ଦେଶ ବିଦେଶ

IRCTC ଲଗେଜ ନିୟମ : ରେଳବାଇର ନୂଆ ବ୍ୟାଗେଜ ଚାର୍ଜ, ଜାଣନ୍ତୁ କ’ଣ ରଖିଲା ଚାର୍ଜ

ନୂଆଦିଲ୍ଲୀ : ଭାରତୀୟ ରେଳବାଇ ତା’ର ନୂଆ ଲଗେଜ ରେଟ ଘୋଷଣା କରିଛି । ଫଳରେ ଯାତ୍ରୀମାନେ ଏଣିକି ତାଙ୍କର ଲଗେଜ କମାଇବେ ନଚେତ ଅଧିକା ଟଙ୍କା ଦେବାକୁ ପଡ଼ିବ । ରେଳବାଇରେ ଲୋକେ ଆବଶ୍ୟକ ଠାରୁ ଅଧିକ ଲଗେଜ ନେବାକୁ ହେଲେ ଏବେ ଅଧିକା ଟଙ୍କା ଦେବାକୁ ପଡ଼ିବ । କାରଣ ରେଳବାଇ ଏବେ ତା’ର ନୂଆ ଲଗେଜ ନିୟମ ଘୋଷଣା କରିଛି ।

ରେଳବାଇ ମନ୍ତ୍ରଣାଳୟ ମଇ ୨୯ ତାରିଖରେ ଲୋକଙ୍କୁ ଅପିଲ କରିଛି ଯେ ଯାତ୍ରା ବେଳେ ଲୋକେ କମ ଲଗେଜ ନେବାକୁ ଚେଷ୍ଟା କରନ୍ତୁ । କାରଣ ଲଗେଜ ଅଧିକ ହେଲେ ଯାତ୍ରାର ମଜା କମିଯାଇଥାଏ । ଏହାଛଡ଼ା ଯଦି ଅଧିକ ଲଗେଜ ନେବାକୁ ପଡୁଛି,ତେବେ ପାର୍ସଲ ଅଫିସ ଯାଇ ବୁକ୍‌ କରନ୍ତୁ ।

କେତେ ଲଗେଜ ମୁକ୍ତରେ ନେବାକୁ ଦିଆଯିବ

ନୂଆ ଗାଇଡଲାଇନ୍ସ ଅନୁଯାୟୀ, ଜଣେ ସ୍ଲିପର କ୍ଲାସ ପାସେଞ୍ଜର ସାଙ୍ଗରେ ବିନା ଦେୟରେ ୪୦ କେଜି ଯାଏ ଲଗେଜ ନେଇପାରିବେ । ସେହିପରି ସେକେଣ୍ଡ କ୍ଲାସରେ ଯାତ୍ରା କରୁଥିବା ଯାତ୍ରୀ ୩୫ କେଜି ଯାଏ ଲଗେଜ ବିନା ଦେୟରେ ନେଇପାରିବେ । ତେବେ ଏହା ଠାରୁ ଅଧିକ ଲଗେଜ ନେବାକୁ ହେଲେ ଲଗେଜ ପାଇଁ ତାଙ୍କୁ ବୁକ୍‌ କରିବାକୁ ପଡ଼ିବ ଓ ଏଥିପାଇଁ ତାଙ୍କୁ ଅଧିକା ଟଙ୍କା ଦେବାକୁ ହେବ ।

ନୂଆ ଗାଇଡଲାଇନ ଅନୁଯାୟୀ ଯଦି କେହି ଏହାଠାରୁ ଅଧିକ ଲଗେଜ ବିନା ଦେୟରେ ନେଇଛନ୍ତି,ତେବେ ତାଙ୍କୁ ଏଥିପାଇଁ ଫାଇନ ଦେବାକୁ ପଡ଼ିବ । ତେବେ ଏହି ଫାଇନ, ଲଗେଜ ଦେୟର ୬ ଗୁଣ ଅଧିକ ଦେବାକୁ ପଡ଼ିବ । ଉଦାହରଣ ସ୍ୱରୁପ, ଯଦି ଜଣେ ଯାତ୍ରୀ ୪୦ କେଜି ଅଧିକ ଲଗେଜ ସହ ୫୦୦ କିଲୋମିଟର ଯାତ୍ରା କରନ୍ତି,ତେବେ ଯାତ୍ରୀଙ୍କୁ ୧୦୯ ଟଙ୍କା ଦେଇ ଲଗେଜ ଭ୍ୟାନ ବୁକ୍‌ କରିବାର ସୁଯୋଗ ରହିଛି । ହେଲେ ଯଦି ଯାତ୍ରୀଙ୍କୁ ବିନା ବୁକିଂ ଲଗେଜ ରେ ଧରାଯାଏ । ତେବେ ଯାତ୍ରୀଙ୍କ ଏଥିପାଇଁ ମୂଳ ଭଡ଼ାର ୬ ଗୁଣ ବା ୬୫୪ ଟଙ୍କା ଦେବାକୁ ହେବ ।

