ନୀତି ଆୟୋଗ ପକ୍ଷରୁ ପ୍ରକାଶ ପାଇଛି ୨୦୧୯ର ଇନୋଭେସନ୍‌ ଇଣ୍ଡେକ୍ସ, ଓଡ଼ିଶା ରହିଛି ୧୨ନମ୍ବର ସ୍ଥାନରେ

ଭୁବନେଶ୍ବର(କେନ୍ୟୁଜ୍):  ପ୍ରକାଶ ପାଇଛି ୨୦୧୯ର ଇନୋଭେସନ୍‌ ଇଣ୍ଡେକ୍ସ। ନୀତି ଆୟୋଗ ପକ୍ଷରୁ ଜାରି ଏହି ଇଣ୍ଡେକ୍ସରେ ଓଡ଼ିଶା ୧୨ନମ୍ବର ସ୍ଥାନରେ ରହିଛି । ତାଲିକାର ସବା ଆଗରେ କର୍ଣ୍ଣାଟକ। ସେହିପରି ଦୁଇ ନମ୍ବର ସ୍ଥାନରେ ତାମିଲନାଡ଼ୁ, ତିନି ନମ୍ବରରେ ରହିଛି ମହରାଷ୍ଟ୍ର । ଏହା ପଛକୁ ଅଛନ୍ତି ତେଲେଙ୍ଗାନା, ହରିଆଣା, କେରଳ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ଗୁଜରାଟ, ଆନ୍ଧ୍ରପ୍ରଦେଶ ଓ ପଞ୍ଜାବ । ପଞ୍ଜାବ ପଛକୁ ୧୨ ନମ୍ବର ସ୍ଥାନରେ ଓଡ଼ିଶା ରହିଛି। ପ୍ରଥମ ୧୦ଟି ରାଜ୍ୟ ଦକ୍ଷିଣ ଭାରତ ଓ ପଶ୍ଚିମ ଭାରତର । ଏହି ତାଲିକାକୁ ତିନି ଭାଗରେ ବିଭକ୍ତ କରାଯାଇଛି। ବଡ ରାଜ୍ୟ, ଉତ୍ତର ପୂର୍ବ ଓ ପାହାଡି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଓ ଛୋଟ ରାଜ୍ୟ। ପାହାଡି ରାଜ୍ୟ ଭିତରେ ଆଗରେ ରହିଛି ସିକିମ୍‌ ଓ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରେ ପ୍ରଥମ ସ୍ଥାନରେ ରହିଛି ଦିଲ୍ଲୀ। ପାଖରେ ଥିବା ସମ୍ବଳର ବିନିଯୋଗ କରି କେଉଁ ରାଜ୍ୟ କେତେ ଦକ୍ଷତାର ସହ ପରିକଳ୍ପନା ଏବଂ ଯୋଜନା କରିବା ସହ ଏହାର ସଫଳ ରୂପାୟନ କରିପାରିଛି, ତାକୁ ନେଇ ଏହି ତାଲିକା ପ୍ରସ୍ତୁତ କରାଯାଇଛି। ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ଓ ସିଇଓ ଅମିତାଭ କାନ୍ତଙ୍କ ଉପସ୍ଥିତିରେ ଏହି ତାଲିକା ପ୍ରକାଶ ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.