UPSC ପରୀକ୍ଷା ପାସ୍ ପୂର୍ବରୁ ୩୦ ଟି ପରୀକ୍ଷାରେ ଫେଲ୍ ହୋଇଥିଲେ IPS ଆଦିତ୍ଯ, ଜାଣନ୍ତୁ ସଫଳତା ପଛର କାହାଣୀ

ଆଜିକାଲିର ପରିବେଶରେ ପ୍ରତ୍ଯେକ ବ୍ଯକ୍ତି ସବୁଠାରୁ ଆଗରେ ରହିବାର ପ୍ରୟାସ ଜାରି ରଖିଛନ୍ତି। କିନ୍ତୁ କିଛି ମଣିଷଙ୍କ ଦ୍ବାରା ଯଦି କିଛି କାର୍ଯ୍ଯ ହୋଇପାରି ନଥାଏ ତେବେ ସେମାନେ ସେହି କାର୍ଯ୍ଯ କରିବା ଛାଡି ଦେଇଥାନ୍ତି କିମ୍ବା ଅନ୍ଯ କୌଣସି ବାହାନା କରି ଟାଳି ଦେବା ପାଇଁ ପ୍ରୟାସ କରିଥାନ୍ତି। କିନ୍ତୁ ଆଜି ଆମେ ଆପଣମାନଙ୍କ ଏମିତି ଜଣେ ସଫଳ ଲୋକଙ୍କ କାହାଣୀ ନେଇ ଆସୁଛୁ, ଯିଏ ଅନେକ ଥର ଅସଫଳ ହେବା ପରେ ନିଜର ସଫଳତା ପ୍ରେରିତ କରିଛନ୍ତି। ଏଭଳି ଏକ କାହାଣୀ ହେଉଛି IPS ଆଦିତ୍ଯଙ୍କର, ଯିଏ ୫ ବର୍ଷ ଏଆଇଇଇଇ(AIEEE), ରାଜ୍ଯ ପ୍ରଶାସନିକ ସେବା (State Administrative Service), ବ୍ଯାକିଂ (Banking) ଏବଂ କେନ୍ଦ୍ରୀୟ ବିଦ୍ଯାଳୟ ସଂଗଠନ (Central School Organization) ସମେତ ୩୦ ପ୍ରତିଯୋଗୀ ପରୀକ୍ଷା ଦେଇଛନ୍ତି।

AdityaUPSC ପରୀକ୍ଷାରେ ପାସ୍ କରିବା ପୂର୍ବରୁ ୩୦ଟି ପରୀକ୍ଷାରେ ପେଲ୍ ହୋଇଥିଲେ IPS ଆଦିତ୍ଯ

ଜୀବନରେ ଅନେକ ଅନେକ ପରୀକ୍ଷା ଦେଇଥିଲେ ମଧ୍ଯ ପ୍ରତ୍ଯେକ ଥର ନିରାଶ ହୋଇଥିଲେ ଆଦିତ୍ଯ। କିନ୍ତୁ ସେ କେବେ ବି ହାର୍ ମାନିନଥିଲେ। ଆଗକୁ ସେ ଆହୁରି କଠିନ ପରିଶ୍ରମ କରିବା ପରେ ଶେଷଥର ଚତୁର୍ଥ ପ୍ରୟାସରେ ୟୁପିଏସସି (UPSC) ରେ ସଫଳତା ହାସଲ କରିଥିଲେ। କେବଳ ଏତିକି ନୁହେଁ ଆଦିତ୍ଯ ଏହି ପରୀକ୍ଷାରେ ଗତ ୨୦୧୮ ମସିହାରେ ଅଲ୍ ଇଣ୍ଡିଆରେ ୬୩୦ ସ୍ଥାନ ହାସଲ କରିଥିଲେ। ଏହାପରେ ସେ ସଂଗରୁରରେ ଏଏସପି (Assistant Superintendent Of Police) ପଦବୀରେ ନିଯୁକ୍ତି ପାଇଥିଲେ।

୨୦ ଘଣ୍ଟା ପଢୁଥିଲେ ଆଦିତ୍ଯ

ଏକ ସାକ୍ଷାତକାର ମାଧ୍ଯମରେ ନିଜ ବିଷୟରେ ଆଦିତ୍ଯ କହିଥିଲେ, ସେ ପରୀକ୍ଷାରେ ପ୍ରସ୍ତୁତି ପାଇଁ ୨୦ ଘଣ୍ଟା ପର୍ଯ୍ଯନ୍ତ ପାଠ ପଢୁଥିଲେ। ଏଥିସହ ସେ କହିଥିଲେ ଏତେ କଠୋର ପରିଶ୍ରମ କରି ମଧ୍ଯ ପରୀକ୍ଷାରେ ଅସଫଳ ହୋଇଥିଲେ। କିନ୍ତୁ ଅନେକ ଥର ଅସଫଳ ହେବା ପରେ ମଧ୍ଯ ପିଜର ପ୍ରସ୍ତୁତି ଛାଡି ନଥିଲେ ଆଦିତ୍ଯ। ଏନେଇ ସେ ଆଗକୁ ନିଜ ବିଷୟରେ ଏହା ମଧ୍ଯ କହିଛନ୍ତି, ‘ଆପନା ଟିମ୍ ଆୟେଗା।‘

Aditya-1IPS ଆଦିତ୍ଯ ଭାରତୀୟ ପୋଲିସ ସେବାର ସଫଳତାର କାହାଣୀ

ସାକ୍ଷାତକାର ମାଧ୍ଯମରେ ଆଦିତ୍ଯ କହିଛନ୍ତି, ସେ ନିଜ ପଢାକୁ କେବେ ବି ହାଲୁକା ନେଉନଥିଲେ। ସେ ନିଜ ପ୍ରସ୍ତୁତିର ରଣନୀତିକୁ ବଦଳାଇବା ସହ ସମୟ ପ୍ରବନ୍ଧନରୁ ଆରମ୍ଭ କରି ସାମାନ୍ଯ ଜ୍ଞାନ ପର୍ଯ୍ଯନ୍ତ ପ୍ରତ୍ଯେକ ସ୍ତରରେ ସଫଳତା ହାସଲ କରିଥିଲେ। ଆଦିତ୍ଯଙ୍କ କହିବାନୁଯାୟୀ, ସବୁଠାରୁ ସହଜ ଏବଂ ସଫଳ ଫର୍ମୁଲା ହେଉଛଇ ଲେଖିବାର ଅଭ୍ଯାସ କରିବା। ଏହା କେବଳ ଲେଖିବାର ଗତି ସୁଧାର କରିନଥାଏ ବରଂ ଉତ୍ତର ସରଞ୍ଚନାରେ ମଧ୍ଯ ସାହାଯ୍ଯ କରିଥାଏ। ଏହାବ୍ଯତୀତ ଆଦିତ୍ଯ ଏହା ମଧ୍ଯ କହିଛନ୍ତି, ଲେଖିବାର ଅଭ୍ଯାସ କରିବା ପାଇଁ ପ୍ରବନ୍ଧ ଲେଖିବାର ଅଭ୍ଯାସ କରିବା ସହ ଏହାକୁ ଦୈନିକ କାର୍ଯ୍ଯରେ ସାମିଲ କରନ୍ତୁ।

Leave A Reply

Your email address will not be published.