ଏହା ବି ହୋଇପାରେ ମୃତ୍ୟୁର କାରଣ! କୁକୁରକୁ ଘରୁ ବାହାର କରି ଦେବାକୁ ମା’ କହିବାରୁ ପୁଅ ଲଗାଇ ଦେଲା ଫାଶି; ସେହି କୁକୁର ହିଁ କାମୁଡ଼ିଥିଲା ମା’କୁ

ମଧ୍ୟ ପ୍ରଦେଶର ଛତରପୁରରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ମା’କୁ ଘରର ପୋଷା କୁକୁର କାମୁଡ଼ି ଦେଇଥିଲା। ଆଉ ଏହାପରେ ମା’ ଜଣକ କୁକୁରକୁ ନେଇ ଘର ବାହାରେ ଛାଡ଼ି ଦେବାକୁ ନିଜ ପୁଅକୁ କହିଥିଲେ। ହେଲେ ପୁଅ କୁକୁରକୁ ଘଉଡାଇବା ପରିବର୍ତ୍ତେ ଫାଶି ଲଗାଇ ନିଜ ଜୀବନ ହାରିଥିଲା। ଆଶ୍ଚର୍ଯ୍ୟର କଥା, ପୁଅ ନିଜ ସହିତ କୁକୁରକୁ ମଧ୍ୟ ଦଉଡ଼ିରେ ଟାଙ୍ଗି ଦେଇଥିଲା, କିନ୍ତୁ କୁକୁରଟି କୌଣସି ମତେ ବଞ୍ଚି ଯାଇଥିଲା।

ଏହି ମାମଲା ବିଶ୍ୱନାଥ କଲୋନୀର, ଯେଉଁଠି ୩୮ ବର୍ଷୀୟ ଯୁବକ କମଲେଶଙ୍କ ମୃତଦେହ ମଙ୍ଗଳବାର ଝୁଲୁଥିବା ଅବସ୍ଥାରେ ମିଳିଥିଲା। ସେ କୁକୁରର ଶିକୁଳିରେ ହିଁ ଫାଶି ଦେଇଥିଲେ। ମା’କୁ ପୁଅ ଆତ୍ମହତ୍ୟା କରିଥିବାର ଖବର ସେତେବେଳେ ଜଣାପଡ଼ିଥିଲା, ଯେତେବେଳେ କୁକୁରଟି ଜୋରରେ ଭୁକିବାକୁ ଲାଗିଥିଲା। ବାସ୍ତବରେ, କୁକୁରଟି ଯୁବକଙ୍କ ମା’ଙ୍କୁ କାମୁଡ଼ି ଦେଇଥିଲା, ଏଥିପାଇଁ ମା’ ଜଣକ କୁକୁରକୁ ତାଙ୍କ ଘରେ ରଖିବାକୁ ଚାହୁଁ ନ ଥିଲେ। ଏହି କଥାକୁ ନେଇ ମା’ ଓ ପୁଅଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା।

ମା’ ଶାନ୍ତି ମସିହି (୬୫) ଓ କୁକୁର ସହିତ କମଲେଶ ରହୁଥିଲେ। ଦିନେ ହଠାତ୍‌ ଶାନ୍ତିଙ୍କ ହାତକୁ କୁକୁର କାମୁଡ଼ି ଦେଇଥିଲା। ଏହାପରେ ସେ ପୁଅକୁ କହିଥିଲେ ଯେ ଏବେ ଏହି କୁକୁର ଆମକୁ କାମୁଡ଼ିବା ଆରମ୍ଭ କଲାଣି, ତେଣୁ ତାକୁ ବାହାର କରିଦେ। ଏହାର ଉତ୍ତରରେ ପୁଅ କହିଥିଲା, ମୁଁ ମରିଯିବି ପଛେ ନା କୁକୁରକୁ ମାରିବି ନା ତାକୁ ଘରୁ ବାହାର କରିବି। ଆଉ ଯେତେବେଳେ ମା’ ଗାଳିମନ୍ଦ ଆରମ୍ଭ କରିଥିଲା, ତ ପୁଅ କ୍ରୋଧରେ ବାହାରକୁ ଚାଲି ଯାଇଥିଲା। ପରେ ଯେତେବେଳେ କୁକୁର ଭୁକିବାର ଶବ୍ଦ ଶୁଭିଥିଲା, ତ ଜଣା ପଡ଼ିଥିଲା କି, ପୁଅ ମରିଯାଇଛି। ସେହି ସମୟରେ ତାଙ୍କ କୋଳରେ କୁକୁର ମଧ୍ୟ ଥିଲା। ଭାଇ ସୁନୀଲ ମସିହିଙ୍କ କହିବା ହେଲା, କମଲେଶ କୌଣସି ବି ସ୍ଥିତିରେ କୁକୁରକୁ ଭଗେଇବାକୁ ପ୍ରସ୍ତୁତ ନ ଥିଲା। ଆମେ ତା’ର କଥାକୁ ଅଣଦେଖା କରିଦେଲୁ, ଏହା ଆମର ସବୁଠାରୁ ବଡ ଭୁଲ ଥିଲା। ସେ କୁକୁର ସହିତ ଫାଶି ଲଗାଇ ଦେଇଥିଲା, ହେଲେ କୁକୁରଟି ବଞ୍ଚି ଯାଇଥିଲା।

କମଲେଶ ମେକାନିକ କାମ କରୁଥିଲେ। ସେ ୧୯ ବର୍ଷ ପୂର୍ବେ ବାରାସିଭନୀର ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ଉଭୟଙ୍କର ଏକ ପୁଅ ମଧ୍ୟ ରହିଛି। କିନ୍ତୁ ନଅ ବର୍ଷ ତଳେ ସ୍ତ୍ରୀ ତାଙ୍କୁ ଛାଡ଼ି ଚାଲି ଯାଇଥିଲେ। ସାଥୀରେ ସେ ପୁଅକୁ ମଧ୍ୟ ନେଇ ଯାଇଥିଲେ। ବର୍ତ୍ତମାନ ତାଙ୍କ ପୁଅ ୧୮ ବର୍ଷର ହୋଇ ଯାଇଛି, ଯିଏକି ମା’ ସହିତ ବାରାସିଭନୀରେ ରହୁଛି। ସେପଟେ କମଲେଶ ଖାଲି ପଡ଼ିଥିବା ପ୍ଲଟରେ ଏକ କୁଡ଼ିଆ କରି ମା’ ସହିତ ରହୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.