ମୁହଁ ଖୋଲିଲେ ନିର୍ଭୟା ମାମଲାର ତଦନ୍ତରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା IPS, କହିଲେ …

ନିର୍ଭୟା କେସ୍‌ର ଦୋଷୀଙ୍କ ଫାଶୀ ବାରମ୍ବାର ଘୁଞ୍ଚୁଛି। ବାରମ୍ବାର ଡେଥ୍‌ ଓ୍ଵାରେଣ୍ଟ ଜାରି ହେଉଥିଲେ ମଧ୍ୟ ଫାଶୀ ଖୁଣ୍ଟରେ ଝୁଲୁନାହାନ୍ତି ୪ ନର ରାକ୍ଷସ। ତେବେ ଝିଅର ଦୋଷୀକୁ ତୁରନ୍ତ ଦଣ୍ଡ ମିଳୁ ବୋଲି ନିର୍ଭୟାଙ୍କ ମା’ ଦାବି କରୁଥିବା ବେଳେ ଏଭଳି ତାରିଖ ଘୁଞ୍ଚିବା ଯୋଗୁ ସେ ନିରାଶ ହୋଇପଡ଼ିଛନ୍ତି। ଇତି ମଧ୍ୟରେ ନିର୍ଭୟା କେସ୍‌ର ଯାଞ୍ଚରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ତତ୍କାଳୀନ ଡିସିପି ଛାୟା ଶର୍ମା ଏହି ମାମଲାରେ ନିଜ ଦୀର୍ଘ ଦିନର ନିରବତା ଭାଙ୍ଗିଛନ୍ତି।

nirbhaya

ଛାୟା ଶର୍ମା କହିଛନ୍ତି ଯେ ମୁଁ ଏବେ କହିପାରିବି ଯେ ନିର୍ଭୟାଙ୍କ ମା’ଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛି। ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ ମୁଁ ନିର୍ଭୟାଙ୍କ ମା’ଙ୍କୁ ପ୍ରତିଶ୍ରୁତି ଦେଇଥିଲି ଯେ ଦୋଷୀଙ୍କୁ ନିଶ୍ଚୟ ଦଣ୍ଡ ମିଳିବ ଓ ତାହା ପୂରଣ କରିଛି। ଏଥିସହ ସେ ଜଣେ ଆଇପିଏସ୍‌ ଭାବେ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ନିଜ ଭୂମିକା ଓ ନ୍ୟାୟକୁ ନେଇ ନିଜ ମତାମତ ରଖିଥିଲେ।

nirbhaya3

ସୂଚନାଯୋଗ୍ୟ ଯେ ଛାୟା ଶର୍ମା ଏବେ ଜାତୀୟ ମାନବାଧିକାର କମିଶନରେ ଡିଆଇଜି ଅଛନ୍ତି। ଅନ୍ୟପଟେ ଏହି ମାମଲାରେ ଦୋଷୀଙ୍କ ସମସ୍ତ ବିକଳ୍ପ ଶେଷ ହୋଇଛି। ଏଣୁ ଆଜି କୋର୍ଟ ୪ ଚାରି ଦୋଷୀଙ୍କ ଡେଥ୍‌ ଓ୍ଵାରେଣ୍ଟ ଜାରି କରିପାରନ୍ତି ବୋଲି ଆଶା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.