ଜେନେରାଲ ସୁଲେମାନୀଙ୍କ ହତ୍ୟା ପରେ ଆମେରିକାର ଉପରେ ଇରାନର ଜବାବୀ କାର୍ଯ୍ୟାନୁଷ୍ଠାନ। ଆମେରିକା ସେନା ଘାଟି ଉପରେ ଇରାନର ପ୍ରଚଣ୍ଡ ଆକ୍ରମଣ। ଇରାକସ୍ଥିତ ଆମେରିକା ଓ ମିଳିତ ସେନାର ଦୁଇଟି ସାମରିକ ଘାଟି ଉପରେ ଡଜନରୁ ଅଧିକ ବାଲିଷ୍ଟିକ ଆକ୍ରମଣ କରିଛି ଇରାନ। ଇରାକ୍ର ଅଲ୍ ଅସାଦ ଓ ଇର୍ବିଲ ସାମରିକ ଘାଟି ଉପରେ ଇରାନ ଆକ୍ରମଣ ବାଲିଷ୍ଟିକ ଆକ୍ରମଣ କରାଯାଇଛି। ଏନେଇ ପେଣ୍ଟାଗନ ପକ୍ଷରୁ ସୂଚନା ଦିଆଯାଇଛି। ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଥିବା ଟ୍ରମ୍ପ ପ୍ରଶାସନ କହିଛି। ତେବେ କ୍ଷୟକ୍ଷତିର କୌଣସି ସୂଚନା ମିଳିପାରିନାହିଁ।
ଇରାନର ଜେନେରାଲ କାସିମ ସୁଲେମାନୀଙ୍କୁ ଆମେରିକାର ହତ୍ୟା ପରେ ଇରାନ ଏହି ଆକ୍ରମଣ କରିଛି। ପୂର୍ବରୁ ଆମେରିକା ଭୟାବହ ପରିଣାମ ଭୋଗିବ ବୋଲି ଇରାନ ଚେତାବନୀ ଦେଇଥିଲା। ଅଲ ଅସାଦ ସାମରିକ ଘାଟିରେ ବହୁ ସଂଖ୍ୟାରେ ମିଳିତ ସେନାର ସୈନ୍ୟମାନେ ରହିଥାନ୍ତି। ସେପଟେ ଇରାନ ଏହି ଆକ୍ରମଣ କରିଥିବା ସ୍ପଷ୍ଟ କରିଛି। ଜେନେରାଲ ସୁଲେମାନୀଙ୍କ ହତ୍ୟା ପରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଲାଗିରହିଥିବା ବେଳେ ଇରାନର ଆକ୍ରମଣ ପରିସ୍ଥିତିକୁ ଆହୁରି ଜଟିଳ କରିବ ବୋଲି ଆଶଙ୍କା କରାଯାଉଛି।