ଜଳୁଛି ମଣିପୁର: ୫ ଦିନ ପାଇଁ ଇଣ୍ଟରନେଟ୍ ସେବା ବନ୍ଦ, ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି

ଜଳୁଛି ମଣିପୁର ।  ମୈତେଇ ଓ କୁକି ସଂପ୍ରଦାୟ ମଧ୍ୟରେ ସାନି ହିଂସାବ୍ୟାପକ ଭାବେ ତେଜିବା ପରେ ମଣିପୁରରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି ହୋଇଛି । ପୂର୍ବ ଇମ୍ଫାଲ, ଇମ୍ଫାଲ ପଶ୍ଚିମ ଓ ଥୋଉବାଲ ଜିଲ୍ଲାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି କରିଛନ୍ତି ରାଜ୍ୟ ସରକାର ।  ସେହିପରି ୫ ଦିନ ପାଇଁ ରାଜ୍ୟରେ ଇଣ୍ଟରନେଟ ସେବା ବନ୍ଦ ଅଛି ।  ୧୫ ତାରିଖ ଦିନ ୩ ଟା ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ଉପରେ ଆଙ୍କୁଶ ଲାଗିଛି ।

ସେହିପରି ଆଜି ଏବଂ କାଲି ସରକାରୀ ଓ ଘରୋଇ କଲେଜ ବନ୍ଦ ରହିବ ।  ରାଜ୍ୟରେ ହିଂସା ଓ ବିରୋଧ ପ୍ରଦର୍ଶନ ବୃଦ୍ଧି ପାଉଥିବା ବେଳେ ସୁରକ୍ଷା ବାହିନୀ ଆଲର୍ଟରେ ଅଛି ।  କିଛି ଦିନ ହେଲା ଡ୍ରୋନ ଓ ରକେଟ ଆଟାକ ଘଟଣା ବଢିବାରେ ଲାଗିଛି ।  ଗତବର୍ଷ ହିଂସାକାଣ୍ଡରେ ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ।

ଏପଟେ ଲଗାତାର ଦ୍ବିତୀୟ ଦିନ ଜାରି ରହିଛି ଛାତ୍ରଙ୍କ ହିଂସାତ୍ମକ ପ୍ରଦର୍ଶନ । ଆନ୍ଦୋଳନକାରୀ ଛାତ୍ରମାନେ ରାଜଭବନ ଆଉକୁ ମାର୍ଚ୍ଚ କରିବାକୁ ଯାଉଥିବା ବେଳେ ସୁରକ୍ଷା କର୍ମୀଙ୍କ ସହ ଧସ୍ତାଧସ୍ତି ହୋଇଛି । ଉତ୍ତ୍ୟକ୍ତ ଛାତ୍ର ମାନେ ସୁରକ୍ଷାକର୍ମୀଙ୍କ ଉପରକୁ ପଥର ମାଡ଼ କରିଥିଲେ ।  ପରେ ଆନ୍ଦୋଳନକାରୀଙ୍କ ଉପରକୁ ଲୁହବୁହା ଗ୍ୟାସ ପ୍ରଯୋଗ କରାଯାଇଛି ।  ଗତକାଲି ଶହ ଶହ ଆନ୍ଦୋଳନକାରୀ ଛାତ୍ର ରାଜଭବନ ଉପରେ ପଥର ମାଡ଼ କରିଥିଲେ । ରାଜ୍ୟରେ ବଢୁଥିବା ହିଂସା ବିରୋଧରେ ମୈତେଇ ସଂପ୍ରଦାୟର ଛାତ୍ରଛାତ୍ରୀ ୩ ଦିନ ହେଲା ବିକ୍ଷୋଭ ପ୍ରଦର୍ଶନ କରିଆସୁଛନ୍ତି । ଚଳିତ ମାସର ଏକ ଓ ୩ ତାରିଖରେ ହୋଇଥିବା ଡ୍ରୋନ ଆଟାକକୁ ବିରୋଧ କରିଛନ୍ତି । ଗତ ୧୮ ଦିନରେ ମଣିପୁରରେ ଆଠ ଜଣଙ୍କ ମୃତ୍ୟୁ ହୋଇଛି । ରବିବାର କୁକି ସଂପ୍ରଦାୟଙ୍କ ଭାଙ୍ଗବ ଗାଁରେ କିଛି ସଂଗ୍ନିଧ ଗୁଳିମାଡ କରିଥିଲେ ।

ସେହିପରି ବିଷ୍ଣୁପୁର ସୁଗନୁ ଗାଁରେ ଆକ୍ରମଣ ହୋଇଛି । ଗତ କିଛି ଦିନ ହେବ ମଣିପୁରରେ ହିଂସା ବଢି ଚାଲିଛି ।  ଏପଟେ ଛାତ୍ରଙ୍କୁ ହିଂସାମାର୍ଗରୁ ଓହରିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି । ହିଂସାକୁ ଉସୁକାଉଥିବା କିଛି ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀଙ୍କ ଉପରେ ପୋଲିସ ନଜର ରଖିଛି ।  ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଗୃହ ବିଭାଗ ଚେତାବନୀ ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like