ନିଶାଶକ୍ତ ଅବସ୍ଥାରେ ଯାତ୍ରୀ ହଠାତ ଧରିଲେ ବସ ଷ୍ଟିୟରିଙ୍ଗ, ୧ମୃତ ୯ ଆହାତ

ମୁମ୍ବାଇ : ମୁମ୍ବାଇରେ ଘଟିଛି ଏକ ବସ ଦୁର୍ଘଟଣା । ଯାତ୍ରା କରିଥିବା ସମୟରେ ନିଶାଶକ୍ତ ଅବସ୍ଥାରେ ଘଟିଗଲା ଅଘଟଣ । ଯାତ୍ରୀ ଜଣକ ନିଶାରେ ଥିବା ସମୟରେ ବସର ଷ୍ଟିଅରିଙ୍ଗ ଧରି ପକାଇଥିଲେ । ଯାହା ଫଳରେ ବସଟି ଭାରସାମ୍ୟ ହରାଇ ୯ ଜଣଙ୍କ ଉପରେ ମାଡି ଯାଥିଲା । ଆହତଙ୍କ ମଧ୍ୟରେ ୩ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏଭଳି ଏକ ଅଭାବନୀୟ ଘଟଣା ମହାରାଷ୍ଟ୍ରର ମୁମ୍ବାଇରେ ହୋଇଛି । ବେଷ୍ଟ ହେଉଛି ମୁମ୍ବାଇର ଏକ ପରିବହନ ଶାଖା । କାଲାଛୌକ ଥାନା ଅଧିକାରୀଙ୍କ ସୂଚନା ଅନୁସାରେ ରୁଟ ୬୬ରେ ଏହି ଇଲେକ୍ଟ୍ରି ଚାଳିତ ବସଟି ଯାଇଥିଲା । ଏହି ବିଦ୍ୟୁତ ଚାଳିତ ବସ୍‌ଟି ସାୟାନରୁ ରାଣୀ ଲଷ୍ମୀବାଇ ଛକରୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ହୋଇଛି । ଜଣେ ବ୍ୟକ୍ତି ନିଶାଶକ୍ତ ଅବସ୍ଥାରେ ବସରେ ଚଢଥିିଲେ । ବସଟି ଲାଲବାଗ ଛକ ଗଣେଶ ଟକିଜ୍‌ରେ ପହଞ୍ଚିବା ପରେ ସେହି ବ୍ୟକ୍ତି ଜଣକ ଡ୍ରାଇଭରଙ୍କ ସହ ହଠାତ ଝଗଡା ସୃଷ୍ଟି କରିଥିଲେ ।

ଏହାପରେ ଡ୍ରାଇଭରଙ୍କ ଠାରୁ ବସର ଷ୍ଟିୟରିଙ୍ଗକୁ ଛଡାଇ ନେଇଥିଲେ ସେହି ବ୍ୟକ୍ତି ଜଣକ । ଫଳରେ ବସଟି ନିୟନ୍ତ୍ରଣ ହରାଇ ବସିଥିଲା । ଶେଷରେ ରନୱେ ଉପରକୁ ମାଡି ଯାଇଥିଲା । ଏହି ସମୟରେ କାର ଓ ବାଇକ ଚାଳକଙ୍କ ଉପରେ ବସଟି ମାଡି ଯାଇଥିଲା । ଏହି ଘଟଣାରେ ୧୦ ଜଣ ଗୁରୁତର ହୋଇଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣ ଗୁରୁତର ଅଛନ୍ତି ।

You might also like