ଡିଏସପି ଝିଅକୁ ସାଲ୍ୟୁଟ ମାରିଲେ ଇନ୍ସପେକ୍ଟର ବାପା, କହିଲେ ଝିଅରେ…

ଗୋଟେ ବାପା ସେତେବେଳେ ନିଜ ଉପରେ ଗର୍ବ କରନ୍ତି ଯେତେବେଳେ ତାଙ୍କ ପୁଅ ଝିଅ କୌଣସି ଉଚ୍ଚ ପଦରେ ରୁହନ୍ତି। ପିତା-ମାତାଙ୍କ ମୂଲ୍ୟ ଏତେ ଅଧିକ ଯେ ଏହାକୁ କେହିବି ଟଙ୍କା ଦେଇ କିଣିପାରିବ ନାହିଁ। କିନ୍ତୁ ସେହି ପିତା-ମାତାଙ୍କୁ ଦୁନିଆର ସବୁଠାରୁ ଅଧିକ ଖୁସି ଦିଏ ସେତେବେଳେ ଯେତେବେଳେ ସେମାନଙ୍କ ପିଲା ସଫଳତା ପାଆନ୍ତି। ଏହି ସଫଳତାରୁ ହିଁ ପିତା-ମାତା ଏହାର ମୂଲ୍ୟ ସେ ପାଇଯାନ୍ତି।

ଏମିତି ଏକ ଘଟଣା ଏବେ ଆନ୍ଧ୍ରପ୍ରଦେଶରେ ଦେଖିବାକୁ ମିଳିଛି। ଆନ୍ଧ୍ର ପ୍ରଦେଶର ପୋଲିସ୍‌ ବିଭାଗରେ କାର୍ଯ୍ୟରତ ସର୍କଲ ଇନ୍ସପେକ୍ଟର ଶ୍ୟାମ ସୁନ୍ଦର ଯେତେବେଳେ ନିଜ ଡିଏସପି ଝିଅକୁ ସାଲ୍ୟୁଟ୍‌ ମାରିଲେ ସେତେବେଳେ ସେଠାରେ ଉପସ୍ଥିତ ଥିବା ଲୋକଙ୍କ ଆଖିରେ ବି ଲୁହ ଆସି ଯାଇଥିଲା। ସେତେବେଳେ ହିଁ ଶ୍ୟାମ ସୁନ୍ଦର ପିତା ହେବାର ପ୍ରକୃତ ମୂଲ୍ୟ ପାଇ ଯାଇଥିଲେ। ଗର୍ବରେ ଶ୍ୟାମ ସୁନ୍ଦରଙ୍କ ଛାତି ଚଉଡା ହୋଇଗଲା।

ଏହି ପୂରା ଘଟଣା ସେଠାରେ ଥିବା କ୍ୟାମେରାରେ କଏଦ ହୋଇଛି। ତେବେ ଏହି ଘଟଣାକୁ ଆନ୍ଧ୍ର ପ୍ରଦେଶ ପୋଲିସ୍ ନିଜର ଅଫିସିଆଲ୍‌ ଟ୍ୱିଟର‌ରେ ସେୟାର କରି ଲୋକଙ୍କୁ ଜଣାଇଥିଲା। ଟ୍ୱିଟ୍‌ରେ ସେ ସମୟର ଫଟୋ ସେୟାର କରି ପୋଲିସ୍‌ ବିଭାଗ କ୍ୟାପସନ୍‌ରେ, “ଆନ୍ଧ୍ର ପ୍ରଦେଶ ପୋଲିସ୍‌ ପରିବାରକୁ ସାଥୀରେ ନେଇ ଚାଲିଥାଏ। ସର୍କଲ ଇନ୍ସପେକ୍ଟର ଶ୍ୟାମ ସୁନ୍ଦର ନିଜ ଝିଅ ପ୍ରଶାନ୍ତିକୁ ଯିଏ କି ଏବେ ଆନ୍ଧ୍ର ପୋଲିସ୍‌ରେ ଡିଏସ୍‌ପି ଅଛନ୍ତି ଗର୍ବ ଏବଂ ସମ୍ମାନର ସହ ସାଲ୍ୟୁଟ୍‌ କରୁଛନ୍ତି” ବୋଲି ଲେଖିଛି।

ଝିଅକୁ ‘ନମସ୍ତେ ମ୍ୟାଡ଼ାମ’ କହି ମାରିଲେ ସାଲ୍ୟୁଟ

ଏହି ଦୁଇ ପୋଲିସ ଅଫିସରଙ୍କ ସାମନା ସାମନି ବେଳେ ପିତା ଶ୍ୟାମ ସୁନ୍ଦର ଡ୍ୟୁଟିରେ ଥିଲେ। ତେବେ ହଠାତ ଯେତେବେଳେ ତାଙ୍କ ଝିଅ ତାଙ୍କ ସାମ୍ନାରେ ଆସି ଛିଡା ହୋଇଗଲେ ‘ନମସ୍ତେ ମ୍ୟାଡ଼ାମ’ କହି ନିଜ ଡିଏସପି ଝିଅକୁ ସାଲ୍ୟୁଟ ମାରିଲେ ପିତା ଶ୍ୟାମ ସୁନ୍ଦର। ଡିଏସପି ପ୍ରଶାନ୍ତିଙ୍କ ପିତା ଶ୍ୟାମ ସୁନ୍ଦର ଏବେ ପୋଲିସ୍‌ ଟ୍ରେନିଂ ସେଣ୍ଟରରେ କାର୍ଯ୍ୟ କରୁଛନ୍ତି। ପ୍ରଶାନ୍ତି ଜଣେ ଇଞ୍ଜିନିୟର୍‌ ଗ୍ରାଜୁଏଟ୍‌ । ସେ ୨୦୧୮ରେ ଭାରତୀୟ ପୋଲିସ୍‌ ସେବାରେ ଯୋଗ ଦେଇଥିଲେ। ବର୍ତ୍ତମାନ ସେ ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ ଡିଏସ୍‌ପି ଭାବେ କାର୍ଯ୍ୟ କରୁଛନ୍ତି।

 

You might also like