ଚେନ୍ନାଇ ଆକାଶରେ ଦେଖାଗଲା ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍, ଆପଣ ବି ସହଜରେ ଦେଖିପାରିବେ ଏହି ଚମତ୍କାର ଦୃଶ୍ୟ
ଯଦି ଆପଣ ଜଣେ ମହାକାଶ ପ୍ରେମୀ ଏବଂ ISS କୁ ଆକାଶ ମାର୍ଗରୁ ଦେଖିବାକୁ ଚାହୁଁଥିବେ, ତେବେ ଆମେ ଆପଣଙ୍କ ପାଇଁ ଆଣିଛୁ ଖୁସି ଖବର । ଆପଣ ବତ୍ତର୍ମାନ ଖାଲି ଆଖିରେ ଏହି ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନକୁ ଦେଖିପାରିବେ ।

ନ୍ୟାସନାଲ ଏରୋନଟିକ୍ସ ଆଣ୍ଡ ସ୍ପେସ୍ ଆଡମିନିଷ୍ଟ୍ରେସନ୍ ବା ନାସାର ଅନୁସାରେ ଇଣ୍ଟରନ୍ୟାସନାଲ୍ ସ୍ପେସ୍ ଷ୍ଟେସନ୍ (ISS) ହେଉଛି ମହାକାଶର ଏକ ଚମକଦାର ବସ୍ତୁ । ଯଦି ଆପଣ ଜଣେ ମହାକାଶ ପ୍ରେମୀ ଏବଂ ISS କୁ ଆକାଶ ମାର୍ଗରୁ ଦେଖିବାକୁ ଚାହୁଁଥିବେ, ତେବେ ଆମେ ଆପଣଙ୍କ ପାଇଁ ଆଣିଛୁ ଖୁସି ଖବର । ଆପଣ ବତ୍ତର୍ମାନ ଖାଲି ଆଖିରେ ଏହି ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନକୁ ଦେଖିପାରିବେ । ଆପଣଙ୍କୁ କଥା ଟା ହୁଏତ ବିଶ୍ୱାସ ହେଉନଥିବ । କିନ୍ତୁ ଏଭଳି କିଛି ସତରେ ହୋଇଛି । ଚେନ୍ନାଇ ଆକାଶରେ ଏହି ସ୍ପେସ୍ ଷ୍ଟେସନ ଦେଖାଯାଇଛି, ଯାହାକୁ ଦେଖିବା ପରେ ଲୋକଙ୍କ ମଧ୍ୟରେ କୌତୁହଳ ସୃଷ୍ଟି ହୋଇଥିଲା ।
ନାସା ଦେଇଥିବା ସୂଚନା ଅନୁସାରେ ଆପଣ ମହାକାଶରେ ଥିବା ସ୍ପେସ୍ ଷ୍ଟେସନକୁ ୮ ମେ ୨୦୨୪ରୁ ୨୩ ମେ ୨୦୨୪ ପର୍ଯ୍ୟନ୍ତ ଦେଖିପାରିବେ । ଏହି ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ ସନ୍ଧ୍ୟା ୭.୦୯ ମିନିଟରୁ ସାତ ମିନିଟ ପର୍ଯ୍ୟନ୍ତ ଲୋକଙ୍କୁ ଦୃଶ୍ୟମାନ ହୋଇଥିଲା । ଯଦି ଆପଣ ଏହାକୁ ଦେଖି ପାରି ନାହାନ୍ତି ତେବେ ଚିନ୍ତା କରିବାର ଆବଶ୍ୟକତା ନାହିଁ । କାରଣ ଏହା ଆସନ୍ତା କାଲି ଅର୍ଥାତ ୧୨ ମେ ଭୋରୁ ସମୟ ୪.୧୪ ମିନିଟରୁ ଲଗାତାର ଭାବେ ୪ ମିନିଟ୍ ପାଇଁ ଦୃଶ୍ୟମାନ ହେବ । ଯଦି ଆପଣ ଶୀଘ୍ର ଉଠି ପାରିବେ ନାହିଁ ତେବେ ଆପଣ ଏହାକୁ ସନ୍ଧ୍ୟା ୭.୦୮ ମିନିଟ୍ ସମୟରେ ଦେଖିପାରିବେ । ଏହା ୪ ମିନିଟ ପାଇଁ ପୁଣି ଦେଖାଯିବ ।
ISS ୧୩ ଏବଂ ୧୪ ମେ ସକାଳ ୫.୦୦ ଟା ଏବଂ ୪.୧୪ରେ ଦୃଶ୍ୟମାନ ହେବ । ୧୩ ମେ ରେ ସ୍ପେସ୍ ଷ୍ଟେସନ୍ ୬ ମିନିଟ୍ ପାଇଁ ଦେଖାଯିବ । ୧୪ ମେ ରେ ଏହା କେବଳ ୩ ମିନିଟ୍ ପାଇଁ ଦୃଶ୍ୟମାନ ହେବ । ତେବେ ଏହି ତାରିଖକୁ ଭଲ ଭାବେ ମନେ ରଖନ୍ତୁ । ଏବଂ ଏହି ଅଦ୍ଭୁତ ଦୃଶ୍ୟ ଦେଖିବାର ଅବସରକୁ ହାତଛଡ଼ା କରନ୍ତୁ ନାହିଁ ।