ଇରାକରେ ପ୍ରଣୟନ ହୋଇପାରେ ବିବାଦୀୟ ଆଇନ, ଝିଅଙ୍କ ସର୍ବନିମ୍ନ ବିବାହ ବୟସ ୯ ବର୍ଷ ଏବଂ ପୁଅଙ୍କର ୧୫

ଇରାକରେ ପ୍ରଣୟନ ହୋଇପାରେ ବିବାଦୀୟ ବିବାହ ଆଇନ । ବିବାହ ପାଇଁ ଝିଅମାନଙ୍କ ସର୍ବନିମ୍ନ ବୟସ ୯ ବର୍ଷ ଏବଂ ପୁଅମାନଙ୍କର ସର୍ବନିମ୍ନ ବିବାହ ବୟସ ୧୫ ବର୍ଷ କରିବାକୁ ଇରାକ ସଂସଦରେ ବିଲ୍ ଆଗତ ହୋଇଛି । ସେହିପରି ପାରିବାରିକ ବିବାଦର ସମାଧାନ ପାଇଁ ଲୋକେ ଧାର୍ମିକ କର୍ତ୍ତୃପକ୍ଷ କିମ୍ବା ଅଦାଲତଙ୍କ ଦ୍ୱାରସ୍ଥ ହୋଇପାରିବା ନେଇ ନୂଆ ଆଇନରେ ବ୍ୟବସ୍ଥା ରହିଛି । ଇରାକ ନ୍ୟାୟ ମନ୍ତ୍ରାଳୟ ଦ୍ୱାରା ଆଗତ ଏହି ବିଲ୍ କୁ ନେଇ ଏବେ ଜୋରଦାର ବିବାଦ ଆରମ୍ଭ ହୋଇଛି । ଦେଶର ପ୍ରଚଳିତ ଆଇନରେ ସଂଶୋଧନ ପାଇଁ ଆଗତ ଏହି ବିଲ୍ ଆଗତ କରାଯାଇଛି । ପ୍ରଚଳିତ ଆଇନ ଅନୁଯାୟୀ ଏବେ ଇରାକରେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷ ରହିଛି । ତେବେ ଏହି ଆଇନ ସଂସଦରେ ପାରିତ ହେଲେ ଦେଶ ଆହୁରି ପଛେଇ ଯିବ ବୋଲି ବିଭିନ୍ନ ମାନବାଧିକାର ସଂଗଠନ ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.