କଙ୍ଗନାଙ୍କ ବିଜୁଳି ବିଲ୍ ୫ ହଜାର ନା ୫୫ ହଜାର? ବିଦ୍ୟୁତ ବିଭାଗ କହିଲେ ଏମିତି

ବଲିଉଡର ଅଭିନେତ୍ରୀ କଙ୍ଗନା ରାଣାବତ ତଥା ବିଜେପି ସଂସଦ ବିଦ୍ୟୁତ ବିଲ୍ ପାଇଁ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ବିଦ୍ୟୁତ ବିଲ ପାଇଁ କଙ୍ଗନା ପୂର୍ବରୁ ଦାବି କରିଥିଲେ । ଯାହାକୁ ବିଦ୍ୟୁତ ବିଭାଗ ପକ୍ଷରୁ ତାଙ୍କ ଦାବିକୁ ମିଛ ବୋଲି ପ୍ରମାଣିତ କରିଛନ୍ତି । କଙ୍ଗନା ମତ ରଖିବାକୁ ଯାଇ କହିଛନ୍ତି ଯେ, ୫୦୦୦ଟଙ୍କାରୁ ଅଧିକ ବିଲ କେବେ ଦେଇନାହାଁନ୍ତି । କଙ୍ଗନା ୧୦୦୦୦ରୁ ୫୫୦୦୦ର ବିଲ୍ ଅନେକ ସମୟରେ ଦିଅନ୍ତି ବୋଲି ହିମାଚଳ ପ୍ରଦେଶ ବିଦ୍ୟୁତ ବୋର୍ଡ ପକ୍ଷରୁ ସୂଚନା ମିଳିଛି । ତାଙ୍କ ମିଛ କଥାକୁ ପ୍ରମାଣ କରିବାକୁ ଯାଇ ହିମାଚଳ ପ୍ରଦେଶର ଷ୍ଟେଟ୍ ଇଲୋକ୍ଟ୍ରୋନିକ ବୋର୍ଡ ଲିମିଟେଡ ବିଲର ରେକର୍ଡକୁ ସାର୍ବଜାନୀନ କରିଛନ୍ତି ।
ବିଦ୍ୟୁତ ବୋର୍ଡ ସୂଚନାନୁଯାୟୀ, ଡିସେମ୍ବର ୨୦୨୩ ରୁ ଏପର୍ଯ୍ୟନ୍ତ କଙ୍ଗନା ଥରେ ମାତ୍ର ୫୦୦୦ ଟଙ୍କା ଦେଇଥିଲେ । ବାକି ମାସଗୁଡିକଠାରୁ ତାଙ୍କର ନିୟମିତ ବିଲ ୧୦୦୦୦ଟଙ୍କାରୁ ୫୫୦୦୦ଟଙ୍କା ମଧ୍ୟରେ ରହିଛି । ଏହା ମଧ୍ୟ ବିଦ୍ୟୁତ ବୋର୍ଡ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କର ସମସ୍ତ ବିଲ୍ ଡିଜିଟାଲ ସିଷ୍ଟମରେ ରେକର୍ଡ କରାଯାଇଛି । ଯାହାଦ୍ବାରା ଉପଭୋକ୍ତା ଅନଲାଇନ ମାଧ୍ୟମରେ ଦେଖିବାର ସୁଯୋଗ ପାଇଛନ୍ତି ।
ଅନ୍ୟପଟେ ଏହି ବାବଦକୁ ନେଇ କଙ୍ଗନାଙ୍କର କୌଣସି ପ୍ରତିକ୍ରିୟା ଏପର୍ଯ୍ୟନ୍ତ ମିଳିନାହିଁ । କିନ୍ତୁ ଏହା ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । କଙ୍ଗନା ରାଣାବତ ଏବଂ ହିମାଚଳ ପ୍ରଦେଶ ବିଦ୍ୟୁତ୍ ବୋର୍ଡ ମଧ୍ୟରେ ଅନେକ ଦିନ ଏହି ମାମଲା ଚାଲି ଶିରୋନାମାରେ ପହଞ୍ଚିଛି ।
Also Read : ଚନ୍ଦ୍ରପୃଷ୍ଠରୁ ମାଟି ଓ ପଥର ଆଣିଲେ ଚୀନ ବୈଜ୍ଞାନିକ, ପରୀକ୍ଷଣ ପରେ ମିଳିଲା ପୃଥିବୀପୃଷ୍ଠ ସହ ସାମଞ୍ଜସ୍ୟ