photo credit : zeenews.india.com

ଲଗେଜର ସାଇଜ

ନୂଆ ଗାଇଡଲାଇନ୍ସ ଅନୁଯାୟୀ ପର୍ସନାଲ ବ୍ୟବହାର ପାଇଁ ଜଣେ ଯାତ୍ରୀ ଟ୍ରଙ୍କ୍‌, ସୁଟକେସ୍‌ ଓ ବାକ୍ସର ସର୍ବାଧିକ ସାଇଜ 100cms x 60cmsx25cms ପର୍ଯ୍ୟନ୍ତ ନେଇପାରିବେ । କିନ୍ତୁ ଯଦି ଜଣେ ପାସେଞ୍ଜର AC 3 ଟାୟର ଓ AC ଚେୟାର କାର୍‌ ବଗିରେ ଯାତ୍ରା କରୁଛନ୍ତି, ତେବେ ଟ୍ରଙ୍କ୍‌, ସୁଟକେସ୍‌ ଓ ବାକ୍ସର ସର୍ବାଧିକ ସାଇଜ 55cms x 45cms x 22.5cms ହେବା ଦରକାର । ନଚେତ ଅଧିକ ଫାଇନ ଦେବାକୁ ହେବ ବୋଲି ରେଳବାଇ କହିଛି ।

Niharanjan

Recent Posts

ବିହାର: ପାଟନା ବିମାନବନ୍ଦରକୁ ମିଳିଲା ବୋମା ବିସ୍ଫୋରଣ ଧମକ, ଏୟାରପୋର୍ଟରେ ଥରିଲେ ଯାତ୍ରୀ

ବିହାରର ପାଟନା ଏୟାରପୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ । ଏହି ଧମକ ଇ-ମେଲ୍‌ ମାଧ୍ୟମରେ ମିଳିଛି, ଯାହାକୁ…

12 mins ago

ଟି୨୦ ବିଶ୍ୱକପ ୨୦୨୪ : ପିଚ୍‌ ଏବଂ କୋହଲି, ଜାଡେଜାଙ୍କ ଫର୍ମକୁ ନେଇ ଚିନ୍ତାରେ ରୋହିତ

ଭାରତୀୟ ଟିମ୍‌ ଟି୨୦ ବିଶ୍ୱକପ ୨୦୨୪ ସୁପର-୮ ମ୍ୟାଚ ଖେଳିବାକୁ ୱେଷ୍ଟଇଣ୍ଡିଜରେ ପହଞ୍ଚିସାରିଛି । ଟିମ୍‌ ବ୍ରିଜଟାଉନରେ କଠିନ ଅଭ୍ୟାସ…

16 mins ago

ଓଜନ କମ୍‌ କରିବାକୁ ଚାହୁଁଛନ୍ତି କି ? ଡାଏଟ୍‌ ଓ ଏକ୍ସରସାଇଜ୍‌ରେ କରନ୍ତୁ ଏପରି ପରିବର୍ତ୍ତନ

ଆଜିକାଲି ଲୋକମାନେ ବଢୁଥିବା ଓଜନକୁ ନେଇ ଚିନ୍ତିତ ରହୁଛନ୍ତି । ଯଦି ଆପଣ ମଧ୍ୟ ଏକ୍ସରସାଇଜ୍‌ କରିବା ପରେ ମଧ୍ୟ…

22 mins ago

ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର, ମେଡିକାଲରେ ଭର୍ତ୍ତି, ଡାକ୍ତର କଲେ ମୃତ ଘୋଷଣା

କେନ୍ୟୁଜ (ବ୍ୟୁରୋ) : ଭୁବନେଶ୍ୱର ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର । ଆଜି ୟୁନିଟ ୩ ମସଜିଦ କଲୋନୀ ନିକଟରେ…

25 mins ago

ଶୁଣିବା ଶକ୍ତି ହରାଇଲେ ପ୍ରସିଦ୍ଧ ବଲିଉଡ୍ ଗାୟିକା ଅଲକା ୟାଗନିକ୍, ପୋଷ୍ଟରେ କହିଲେ…

ଅଲକା ୟାଗନିକ୍ ଜଣେ ପ୍ରସିଦ୍ଧ ବଲିଉଡ୍ ଗାୟିକା । ସଙ୍ଗୀତ ଦୁନିଆରେ ତାଙ୍କୁ କିଏ ବା ନ ଜାଣେ ।…

1 hour ago

ସିକ୍କିମ୍‌ରେ ବର୍ଷା ଓ ଭୂସ୍ଖଳନ ଯୋଗୁ ସ୍ଥିତି ସାଂଘାତିକ, ୨,୦୦୦ ପର୍ଯ୍ୟଟକଙ୍କୁ ଏୟାରଲିଫ୍ଟ କରିବାକୁ ଚାଲିଛି ପ୍ରସ୍ତୁତି

ସିକ୍କିମ୍‌ରେ ବର୍ତ୍ତମାନ ସ୍ଥିତି ସାଂଘାତିକ । ଏଠାରେ କ୍ରମାଗତ ବର୍ଷା ଏବଂ ଭୂସ୍ଖଳନ ଯୋଗୁ ପରିସ୍ଥିତି ଜଟିଳ ହୋଇପଡ଼ିଛି ।…

1 hour ago