ଏବେ ଏବେ ଜଣେ ବୃଦ୍ଧାଙ୍କ ଫଟୋ ସୋସିଆଲ ମିଡିଆରେ ପୂରା ଛାଇଯାଇଛି। ବୃଦ୍ଧା ଜଣକ ବେଶ୍ ଷ୍ଟାଇଲିସ୍ ଓ ଫ୍ୟାଶନେବୁଲ୍। କିନ୍ତୁ ଆପଣ ଜାଣି ଆଶ୍ଚଯ୍ୟର୍ ହେବେ ଯେ ତାଙ୍କ ବୟସ ୯୨ ବର୍ଷ। ଦାଦିଙ୍କର ଏଭଳି ସଉକ ଆଗରେ ବୟସ ବି ହାର୍ ମାନିଛି।
କେବଳ ଏତିକି ନୁହେଁ, ଦାଦିଙ୍କୁ ରିହାନା ଓ ମାଇଲି ସାୟରସ୍ଙ୍କ ଭଳି ଆମେରିକାନ୍ ସେଲିବ୍ରିଟି ଫଲୋ କରିଥାଆନ୍ତି। ତାଙ୍କ ଇନ୍ଷ୍ଟା ପେଜ୍ର ନାଁ ‘baddiewinkle’। ଏଠି ତାଙ୍କୁ ୩୦ ଲକ୍ଷରୁ ଅଧିକ ଲୋକ ଫଲୋ କରୁଛନ୍ତି।
୧୯୨୮ରେ ଜନ୍ମଗ୍ରହଣ କରିଥିବା ଏହି ଦାଦିଙ୍କ ନାଁ ‘Helen Ruth Elam’। କିନ୍ତୁ ପୂରା ଦୁନିଆ ତାଙ୍କୁ baddie winkle ନାଁରେ ଜାଣିଛି। ସେ ଜଣେ ଆମେରିକାନ୍ ଇଣ୍ଟରନେଟ୍ ପର୍ସନାଲିଟି।
ଦାଦିଙ୍କୁ ଯେତେବେଳେ ୮୫ ବର୍ଷ ବୟସ ହୋଇଥିଲା, ସେତେବେଳେ ସେ ଇଣ୍ଟରନେଟ୍ ସେନ୍ସେଶନ ବନିଯାଇଥିଲେ। ଏ ସବୁ ତାଙ୍କ ନାତୁଣୀଙ୍କ ଯୋଗୁ ହୋଇପାରିଥିଲା।
ଦାଦି ଏବେ ଆମେରିକାର ଓ୍ଵାକୋରେ ନିଜର ୬ ଏକର ଫାର୍ସହାଉସ୍ରେ ସାଧାରଣ ଜୀବନ ଜିଉଁଛନ୍ତି। ସେ ନାତି, ନାତୁଣୀଙ୍କ ସହ ସମୟ ବିତାନ୍ତି। ଦିନେ ତାଙ୍କ ନାତୁଣୀ ଦାଦିଙ୍କୁ ଅଜବ ପ୍ରକାର ଡ୍ରେସ୍ ପିନ୍ଧାଇ ଫଟୋ ଉଠାଇଥିଲେ ଏବଂ ସୋସିଆଲ ମିଡିଆରେ ଛାଡ଼ିଦେଇଥିଲେ। ଏହାପରେ ଦାଦି ଇଣ୍ଟରନେଟ୍ରେ ଭାଇରାଲ ହୋଇଯାଇଥିଲେ।
୨୦୧୪ରେ ଦାଦି ନିଜର ପ୍ରଥମ ଫଟୋ ଇନ୍ଷ୍ଟାଗ୍ରାମରେ ଶେୟାର କରିଥିଲେ। ଆଜି ପଯ୍ୟର୍ନ୍ତ ସେ ୩୩୦ଟି ଫଟୋ ପୋଷ୍ଟ କରିସାରିଲେଣି।