ଆସନ୍ତାକାଲି ଆସିବ ସାଧାରଣ ବଜେଟ : ଚାଷୀଙ୍କ ପାଇଁ ହୋଇପାରେ ବଡ଼ ଘୋଷଣା

ମୋଦି ସରକାରଙ୍କ ଶେଷ ବଜେଟ୍‌ । ୨୦୧୯ ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଶେଷ ବଡ଼ ସୁଯୋଗ। ହାତ ଛଡ଼ା କରିବାକୁ ଚାହୁନାହାନ୍ତି ସରକାର। ତିନି ହିନ୍ଦୀ ଭାଷୀ ରାଜ୍ୟରେ ବିଜେପି ହାରିବା ପରେ, ବିରୋଧୀ ସୁଦୃଢ଼ ହୋଇଛନ୍ତି। ଚାଷୀ ଓ ରୋଜଗାର ପ୍ରସଙ୍ଗରେ ତୁହାକୁ ତୁହା ଆକ୍ରମଣ କରୁଛନ୍ତି । ତେଣୁ ମୋଦି ସରକାର ସତର୍କ। ବିଶେଷ କରି କୃଷକଙ୍କ ପାଇଁ ବଡ଼ ଘୋଷଣା ହୋଇପାରେ ବୋଲି ସମସ୍ତେ ଆଶା କରୁଛନ୍ତି।

ଏହାସହ ମଧ୍ୟବିତ୍ତଙ୍କୁ ସନ୍ତୁଷ୍ଟ କରିବାକୁ କିଛି ଘୋଷଣା ହୋଇପାରେ। ଆୟକର ସ୍ଲାବ୍‌ରେ ପରିବର୍ତ୍ତନ ଅନୁମାନ କରାଯାଉଛି। ବର୍ତ୍ତମାନ ୨ ଲକ୍ଷ ୫୦ ହଜାର ଟଙ୍କ ପର୍ଯ୍ୟ ଆୟରେ ଟିକସ ଛାଡ ରହିଛି। ଏହାପରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୫%, ୫ ଲକ୍ଷରୁ ୧୦ ଲକ୍ଷ ପର୍ଯ୍ୟନ୍ତ ୨୦% ଓ ୧୦ ଲକ୍ଷରୁ ଅଧିକ ଆୟ ହେଲେ ୩୦% ଟିକିସ ଦେବାକୁ ପଡୁଛି। ଆୟକର ଛଡ ସୀମା ବଢାଇବାକୁ ଦାବି ହୋଇ ଆସୁଛି । ସେପଟେ ଏତେ ଘୋଷଣାକୁ ଅର୍ଥ କାହିଁ? ବିତ୍ତୀୟ ନିଅଣ୍ଟ ବଢିବା ସମ୍ଭାବନା ମଧ୍ୟ ରହିଛି।

ବଜେଟ୍‌ରେ ଅନେକ ସମୟରେ ଓଡ଼ିଶାକୁ ଅବହେଳା ଅଭିଯୋଗ ହୁଏ। ଚଳିତ ବର୍ଷ ରେଳବାଇ କ୍ଷେତ୍ରରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ ବାବଦରେ ଅଧିକ ଅର୍ଥ ପାଇଁ ଆଶା ରଖିଛି ରାଜ୍ୟ। ଏହା ସହ କୃଷକଙ୍କ ଆୟ ଦୁଇ ଗୁଣିତ କରିବା, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା, ଉତ୍ତର ପୂର୍ବ ରାଜ୍ୟଗୁଡ଼ିକ ପରି ଓଡ଼ିଶାରେ ମଧ୍ୟ କେନ୍ଦ୍ରୀୟ ଯୋଜନାରେ ୯୦ ପ୍ରତିଶତ କେନ୍ଦ୍ରୀୟ ଅଂଶ, କ୍ଲିନ ଏନର୍ଜି ସେସ ବାବଦରେ ଆଦାୟ ଅର୍ଥର ସିଂହଭାଗ ଓଡିଶାକୁ ମିଳିବା ନେଇ ରାଜ୍ୟ ସରକାର ଆଶା ରଖିଛନ୍ତି।

ସାଧାରତଃ ବଜେଟ୍‌ ପୂର୍ବ ଦିନ, ଆସିଥାଏ ଅର୍ଥନୈତିକ ସର୍ଭେ । ଚଳିତ ବର୍ଷ କିନ୍ତୁ ଏହି ରିପୋର୍ଟ ଆସି ନାହିଁ । ଆସନ୍ତାକାଲି ଜଣାପଡିବ, ଦେଶର ଆର୍ଥିକ ସ୍ଥିତି କଣ ରହିଛି, ବଜେଟ୍‌ରେ ସରକାର ସାଧାରଣ ଜନତାକୁ କେତେ ଆକୃଷ୍ଟ କରୁଛନ୍ତି।

