ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁ, ବୈଦେଶିକ ମନ୍ତ୍ରୀଙ୍କ ସମେତ ୯ ମୃତ

ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁ । ଆଜେରବୈଜାନରୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିବା ସମୟରେ ତାଙ୍କ ହେଲିକପ୍ଟରର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଏଥିରେ ରାଷ୍ଟ୍ରପତି ଇବ୍ରାହିମ ରଇସି ଏବଂ ତାଙ୍କ ବୈଦେଶିକ ମନ୍ତ୍ରୀ ହୋସେନ୍ ଅମିରାବଡୋଲହିଆନ ମଧ୍ୟ ପ୍ରାଣ ହରାଇଛନ୍ତି ।

ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁ । ଆଜେରବୈଜାନରୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିବା ସମୟରେ ତାଙ୍କ ହେଲିକପ୍ଟରର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଏଥିରେ ରାଷ୍ଟ୍ରପତି ଇବ୍ରାହିମ ରଇସି ଏବଂ ତାଙ୍କ ବୈଦେଶିକ ମନ୍ତ୍ରୀ ହୋସେନ୍ ଅମିରାବଡୋଲହିଆନ ମଧ୍ୟ ପ୍ରାଣ ହରାଇଛନ୍ତି । ସେମାନଙ୍କ ସହିତ ଥିବା ଅନ୍ୟ ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ହେଲିକପ୍ଟରର ଭଗ୍ନାବଶେଷ ମିଳିଛି । ଆଜେରବୈଜାନର ପାହାଡ ଏବଂ ଘନ ଅଞ୍ଚଳରେ ହେଲିକପ୍ଟର ରବିବାର ଦିନ ଦୁର୍ଘଟଣାର ଶିକାର ହୋଇଥିଲା ।

ତେବେ ଖବର ମୁତାବକ, ହେଲିକପ୍ଟରଟି ସଂପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି । କାଲିଠୁ ନିଖୋଜ ଥିବା ହେଲିକପ୍ଟରକୁ ଆଜି ଠାବ କରାଯାଇଥିଲେ ମଧ୍ୟ ତାହା ସଂପୂର୍ଣ୍ଣ ଭାବେ ଜଳି ଯାଇଛି।  ଏଥିରେ ଥିବା ଯାତ୍ରୀଙ୍କ ଜୀବନ୍ତ ଥିବା କୌଣସି ସଂକେତ ନାହିଁ । ଦୀର୍ଘ ୧୭ ଘଣ୍ଟାର ଅପରେଶନ ପରେ ଡ୍ରୋନ୍ ଫୁଟେଜ୍ ଅନୁଯାୟୀ ଉଦ୍ଧାରକାରୀ ଦଳ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରଟିକୁ ଖୋଜି ବାହାର କରିଥିଲେ ।

ସୂଚନାଯୋଗ୍ୟ, ରବିବାର ଦିନ ପାଖାପାଖି ୩ଟା ସମୟରେ ରଇସିଙ୍କ ହେଲିକପ୍ଟରଟି ଆଜରବୈଜାନର ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ହେଲିକପ୍ଟରରେ ଇବ୍ରାହିମ ରଇସିଙ୍କ ସମେତ ତାଙ୍କ ବୈଦେଶିକ ମନ୍ତ୍ରୀ ଏବଂ ଅନ୍ୟ ଅଧିକାରୀମାନେ ମଧ୍ୟ ଥିଲେ । ଏମାନଙ୍କ ସହିତ ୯ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ରାଜଧାନୀ ତେହେରାନଠାରୁ ପ୍ରାୟ ୬୦୦ କିଲୋମିଟର ଉତ୍ତର ଆଜେରବାଇଜାନ ଦେଶ ସୀମାରେ ଥିବା ସହର ଜୋଲଫା ନିକଟରେ ଏହି ଦୁର୍ଘଟଣା ଘଟିଥିଲା ।

ତେବେ ହେଲିକପ୍ଟରଟି କିପରି କ୍ରାସ ହେଲା, ତାହା ଯାଞ୍ଚ ଚାଲିଛି । ରେସକ୍ୟୁ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Leave A Reply

Your email address will not be published.