‘ରସୁଣ’ ଏକ ପରିବା ନା ମସଲା? ଜବାବ ଦେଲେ ହାଇକୋର୍ଟ

ଆମେ ପ୍ରତିଦିନ ଆମ ଖାଦ୍ୟରେ ବିଭିନ୍ନ ପ୍ରକାରର ପରିବା ଓ ମସଲା ବ୍ୟବହୃତ କରିଥାନ୍ତି । ଯେମିତି ଖାଦ୍ୟର ସ୍ୱାଦ ସ୍ୱାଦିଷ୍ଟ ହେବ । ଖାଦ୍ୟକୁ ସ୍ୱାଦିଷ୍ଟ କରୁଥିବା ସବୁ ମସଲା ପରିବା ମାନଙ୍କ ଭିତରେ ରସୁଣ ଅନ୍ୟତମ । ଏହା ଖାଲି ଖାଦ୍ୟକୁ ସ୍ୱାଦିଷ୍ଟ କରିଥାଏ ତାହା ନୁହେଁ ଶରୀର ପାଇଁ ବି ବହୁତ ଲାଭଦାୟକ । ତେବେ ରସୁଣ ଗୋଟେ ପରିବା ନା ମସଲା?

ଏହି ବିତର୍କ ଆଜିର ନୁହେଁ ବରଂ ୨୦୧୫ ମସିହାର ଆଜ୍ଞା । ବାସ୍ତବରେ, ୨୦୧୫ ରେ, କିଛି କୃଷକ ସଂଗଠନର ଅନୁରୋଧକୁ ବିଚାର କରି ରସୁଣକୁ ପନିପରିବା ବର୍ଗରେ ରଖାଯାଇଥିଲା । କିନ୍ତୁ ପରେ କୃଷି ବିଭାଗ ଏହାକୁ ମସଲା ବୋଲି କହିଥିଲା ।

ଖଦ୍ୟର ସ୍ୱାଦ ବଢାଇବା ପାଇଁ ହେଉ କିମ୍ବା ଶରୀରର ଅନେକ ରୋଗ ଭଲ କରିବା ପାଇଁ ହେଉ, ରସୁଣକୁ ସବୁବେଳ ପାଇଁ ସର୍ବୋତ୍ତମ ବୋଲି ଧରାଯାଏ । ତେବେ ବର୍ଷ ବର୍ଷ ଧରି ରସୁଣ ଏକ ପନିପରିବା ନା ମସଲା ସେ ନେଇ ବିତର୍କ ଚାଲିଛି । ତେବେ ଏହାରି ଭିତରେ ମଧ୍ୟପ୍ରଦେଶ ହାଇକୋର୍ଟ ଏହି ବିତର୍କକୁ ସମାପ୍ତ କରି ଏହାର ଉତ୍ତର ପ୍ରଦାନ କରିଛନ୍ତି ।

ସୂଚନ ଥାଉକି, ଏହି ବିତର୍କରେ କୃଷି ବିଭାଗ ଯୁକ୍ତି ଦର୍ଶାଇଥିଲା ଯେ କୃଷି ଉତ୍ପାଦନ ବଜାର କମିଟି ଅଧିନିୟମ, ୧୯୭୨ରେ ରସୁଣକୁ ପରିବା ବୋଲି ବର୍ଣ୍ଣନା କରାଯାଇଛି । କିନ୍ତୁ କୃଷକ ସଂଗଠନ ଏହାକୁ ପସନ୍ଦ କରିନଥିଲେ ଏବଂ ସେମାନେ ପୁନର୍ବାର ଏକ ରିଭ୍ୟୁ ପିଟିସନ୍ ୨୦୧୭ ମସିହାରେ କୋର୍ଟରେ ଦାଖଲ କରିଥିଲେ । ଏବେ ଦୀର୍ଘ ଦିନର ପ୍ରତିକ୍ଷା ପରେ ବର୍ତ୍ତମାନ ମଧ୍ୟପ୍ରଦେଶ ହାଇକୋର୍ଟର ଇନ୍ଦୋର ବେଞ୍ଚ ଏହା ଉପରେ ରାୟ ଦେଇଛନ୍ତି।

garlic

ହାଇକୋର୍ଟ କ’ଣ କହିଛନ୍ତି?

ଏହି ନିଷ୍ପତ୍ତିରେ ମଧ୍ୟପ୍ରଦେଶ ହାଇକୋର୍ଟର ଇନ୍ଦୋର ବେଞ୍ଚ ୨୦୧୫ ନିଷ୍ପତ୍ତିକୁ ସମର୍ଥନ କରି ରସୁଣକୁ ପନିପରିବା ଭାବରେ ଘୋଷଣା କରିଛନ୍ତି । ଏହାର ଅର୍ଥ ବର୍ତ୍ତମାନ ରସୁଣ ପୁଣି ପନିପରିବା ତାଲିକାରେ ଆସିଯାଇଛି । ଯେତେବେଳେ କି, କୃଷି ବିଭାଗ ଏହାକୁ ମସଲା ବର୍ଗରେ ରଖିଥିଲା ​​। ଏବେ ଦେଖିବାକୁ ବାକି ରହିଲା କୃଷି ବିଭାଗ ଏହି ମାମଲାକୁ ସୁପ୍ରିମକୋର୍ଟକୁ ନେଉଛି ନା ଏହାକୁ ପନିପରିବା ବୋଲି ମାନିନେଉଛି ।

ରସୁଣ ଭାରତ କେଉଁଠୁ ଆସିଲା?

NIH ରିପୋର୍ଟ ଅନୁଯାୟୀ, ରସୁଣ ମଧ୍ୟ ଏସିଆରୁ ଭାରତ ଆସିଛି ଅର୍ଥାତ୍ ଆଜିର ଇରାନ, ତୁର୍କମେନିସ୍ତାନ ଏବଂ ଉଜବେକିସ୍ଥାନରରୁ ଆସିଛି। କେତେକ ଐତିହାସିକ କହିଛନ୍ତି ଯେ ପଶ୍ଚିମ ଚୀନ୍ ନିକଟରେ ଅବସ୍ଥିତ ତିଆନ୍ ଶାନ୍ ପର୍ବତରେ ରସୁଣ ପ୍ରଥମେ ମିଳିଥିଲା ​​ଏବଂ ପରେ ଏହା ଭାରତ ସହିତ ସମଗ୍ର ବିଶ୍ୱରେ ପହଞ୍ଚିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like