ଚାକିରି ଛାଡ଼ି କୃଷ୍ଣ ଭକ୍ତିରେ ଲୀନ ହେବାକୁ ଚାହୁଁଛନ୍ତି ଆଇପିଏସ୍‌ , ଅବସର ପୂର୍ବରୁ ନେଉଛନ୍ତି ଭଲ୍ୟୁଣ୍ଟାରୀ ରିଟାୟରମେଣ୍ଟ

ଏବେ ଚର୍ଚ୍ଚାରେ ଆଇପିଏସ୍‌ ଭାରତୀ। ଏଇ ହେଉଛନ୍ତି ସେହି ଆଇପିଏସ୍‌ ଭାରତୀ ଆରୋଡା ଯିଏ ୨୦୦୭ରେ ଦିଲ୍ଲୀରୁ ଅଟ୍ଟାରୀ ଅଭିମୁଖେ ଯାଉଥିବା ଟ୍ରେନରେ ହୋଇଥିବା ବୋମା ବିସ୍ଫୋରଣରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଆଇପିଏସ୍‌ ଅଫିସର। ସେ ଏବେ ତାଙ୍କ ପ୍ରେମ ପାଇଁ ଚାକିରିରୁ ସ୍ୱେଚ୍ଛାକୃତ ସେବାନିବୃତ୍ତି ବା ଭଲ୍ୟୁନଟାରୀ ରିଟାୟରମେଣ୍ଟ ନେବାକୁ ଚାହୁଁଛନ୍ତି। ତାଙ୍କ ପ୍ରେମ କୃଷ୍ଣଙ୍କ ପାଇଁ ସେ ଅବସରର ୧୦ ପୂର୍ବରୁ ରିଟାୟର ନେବାକୁ ଡିଜିପିଙ୍କୁ ପତ୍ର ଲେଖିଛନ୍ତି।

ହରିୟାଣାର ବରିଷ୍ଠ ଆଇପିଏସ୍‌ ଅଧିକାରୀ ଭାରତୀ ଆରୋଡା ଏବେ ଅମ୍ବାଲା ରେଞ୍ଜର୍ ଆଇଜି, କିନ୍ତୁ ବର୍ତ୍ତମାନ ସେ ନିଜ ଜୀବନକୁ କୃଷ୍ଣ ଭକ୍ତିରେ ଉତ୍ସର୍ଗ କରିବାକୁ ଚାହୁଁଛନ୍ତି। ଏଥିପାଇଁ ସେ ସରକାରଙ୍କ ଠାରୁ ସ୍ୱେଚ୍ଛାକୃତ ଅବସର ଲୋଡିଛନ୍ତି। ନିଜ ୨୩ ବର୍ଷର ସେବା ଭିତରେ ଭାରତୀ ଅନେକ ଦୁଃସାହସିକ କାର୍ଯ୍ୟ କରିଛନ୍ତି। ୫୦ ବର୍ଷ ବୟସ ହୋଇଥିବା ଆଇପିଏସ୍ ଭାରତୀ ଆରୋଡାଙ୍କ ସେବାକୁ ଆହୁରି ୧୦ ବର୍ଷ ବାକି ଅଛି କିନ୍ତୁ ସେ ଅବସର ନେବାକୁ ଚାହୁଁଛନ୍ତି। ଭାରତୀ ଏଥିପାଇଁ ଡିଜିପିଙ୍କୁ ଜୁଲାଇ ୨୪ ରେ ଏକ ଚିଠି ଲେଖିଛନ୍ତି ଯେଉଁଥିରେ ସେ ପୋଲିସର କାର୍ଯ୍ୟକୁ ଗର୍ବ ଏବଂ ଉତ୍ସାହରେ ପରିପୂର୍ଣ୍ଣ ବୋଲି ବର୍ଣ୍ଣନା କରିଛନ୍ତି।

ips bhartiଭାରତୀ ତାଙ୍କ ଆବେଦନରେ ଲେଖିଛନ୍ତି, ସେ ତାଙ୍କର ବାକି ଜୀବନ କୃଷ୍ଣଙ୍କ ସେବା କରି ଧାର୍ମିକ ଉପାୟରେ ବିତାଇବାକୁ ଚାହୁଁଛନ୍ତି। ସେ ଚୈତନ୍ୟ ମହାପ୍ରଭୁ, କବୀରଦାସ ଏବଂ ମୀରାବାଇ ପରି କୃଷ୍ଣ ଭକ୍ତିରେ ଲୀନ ହେବାକୁ ଚାହୁଁଛନ୍ତି। ଆଇପିଏସ୍ ଭାରତୀ ଆରୋଡା ସରକାରଙ୍କୁ ତିନି ମାସର ନୋଟିସ ଅବଧିରୁ ମୁକ୍ତ କରିବାକୁ ଅନୁରୋଧ କରିଛନ୍ତି।

