IRCTC ଲଞ୍ଚ କଲା ଯାତ୍ରୀଙ୍କ ପାଇଁ ନୂଆ ସୁବିଧା, ଏବେ ଯାତ୍ରା କରି ପରେ ଦେଇ ପାରିବେ ଭଡ଼ା

ନୂଆଦିଲ୍ଲୀ : ରେଳବାଇକୁ ସାଧାରଣ ଲୋକଙ୍କ ଜୀବନର ଲାଇଫ ଲାଇନ ବୋଲି ମନାଯାଏ । ପ୍ରତି ଦିନ କୋଟି କୋଟି ଲୋକ ଟ୍ରେନରେ ଯାତ୍ରା କରିଥାନ୍ତି । ବିଶେଷକରି ପାର୍ବଣ ସମୟରେ ଅଧିକାଂଶ ଲୋକେ ଘରକୁ ଯାତ୍ରା କରିଥାନ୍ତି । ଯାତ୍ରୀଙ୍କ ସୁବିଧା ପାଇଁ ସ୍ପେଶାଲ ଫେଷ୍ଟିଭାଲ ଟ୍ରେନ୍‌ର ମଧ୍ୟ ସରକାର ବ୍ୟବସ୍ଥା କରୁଛନ୍ତି । ନିକଟରେ ଆଇଆରସିଟିସି ଯାତ୍ରୀଙ୍କ ପାଇଁ ଆଉ ଏକ ସୁବିଧା ଲଞ୍ଚ କରିଛନ୍ତି ।

ଯାହାଦ୍ୱାରା ଆପଣ ବିନା ପଇସାରେ ଟ୍ରେନ ଟିକେଟ କରିପାରିବେ । ଏହି ବ୍ୟବସ୍ଥାର ନାମ ରଖାଯାଇଛି ‘ଟ୍ରାଭଲ ନାଓ ପେ ଲାଟର’ । ଏହି ଜରିଆରେ ଗ୍ରାହକଙ୍କ ଖାତାରେ ଟଙ୍କା ନଥିଲେ ମଧ୍ୟ ବିନା ଟଙ୍କାରେ ଟିକେଟ ବୁକ କରିପାରିବେ । ଏହି ସୁବିଧା ଆପଣଙ୍କୁ ଆଇଆରସିଟିସି ରେଳ ଆପରେ ମଧ୍ୟ ମିଳିବ । ଏହି ସୁବିଧା ଦେବା ପାଇଁ ଆଇଆରସିଟିସି CASHe ସହିତ ପାର୍ଟନରଶିପ କରିଛି ।

ଟିକେଟ ବୁକିଂ କରିବାର ୬ ମାସ ମଧ୍ୟରେ କରନ୍ତୁ ପେମେଣ୍ଟ

ଆପଣ କୌଣସି ପୂଜା ପାର୍ବଣରେ ଘରକୁ ଯିବା ପାଇଁ ଯୋଜନା କରୁଛନ୍ତି ତ ଆପଣ ଆଇଆରସିଟିସି ର ‘ଟ୍ରାଭଲ ନାଓ ପେ ଲାଟର’ ର ସହାୟତା ନେଇ ପାରିବେ । ବେଳେ ବେଳେ ଲୋକଙ୍କ ପାଖରେ ଜରୁରିକାଳୀନ ବୁକିଂ ର ଆବଶ୍ୟକତା ଥିଲେ ମଧ୍ୟ ଅର୍ଥ ଅଭାବରୁ ଏହାକୁ କରି ପାରିନ୍ତି ନାହିଁ । ଆପଣ ଏହି ସୁବିଧାର ଲାଭ ଉଠାଇ ଟିକେଟ କରିପାରିବେ । ଆପଣ CASHe ର ଇଏମଆଇ ଅପସନ ବାଛି ଟିକେଟ ବୁକ୍‌ କରିପାରିବେ ।

ଆପଣ ଏହି ଟିକେଟର ପେମେଣ୍ଟ ୩ ରୁ ୬ ମାସ ଇଏମଆଇ ଯୋଗେ ଦେଇପାରିବେ । ଏହି ସୁବିଧା ଦ୍ୱାରା ଦେଶସାରା କୋଟି କୋଟି ଯାତ୍ରୀ ଉପକୃତ ହୋଇପାରିବେ । ଏହି ବ୍ୟବସ୍ଥା ତତ୍‌କାଳ ଓ ନର୍ମାଲ ଟିକେଟରେ ମଧ୍ୟ କରିପାରିବେ । ଏହି ସୁବିଧାର ଉପଯୋଗ ପାଇଁ କୌଣସି ଡକ୍ୟୁମେଣ୍ଟେସନର ଆବଶ୍ୟକ ନାହିଁ । ଏହି କଥା CASHe ର ଅଧ୍ୟକ୍ଷ କହିଛନ୍ତି ।

IRCTC ର ରେଳ କନେକ୍ଟ ଆପ୍‌ ରେ ଏହି ପ୍ରକାର ଟିକେଟ କରିପାରିବେ :

ଏଥିପାଇଁ ଆପଣଙ୍କୁ ଗୁଗୁଲ ପ୍ଲେ ଷ୍ଟୋର ବା ଆଇଫୋନ ଷ୍ଟୋର ରୁ ଏହି ଆପ ଡାଉନଲୋଡ କରିପାରିବେ । IRCTC ର ରେଳ କନେକ୍ଟ ଆପ୍‌ ରେ ରିଜରଭେସନ କରିପାରିବେ । ଯଦି ଆପଣଙ୍କ ପାଖରେ ବୁକିଂ ପାଇଁ ଟଙ୍କା ନାହିଁ । ତେବେ ଆପଣ CASHe TNPL ଅପସନକୁ ବାଛି ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.