କ୍ଯାନ୍ସରରେ ଆଖି ହରାଇବା ପରେ ମଧ୍ୟ ବନିଲେ ଇଣ୍ଟରନ୍ଯାସନାଲ ଭିଡ଼ିଓ ଗେମର

ଲସଏଞ୍ଜଲର୍ସ : ଆପଣ ଶୁଣିଥିବେ ଭଗବାନ ଯେତେବେଳେ ଗୋଟିଏ କବାଟ ବନ୍ଦ କରି ଦେଇଥାନ୍ତି ତାପରେ ଆଉ ଗୋଟିଏ କବାଟ ଖୋଲିଦିଅନ୍ତି। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଆମେରିକାରେ ରହୁଥିବା ସ୍ପେନ ୱାନ ଡ଼ି ବେଗେଙ୍କ ନିକଟରେ। ଭିଡ଼ିଓ ଗେମ୍ ଖେଳ ପ୍ରତି ଭଲପାଇବା ରଖିଥିବା ବେଗେଙ୍କର ୬ବର୍ଷରୁ ହିଁ ତାଙ୍କୁ କ୍ଯାନ୍ସର ହୋଇଥିଲା ଯାହା ଫଳରେ ତାଙ୍କ ଆଖି ଖରାପ ହୋଇଯାଇଥିଲା। ଯାହାପରେ ତାଙ୍କ ମନରେ ଭିଡ଼ିଓ ଗେମ ନଖେଳି ପାରିବାର ଦୁଃଖ ରହୁଥିଲା। କିନ୍ତୁ ନିଜ ର୍ଦୁବଳତାକୁ ସବଳରେ ପରିଣତ କରିଥିଲେ ୱାନ। ସେ ଏହାକୁ ଏକ ଚ୍ଯାଲେଞ୍ଜ ଭାବେ ନେଇ ଦୁନିଆକୁ ଭୁଲ ପ୍ରମାଣିତ କଲେ। ନିଜର ମନବଳ ପାଇଁ କେବଳ ଧ୍ବନୀ ବଳରେ ସେ ଆଉଥରେ ଭିଡ଼ିଓ ଗେମ୍ ଖେଳିବା ଆରମ୍ଭ କରିଥିଲେ।
ସ୍ପେନ ୱାନ୍ ଏକୁଟିଆ ହିଁ ଭିଡ଼ିଓ ଗେମର ଧ୍ବାନୀର ବ୍ଯବହାର କରିବା ସହ ଷ୍ଟ୍ରୀଟ ଫାଇଟର ନାମକ ଖେଳ ଖେଳିଲେ। ଯାହାପରେ ବାରମ୍ବାର ଖେଳିବା ପରେ ବହୁତ ପରିଶ୍ରମ କରି ଶେଷକୁ ସେ ସଫଳତା ହାସଲ କଲେ। ଆଜି ସେ ବ୍ଲାଇଣ୍ଡ ୱାରିୟର ସ୍ପେନ୍ ନାମରେ ଜଣେ ଶ୍ରେଷ୍ଠ ଖେଳାଳୀ ପାଲଟି ଯାଇଛନ୍ତି। ଯାହା ଫଳରେ ସେ ଦୁନିଆର କିଛି ଜଣାଶୁଣା ଖେଳାଳୀଙ୍କ ମଧ୍ୟରେ ନିଜର ନାମ ସାମିଲ କରିଛନ୍ତି । ଏପରିକି ୨୦୧୭ ମସିହାରେ ମେଡ଼୍ରିଡ଼ରେ ସୋନିକ ବୁମ୍ ଟୁର୍ଣ୍ଣାମେଣ୍ଟରେ ସବୁଠାରୁ ଭଲ ଖେଳି ପୁରସ୍କାର ପ୍ରାପ୍ତ କରିଥିଲେ।