ଲାଇଭ ଟ୍ରେନ ଷ୍ଟାଟସ ଓ PNR ଯାଞ୍ଚ ପାଇଁ IRCTC ଲଞ୍ଚ କଲା ନୂଆ ସେବା, ଘରେ ବସି ବିନା େଓ୍ଵବସାଇଟରେ କରିପାରିବେ ଏହାର ଯାଞ୍ଚ୍‌

ନୂଆଦିଲ୍ଲୀ : ନିକଟରେ ଆଇଆରସିଟିସି (IRCTC)  ଟ୍ରେନ ଯାତ୍ରୀଙ୍କ ପାଇଁ ଏକ ସୁନ୍ଦର ସେବା ଜାରି କରିଛି । ଏହି ସେବା ସାହାଯ୍ୟରେ ଆପଣ ଲାଇଭ ଟ୍ରେନ ଷ୍ଟାଟସ ଓ ପିଏନଆର୍‌ ଷ୍ଟାଟସ ସହଜରେ ଘରେ ବସି ଜାଣି ପାରିବେ । ସବୁଠାରୁ ବଡ଼ କଥା ହେଲା ଏଥିପାଇଁ ଆପଣଙ୍କୁ ରେଳବାଇ େଓ୍ଵବସାଇଟ ଖୋଲିବାକୁ ଆବଶ୍ୟକ ପଡିବ ନାହିଁ ।  ଏହି ସେବା ହ୍ଵାଟ୍ସଆପ ଚାଟିଂ ପ୍ଲାଟଫର୍ମରେ ଆରମ୍ଭ ହୋଇ ସାରିଛି । ଆସନ୍ତୁ ଜାଣିବା କିପରି ହ୍ଵାଟ୍ସଆପ ଜରିଆରେ ଲାଇଭ ଟ୍ରେନ ଷ୍ଟାଟସ ଓ ପିଏନଆର ଷ୍ଟାଟସ ଚେକ୍‌ କରି ପାରିବେ ।

ଏମିତି ଉଠାନ୍ତୁ ନୂଆ ସେବାର ଫାଇଦା

ଏହି ସେବା ଅର୍ଥାତ୍‌ ଆଇଆରସିଟିସି ହ୍ଵାଟ୍ସଆପ ଚାର୍ଟବଟ ର ଲାଭ ଉଠାଇବା ପାଇଁ ସର୍ବ ପ୍ରଥମେ Railfoy ର ହ୍ଵାଟ୍ସଆପ ଚାର୍ଟ ନମ୍ବର +୯୧-୯୮୮୧୧୯୩୩୨୨ ନମ୍ବରକୁ ଆପଣଙ୍କ ଫୋନରେ ସେଭ କରନ୍ତୁ । ଏହାପରେ ହ୍ଵାଟ୍ସଆପକୁ ଅପଡେଟ୍‌ କରନ୍ତୁ ଓ କଣ୍ଟାକ୍ଟ ଲିଷ୍ଟକୁ ଅପଡେଟ କରନ୍ତୁ ।

Railfoy ଚାର୍ଟ ଓ୍ଵିଣ୍ଡୋକୁ ଯାଇ ଆପଣ ଟ୍ରେନର ୧୦ ଟିକିଆ ପିଏନଆର ନମ୍ବର ପଠାନ୍ତୁ । ଏହାପରେ ଆପଣଙ୍କୁ ଟ୍ରେନର ରିୟଲ ଟାଇମ ଅଲର୍ଟ ଓ ଡିସପ୍ଲେ ମିଳିଯିବ । ଏହି ପ୍ରକାରେ ଆପଣ ଟ୍ରେନର ଲାଇଭ ଅପଡେଟ ପାଇ ପାରିବେ । ଖାଲି ସେତିକି ନୁହେଁ ଆଇଆରଟିସି ଆପଣଙ୍କୁ ଖାଦ୍ୟ ମଗାଇବାର ସୁବିଧା ମଧ୍ୟ ଦେଇଛି । IRCTC ଆପ୍‌, Zoop ଡାଉନଲୋଡ କରି ଏହା ଦ୍ୱାରା ନିଜ ଟ୍ରେନ ସିଟରେ ଆପଣଙ୍କ ପସନ୍ଦର ଖାଦ୍ୟ ପାଇ ପାରିବେ ।

Leave A Reply

Your email address will not be published.