୧୯୯୮ ବ୍ୟାଚ୍ ଆଇପିଏସ୍ ଅଧିକାରୀ ଭାରତୀ ଆରୋଡା ସେ ସମୟରେ ମଧ୍ୟ ଚର୍ଚ୍ଚାକୁ ଆସିଥିଲେ ଯେତେବେଳେ ୨୦୦୯ ମସିହାରେ ତତ୍କାଳୀନ ବିଜେପି ବିଧାୟକ ଅନିଲ ବିଜୟଙ୍କୁ ଗିରଫ କରିଥିଲେ । ସେ ଚାକିରି ସମୟରେ ଯେଉଁଠି ବି ପୋଷ୍ଟିଂ ହେଉଥିଲେ, ତାଙ୍କର କାର୍ଯ୍ୟ ଶୈଳୀ ସବୁବେଳେ ଆଲୋଚନା ହେଉଥିଲା । ଭାରତୀ ଆରୋଡାଙ୍କ ସ୍ୱାମୀ ଆଇପିଏସ୍ ବିକାଶ ଆରୋଡା ମଧ୍ୟ ହରିୟାଣା କ୍ୟାଡର ଅଧିକାରୀ।

dk pandaଏହାପୂର୍ବରୁ କୃଷ୍ଣ ଭକ୍ତିରେ ବୁଡି ରାଧା ରୂପ ଧାରଣ କରି ଚର୍ଚ୍ଚାରେ ଥିଲେ ପୂର୍ବ ଆଇଜି ଡିକେ ପଣ୍ଡା ଡିକେ ପଣ୍ଡା ଓଡିଶାର ବାସିନ୍ଦା। କିନ୍ତୁ ସେ୨୦୦୫ ମସିହାରେ ଉତ୍ତରପ୍ରଦେଶର ପୂର୍ବ ପୋଲିସ ଅଧିକାରୀ ଦେବେନ୍ଦ୍ର କିସୋର ପଣ୍ଡା ଓରଫ ଡିକେ ପଣ୍ଡା ଭାବେ ଖୁବ୍‌ ଚର୍ଚ୍ଚାରେ ଥିଲେ। ସେତେବେଳେ ସେ ନିଜକୁ ଦ୍ୱିତୀୟ ରାଧା ଏବଂ କୃଷ୍ଣଙ୍କ ପ୍ରେମିକା କହି ନିଜକୁ ମହିଳା ବୋଲି ଘୋଷଣା କରିଥିଲେ। ପୂର୍ବ ଆଇଜି ପଣ୍ଡାଙ୍କ କହିବା କଥା ଯେ ସେ ୧୯୯୧ରେ ସେହି ଦିନ ନିଜକୁ ରାଧା ବୋଲି ଭାବିନେଇଥିଲେ ଯେଉଁଦିନ ଭଗବାନ ଶ୍ରୀକୃଷ୍ଣ ତାଙ୍କ ସ୍ୱପ୍ନରେ ଆସି ତାଙ୍କୁ ନିଜ ପ୍ରେମିକା ରାଧା ବୋଲି କହିଥିଲେ।

୧୯୯୧ ରୁ ୨୦୦୫ ଯାଏଁ ସେ ଲୁଚି ଲୁଚି ରାଧା ରୂପ ଧାରଣ କରୁଥିଲେ। କିନ୍ତୁ ୨୦୦୫ ପରେ ପଣ୍ଡା ନିଜ ହାବଭାବ ଆଉ ମହିଳା ବେଷକୁ ସାର୍ବଜନିକ କରିଦେଲେ। ଜଣେ ପୂର୍ବତନ ଆଇଜି ଆଫିସର ଏମିତି ରୂପ ବଦଳାଇବା କାରଣରୁ ମିଡିଆରେ ଚର୍ଚ୍ଚାରେ ରହିଲେ। ପୂର୍ବତନ ଆଇଜି ଡିକେ ପଣ୍ଡା ନିଜକୁ ନବବିବାହିତାଙ୍କ ଭଳି ସଜାଇ ମଥାରେ ସିନ୍ଦୁର, ବଡ ବିନ୍ଦି, ହାତରେ ମେହେନ୍ଦୀ, ରଙ୍ଗବେରଙ୍ଗର ଚୁଡି, କାନରେ ଝୁମକା ଏବଂ ନାକରେ ନୋଥ, ହଳଦିଆ ସାଲଓ୍ଵାର କୁର୍ତ୍ତା, ପାନରେ ଘୁଙ୍ଗର ଏବଂ ପ୍ରତ୍ୟେକ ସମୟରେ କୃଷ୍ଣଭକ୍ତିରେ ଭଜନ ଏବଂ ନୃତ୍ୟ ଏହି ତାଙ୍କର ପରିଚୟ ଥିଲା। ଆଉ ଏବେ ଏମିତି ହିଁ ଚର୍ଚ୍ଚାରେ ଅଛନ୍ତି ଆଇପିଏସ୍‌ ଅଫିସର ଭାରତୀ ଆରୋଡା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.