ନିର୍ଭୟା ଦୋଷୀଙ୍କୁ ମହିଳାଙ୍କ ଦ୍ୱାରା ଫାଶୀ ଦିଅ, ଏମିତି ନିଜ ରକ୍ତରେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଲେ ମହିଳା ସୁଟର୍‌ ଭର୍ତ୍ତିକା ସିଂହ

ନୂଆଦିଲ୍ଲୀ :ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଅନ୍ତର୍ଜାତୀୟ ସୁଟର ଭର୍ତ୍ତିକା ସିଂହଙ୍କ ଚିଠି । ରକ୍ତରେ ଚିଠି ଲେଖିଛନ୍ତି ଭର୍ତ୍ତିକା । ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ମହିଳାଙ୍କ ଦ୍ୱାରା ଫାଶୀ ଦେବାକୁ ସେ ଦାବି କରିଛନ୍ତି । ସେ ମଧ୍ୟ ନିଜେ ସେହି ୪ ଅଭିଯୁକ୍ତଙ୍କୁ ଫାଶୀ ଦେବା ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି । ଏହା ଦ୍ୱାରା ସାରା ଦେଶକୁ ଏକ ସନ୍ଦେଶ ଯିବ ଯେ, ମହିଳାଙ୍କ ଦ୍ୱାରା ବି ଫାଶୀ ଦିଆଯାଇପାରେ । ମହିଳା କଳାକାର ଓ ସାଂସଦ ମଧ୍ୟ ତାଙ୍କୁ ସମର୍ଥନ କରନ୍ତୁ ବୋଲି କହିଛନ୍ତି । ଏହା ଦ୍ୱାରା ସାମଜରେ ଏକ ପରିବର୍ତ୍ତନ ଆସିବ । ୪ ଅଭିଯୁକ୍ତଙ୍କୁ ଖୁବ୍ ଶୀଘ୍ର ଫାଶୀ ଦିଆଯାଇପାରେ । ଏନେଇ ହୋଇଥିବା ଆବେଦନର ଶୁଣାଣି ଆସନ୍ତା ୧୮ ତାରିଖରେ ଦିଲ୍ଲୀ ହାଇକୋର୍ଟରେ ହେବ । ୧୮ ତାରିଖରେ ହାଇକୋର୍ଟରୁ ଚୂଡାନ୍ତ ରାୟ ଆସିପାରେ । ଡେଥ୍ ଓ୍ଵାରେଣ୍ଟ ଜାରି ହେବା ପରେ ଖୁବ୍ ଶୀଘ୍ର ଫାଶୀ ଦିଆଯାଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.