘଟିବାରୁ ପରିବାର ଲୋକେ ଶାହଡୋଲ ମେଡ଼ିକାଲ କଲେଜରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଶିଶୁଟିର ମୃତ୍ୟୁ ହୋଇଛି । ଏହା ପୂର୍ବରୁ ଶିଶୁଟି ଶ୍ୱାସକ୍ରିୟାରେ ସମସ୍ୟା ଭୋଗୁଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.