ରୁଷ୍ର କ୍ଷମତାରୁ ପୁଟିନଙ୍କୁ ହଟାଇବା ପାଇଁ ଜୋର୍ଦାର ପ୍ରସ୍ତୁତି! ରିପୋର୍ଟରେ ରିପ୍ଲେସ୍ମେଣ୍ଟର ଚର୍ଚ୍ଚା

ରୁଷ୍ରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ରିପ୍ଲେସ୍ମେଣ୍ଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ୟୁକ୍ରେନ ପ୍ରତିରକ୍ଷା ଗୁଇନ୍ଦାର ପ୍ରମୁଖ ଜେନେରାଲ କାୟରଲୋ ବୁଡାନୋଭ ଏହି ଦାବି କରିଛନ୍ତି। ମିଡିଆ ରିପୋର୍ଟ ମୁତାବକ, ମେଜର ଜେନେରାଲ ବୁଡାନୋଭ କହିଛନ୍ତି ଯେ ୟୁକ୍ରେନ ଯୁଦ୍ଧ ଶେଷ ହେବା ପର୍ଯ୍ୟନ୍ତ ପୁଟିନ ନିଜ ପଦରେ ରହିବାର ସମ୍ଭାବନା ରହିଛି। ଏମିତିରେ ପୁଟିନ କ୍ଷମତାରୁ ହଟିବା ପରର ସ୍ଥିତିକୁ ନେଇ ଚର୍ଚ୍ଚା, ଆଲୋଚନା ଆରମ୍ଭ ହୋଇଯାଇଛି।
ମେଜର ଜେନେରାଲ କାୟରଲୋ ବୁଡାନୋଭ କହିଛନ୍ତି, ଭ୍ଲାଦିମିର ପୁଟିନ ନିଜ କ୍ଷମତା ବଞ୍ଚାଇ ପାରିବେ, ତାହା ନା ସହିତ ସମାନ। ପୁଟିନଙ୍କ ଜାଗା କିଏ ନେବ, ସେ ନେଇ ରୁଷ୍ରେ ବିତର୍କ ଚାଲିଛି। ଅନ୍ୟପକ୍ଷରେ ୟୁକ୍ରେନ ଅଧିକାରୀଙ୍କ ଏହି ଦାବି କେତେକ କ୍ଷେତ୍ରରେ ଆଶ୍ଚର୍ଯ୍ୟଜନକ ବୋଲି କୁହାଯାଉଛି। କାହିଁକି ନା, ପୁଟିନ ଗତ ବର୍ଷ ଏକ ଆଇନକୁ ମଞ୍ଜୁରୀ ଦେଇଥିଲେ, ଯେଉଁଥିରେ ତାଙ୍କ ପାଇଁ ୬-୬ ବର୍ଷର ଦୁଇ ଅତିରିକ୍ତ କାର୍ଯ୍ୟକାଳର ରାସ୍ତା ସଫା ହୋଇଥିଲା, ଯାହାଫଳରେ ସେ ୨୦୩୬ ପର୍ଯ୍ୟନ୍ତ ରାଷ୍ଟ୍ରପତି ରହି ପାରିବେ।
ୟୁକ୍ରେନ ପ୍ରତିରକ୍ଷା ଗୁଇନ୍ଦାର ପ୍ରମୁଖ କହିଛନ୍ତି ଯେ ଯୁଦ୍ଧ ମଇଦାନରେ ରୁଷ୍ କ୍ରମାଗତ ଭାବେ ବିଫଳତାର ସମ୍ମୁଖୀନ ହେଉଛି। ସେ କହିଛନ୍ତି, ନଭେମ୍ବର ଶେଷ ସୁଦ୍ଧା ଖେରସାନ ଉପରେ ପୁଣିଥରେ କବ୍ଜା କରିବା ଆମର ଲକ୍ଷ୍ୟ ରହିଛି। ଏହା ସହିତ ୟୁକ୍ରେନ କ୍ରିମିଆକୁ ପୁଣିଥରେ ଫେରାଇ ଆଣିବାକୁ ମଧ୍ୟ ଚେଷ୍ଟା କରିବ, ଯାହା ଉପରେ ୨୦୧୪ରେ ରୁଷ୍ କବ୍ଜା କରିଥିଲା।
ଯଦି ଯୁଦ୍ଧ ବିଷୟରେ କଥା ହେବା, କ୍ରିମିଆ ନିକଟ କଳା ସାଗରରେ ଥିବା ରୁଷୀୟ ଜାହାଜ ମୁଖ୍ୟାଳୟ ଉପରେ ୟୁକ୍ରେନ ଡ୍ରୋନ୍ ଆକ୍ରମଣ କରିଥିବା ରୁଷ୍ ଅଭିଯୋଗ କରିଛି। ରୁଷ୍ ଅଧିକାରୀମାନେ କହିଛନ୍ତି କି, ୯ଟି ଆକାଶ ଡ୍ରୋନ୍ ଏବଂ ୯ଟି ସମୁଦ୍ର ଡ୍ରୋନ୍ ଦ୍ୱାରା ଏହି ଆକ୍ରମଣ କରାଯାଇଥିଲା। ସିଭାଷ୍ଟୋପୋଲ ସହରରେ ହୋଇଥିବା ଏହି ଆକ୍ରମଣରେ ଗୋଟିଏ ଯୁଦ୍ଧପୋତ ନଷ୍ଟ ହୋଇ ଯାଇଥିଲା। କହି ରଖୁଛୁ, ସିଭାଷ୍ଟୋପାଲ, କ୍ରିମିଆର ସବୁଠାରୁ ବଡ ସହର।