ଅନ୍ୟପଟେ ବଜେଟ ଅଧିବେଶନ ପୂର୍ବରୁ ସଂସଦର ଉଭୟ ଗୃହକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମ୍ବୋଧନ କରିଛନ୍ତି । ସେଣ୍ଟ୍ରାଲ ହଲରେ ଅଭିଭାଷଣରେ ମୋଦି ସରକାରର ସାଢେ ୪ବର୍ଷର ରିପୋର୍ଟ କାର୍ଡ ଉପସ୍ଥାପନ କରିଛନ୍ତି ରାଷ୍ଟ୍ରପତି। କେନ୍ଦ୍ରର ଆୟୁଷ୍ମାନ ଭାରତ ଠାରୁ ଉଜ୍ୱଳା ଯୋଜନା ସହ ସାମାଜିକ ଅଭିବୃଦ୍ଧି ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଆଲୋକପାତ କରିଥିଲେ। ଭାଷଣରେ ଚାଷୀଙ୍କ ଉପରେ ବିଶେଷ ଧ୍ୟାନ ରହିଥିଲା। କୃଷକଙ୍କ ଆୟ ବୃଦ୍ଧି ପାଇଁ ସରକାରଙ୍କ ପ୍ରୟାସ କରୁଛନ୍ତି। ଦେଶର ବିକାଶ ଦର ୭.୨ପ୍ରତିଶତ ବଢିଛି। ନୂତନ ଭାରତ ଗଠନର ସଂକଳ୍ପ ନେଇଛି ସରକାର। ନୂତନ ଭାରତରେ ଭ୍ରଷ୍ଟାଚାରର ସ୍ଥାନ ନାହିଁ ବୋଲି ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ କହିଛନ୍ତି। କଳାଧନ ଓ ଭ୍ରଷ୍ଟାଚାର ରୋକିବାକୁ ବିମୂଦ୍ରାକରଣ କରାଯାଇଥିଲା। ସରକାର ଗଠନ ପରେ ପ୍ରଥମେ କଳାଧନ ରୋକିବାକୁ ଗଠନ ହୋଇଥିଲା ଏସଆଇଟି। ବେନାମୀ ସଂପତ୍ତି ଓ ଅର୍ଥଠୁଳକାରୀଙ୍କ ବିରୋଧରେ ନିଆଯାଉଛି ଦୃଢ କାର୍ଯ୍ୟାନୁଷ୍ଠାନ।

ସେପଟେ ଗୃହକାର୍ଯ୍ୟକୁ ସୁରୁଖୁରୁରେ ଚଳାଇବାକୁ ବିରୋଧୀ ଦଳଙ୍କ ସହଯୋଗ ଲୋଡ଼ିଛନ୍ତି ସରକାର। ସମୟର ସଦୁପଯୋଗ ସହ ବିତର୍କରେ ସମସ୍ତ ଦଳ ଅଂଶଗ୍ରହଣ କରିବାକୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସର୍ବଦଳୀୟ ବୈଠକରେ ସମସ୍ତଙ୍କୁ ସାଙ୍ଗରେ ନେଇ ଦେଶର ବିକାଶ କରିବାକୁ ସେ ଆହ୍ଵାନ ଦେଇଛନ୍ତି । ସେପଟେ ନିର୍ବାଚନ ପୂର୍ବରୁ ଏହା ଶେଷ ଅଧିବେଶନ ହୋଇଥିବାରୁ କେନ୍ଦ୍ର ସରକାରଙ୍କୁ ଘେରିବାକୁ ଯୋଜନା କରିଛି ବିରୋଧୀ ଦଳ । ରାଫେଲ ପ୍ରସଙ୍ଗ, କୃଷକଙ୍କୁ ସର୍ବନିମ୍ନ ସହାୟତା ରାଶି ପ୍ରଦାନ, ନାଗରିକ ସଂଶୋଧନ ବିଲ ଆଦି ମାମଲାରେ ବିତର୍କ କରିବାକୁ ପ୍ରସ୍ତୁତ ହୋଇଛନ୍ତି ।

ସଂସଦରେ ଆସନ୍ତାକାଲି ଆଗତ ହେବ ଅନ୍ତରୀଣ ବଜେଟ। ଫେବୃଆରି ୧୩ ତାରିଖ ଯାଏ ହେବାକୁ ଥିବା ଅଧିବେଶନରେ ୧୦ଟି କାର‌୍ୟ୍ୟ ଦିବସ ରହିଛି । ଆଗକୁ ନିର୍ବାଚନ ଥିବାରୁ ଏହା ଉପରେ ସମସ୍ତଙ୍କ ନଜର ରହିଛି।

KNews Bureau

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

19 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

33 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

48 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

58 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago