ବଢ଼ିଲା ଏମ୍‌ବିବିଏସ୍‌ ଓ ବିଡିଏସ୍‌ ଛାତ୍ରଛାତ୍ରୀଙ୍କର ଇଣ୍ଟର୍ଣ୍ଣସିପ୍‌ ଭତ୍ତା, ରାଜ୍ୟରେ ତୁରନ୍ତ ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ବଢ଼ିଲା ଏମ୍‌ବିବିଏସ୍‌ ଓ ବିଡିଏସ୍‌ ଛାତ୍ରଛାତ୍ରୀଙ୍କର ଇଣ୍ଟର୍ଣ୍ଣସିପ୍‌ ଭତ୍ତା। ଉତ୍ତର ପ୍ରଦେଶର ଯୋଗୀ ସରକାର ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଇଣ୍ଟର୍ଣ୍ଣସିପ୍‌ ଭତ୍ତା ବଢ଼ାଇବାକୁ ଘୋଷଣା କରିଛନ୍ତି।

ଛାତ୍ରଛାତ୍ରୀଙ୍କ ବହୁ ପ୍ରତୀକ୍ଷିତ ଦାବିକୁ ପୂରଣ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଇଣ୍ଟର୍ଣ୍ଣସିପ୍‌ କରୁଥିବା ଛାତ୍ରଛାତ୍ରୀଙ୍କୁ ୭୫୦୦ ଜାଗାରେ ଏବେ ୧୨ ହଜାର ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଭତ୍ତାରେ ଏହି ବୃଦ୍ଧି ୧୦ ବର୍ଷ ପରେ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଙ୍ଗଳବାର ଦିନ ଟ୍ଵିଟ୍‌ କରି ଏହି ସୂଚନା ଦେଇଛନ୍ତି।


ନିଷ୍ପତ୍ତି ମୁତାବକ, ରାଜ୍ୟର ସରକାରୀ ମେଡିକାଲ କଲେଜ, ସଂସ୍ଥା, ବିଶ୍ୱବିଦ୍ୟାଳୟରୁ ଏମ୍‌ବିବିଏସ୍‌ କିମ୍ବା ବିଡିଏସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଇଣ୍ଟର୍ଣ୍ଣସିପ୍‌ କରୁଥିବା ଛାତ୍ରଛାତ୍ରୀଙ୍କୁ ବର୍ତ୍ତମାନ ମିଳୁଥିବା ୭୫୦୦ ଟଙ୍କା ଜାଗାରେ ଏବେ ପ୍ରତିମାସରେ ୧୨୦୦୦ ଟଙ୍କା ଭତ୍ତା ମିଳିବ। ମୁଖ୍ୟମନ୍ତ୍ରୀ ଯୋଗୀ ଭତ୍ତା ରାଶି ବଢ଼ାଇ ତୁରନ୍ତ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.