ମିଶନ ଚନ୍ଦ୍ରଯାନ ପାଇଁ ଛୁଟୁଛି ପ୍ରଶଂସାର ସୁଅ, ଜାତୀୟ ଗଣମାଧ୍ୟମରେ ପାଲଟିଲା ଶିରୋନାମା

ମିଶନ ଚନ୍ଦ୍ରଯାନକୁ ସଫଳ ମିଳି ନଥିଲେ ମଧ୍ୟ ଇସ୍ରୋକୁ ସମଗ୍ର ଭାରତରୁ ଅନେକ ପ୍ରଶଂସା ମିଳିଛ। କାରଣ ବୈଜ୍ଞାନିକ ମାନଙ୍କ ଅଦମ୍ୟ ସାହାସ ଓ ସାମର୍ଥ୍ୟର ପରାକାଷ୍ଠା ଯେଉଁଭଳି ଭାବରେ ଚନ୍ଦ୍ରଯାନ-୨ର ପରୀକ୍ଷଣରେ ଦେଖିବାକୁ ମିଳିଲା ତାହା ବିଶ୍ବ ଇତିହାସରେ ଲିପିବଦ୍ଧ ହୋଇ ରହିଗଲା। ପାଖାପାଖି ଦେଢ ମାସର ଅପେକ୍ଷା କରିବା ପରେ ଗତ କାଲି ବିଳମ୍ବିତ ରାତି ଲ୍ୟାଣ୍ଡର ଚନ୍ଦ୍ର ଚନ୍ଦ୍ରପୁଷ୍ଠରେ ଅବତରଣ କରିଥାନ୍ତା। କିନ୍ତୁ ଚନ୍ଦ୍ରପ୍ଷ୍ଠରୂ ମାତ୍ର ୨.୫ କିଲୋମିଟର ଦୂରରୁ ଲ୍ୟାଣ୍ଡର ବିକ୍ରମ ସହ ଇସ୍ରୋର ଛିନ୍ନ ହୋଇଥିଲା ସମ୍ପର୍କ । ଯାହା ଫଳରେ ଦିନରାତି ପରିଶ୍ରମ କରି ଏତେ ବଡ ମହତ୍ତ୍ବକାଂକ୍ଷୀ ମିଶନ କରିଥିବା ଇସ୍ରୋର ବୈଜ୍ଞାନିକ ମାନେ ଭାବ ବିହ୍ବଳ ହୋଇଯାଇଥିଲେ।

ତେବେ ଲ୍ୟାଣ୍ଡର ବିକ୍ରମର ଅନ୍ତିମ ସମୟ ସଫ୍ଟ ଲ୍ୟାଣ୍ଡିଙ୍ଗ୍ ନକରିପାରିବାରୁ ଏହାର ପୂର୍ବରୁ ହିଁ ଇସ୍ରୋ ସହ ସଂପର୍କ ଚ୍ଛିନ୍ନ ହୋଇଯାଇଥିଲା । ଏହି ଖବର ଏବେ ସାରା ଦୁନିଆରେ ଚର୍ଚ୍ଚା ସାଉଁଟିଛି । ଅନ୍ତର୍ଜାତୀୟ ଗଣମାଧ୍ୟମ ଏବେ ଇସ୍ରୋର ଖୁବ୍ ପ୍ରଶଂସା କରି କହିଛି ଯେ ଇସ୍ରୋ ଚନ୍ଦ୍ରର ଅତ୍ୟନ୍ତ ସମ୍ବେଦନ ଅଂଶରେ ଲ୍ୟାଣ୍ଡିଙ୍ଗ୍ କରିବାର ସାହସ ଦେଖାଇଛି ଯାହାକୁ ଆଉ କେହି କରିବା କଥା ଭାବି ପାରିବେନାହିଁ  । ଏହି ମିଶନରେ ଏବେ ବି ଆଶା ଲାଗିରହିଛି ।

ଲ୍ୟାଣ୍ଡର ବିକ୍ରମର ସଫ୍ଟ ଲ୍ୟାଣ୍ଡିଙ୍ଗ୍ ରେ ହେଉ କିମ୍ବା ପ୍ରଜ୍ଞାନ ରୋବର୍ ସଂପର୍କ ଶେଷ ହେବା କାରଣରୁ ଇସ୍ରୋକୁ ଏଥିପାଇଁ ଝଟକା ଲାଗିଥିଲେ ମଧ୍ୟ ମିଶନ୍ ଏବେ ବି ଶେଷ ହୋଇନାହିଁ ।