ଦେଶ ବିଦେଶ

ଆମେରିକା ଏଲିଏନ୍ସକୁ ପଠାଉଛି ସମସ୍ତ ଗୁପ୍ତ ତଥ୍ୟ!

ଧରାପଡ଼ିଲା ଆମେରିକା। ଏତେ ଦିନରୁ ଲୁଚାଇ ରଖିଥିବା ଏଲିଏନ୍ସ ସମ୍ପର୍କରେ ଏବେ ଜଣାପଡ଼ିଲା। ଲୁଚି ରହିଥିବା ଏଲିଏନ୍ସ ନଜରକୁ ଆସିଲା। ଏହାକୁ ନେଇ ଆମେରିକା ସଂସଦରେ ହଇଚଇ ସୃଷ୍ଟି ହେଲ ।। ଶୁଣିବାକୁ ମିଳୁଛି ଯେ ଆମେରିକା ଏଲିଏନ୍ସକୁ ସମସ୍ତ ତଥ୍ୟ ଗୁପ୍ତ ଆକାରରେ ପଠାଉଛି।

ଏବେ ପ୍ରଶ୍ନ ଉଠୁଛି କଣ ଆମେରିକା ଏହି ଟେକ୍ନୋଲୋଜି ବିଷୟରେ କିଛି କହିବାକୁ ଚାହୁନାହିଁ? କୁହାଯାଉଛି ୧୯୩୦ ମସିହାରୁ ଏମାନେ ଏଲିଏନ ସହିତ କଣ୍ଟ୍ରାକ୍ଟ ସାଇନ କରିଛନ୍ତି। ଏହାକୁ ନେଇ ପୂର୍ବ ମିଲିଟାରୀ ଇଣ୍ଟେଲିଜେନ୍ସ ଅଫିସର ସଙ୍କେତ ଦେଇଛନ୍ତି। ଏହା ଆଗରୁ ଆମେରିକା ପ୍ରଥମେ ଚନ୍ଦ୍ର ପୃଷ୍ଠକୁ ଯିବା ପାଇଁ ସକ୍ଷମ ହୋଇଥିଲା। କିନ୍ତୁ ପରେ ଯିବା ବନ୍ଦ କରିଦେଲା। ଏହାଆଗରୁ କୌଣସି ଦେଶ ଏପରି କରିନଥିଲା। କଣ ଏଲିଏନ ସହାୟତା ରେ ଆମେରିକା ନିଜ ମିଲିଟାରୀ ଓ ସ୍ପେସ ସିଷ୍ଟମକୁ ଷ୍ଟ୍ରଙ୍ଗ କରିବାକୁ ଚାହୁଁଥିଲା?

ନିଜ ପାଖରେ ସୁପରପାଓ୍ଵାର ରଖି ଦୁନିଆକୁ ବିପଦ ଆଡକୁ ଠେଲୁ ନାହିଁ ତ ଆମେରିକା ? କଣ ଆମେରିକାର ଏହି ଭୁଲ ଦୁନିଆ ଉପରେ ଖରାପ ପ୍ରଭାବ ପକାଇବ କି ? ଏଭଳି ଅନେକ ଖବର ତଥା ପ୍ରଶ୍ନ ସାମ୍ନାକୁ ଆସୁଛି। ଏହାକୁ ନେଇ ଦୁଇ ଦିନ ଆଗରୁ ଆମେରିକାରେ ଖୁବ ଚର୍ଚ୍ଚା ହେଉଛି।

ଆଗକୁ ଅଛି ନିର୍ବାଚନ । ନିର୍ବାଚନ ଆଗରୁ ଏଭଳି ଦ୍ୱନ୍ଦ ସମସ୍ତଙ୍କୁ ଚିନ୍ତାରେ ପକାଇଛି। କୁହାଯାଉଛି ଏହାକୁ ନେଇ ଜୋ ବାଇଡେନ ମିଛ କହୁଛନ୍ତି । ସେ ଜାଣିଶୁଣି ସତ ଲୁଚାଉଛନ୍ତି। ସେ UFO ର ଉପସ୍ଥିତିକୁ ଲୁଚାଉଛନ୍ତି। ଯାହାପାଇଁ ସାରା ଦୁନିଆକୁ ପ୍ରଭାବ ପଡ଼ିପୋରେ।

ସୂଚନା ଅନୁସାରେ ଆମେରିକା ମିଲିଟାରୀ ଫୋର୍ସ କିଛି ଦିନ ପୂର୍ବରୁ ଏଲିଏନ୍‌ କୁ ନିଜ ଆଖିରେ ଦେଖିଥିଲେ। ରାଡ଼ର ଆଡଭାନ୍ସ ହେବା ଦ୍ୱାରା ଏହାର ସତ ଏବେ ଧିରେ ଧିରେ ସାମ୍ନାକୁ ଆସୁଛି। ଏହା ସମୁଦ୍ର ଉପରେ ୟୁଏଫଓ ବୁଲୁଥିବାର ଦେଖିବାକୁ ପାଇଥିଲା।

ଏହାକୁ ନେଇ ଆମେରିକା ସୋସାଇଟି ଇଣ୍ଟେଳିଜେନ୍ସ ଅଫିସର କହିଛନନ୍ତି ଯେ , ଏହା uinidentified anomalous phenomenon । ସେମାନେ ଏହାର ନାମ ପରିବର୍ତ୍ତନ କରିଛନ୍ତି ବୋଲି ଜଣାପଡ଼ିଛି। କିନ୍ତୁ ସତ କଣ ? ଏହାକୁ ନେଇ ଏବେ ବି ତର୍କ ଚାଲିଛି।

ଡେଭିଡ ଗ୍ରସ୍‌ ୧୪ ବର୍ଷ ସେ ଇଣ୍ଟେଲିଜେନ୍ସ ଅଫିସର ରୂପେ କାମ କରିଥିଲେ। ଏହା ଆଗରୁ ସେ ଏୟାରଫୋର୍ସର ପାଇଲଟ ଥିଲେ। ନ୍ୟାସନାଲ ଜିଓ ସାପାସିଆଲ ଇଣ୍ଟେଲିଜେନି୍ସ ଏଜେନ୍ସିରେ ଡେଭିଡ କାମ କରୁଥିଲେ। ତାଙ୍କ ମତରେ ସେ ଫାଇଟର ପ୍ଳେନକୁ ପର୍ଟିକୁଲାର ଲୋକେସନର ଫଟୋ ଦେବା ସମୟରେ ଅନେକ ଥର ଏଲିଏନ୍ସ କୁ ଦେଖିଥିଲେ। ଏହାକୁ ନେଇ ଗତ ବର୍ଷ କିଛି ଫଟୋ ତଥା ଭିଡ଼ିଓ ମଧ୍ୟ ଭାଇରାଲ ହୋଇଥିଲା।

ତେବେ ଏହାକୁ ନେଇ ପ୍ରଶ୍ନ ଉଠିଥିଲା କିନ୍ତୁ ସେମାନେ ମଧ୍ୟ ଏହା ସମ୍ପର୍କରେ ଠିକ ଭାବେ କହିନଥିଲେ। ମାନେ ସେମାନେ ନିଜେ ଦ୍ୱନ୍ଦରେ ଥିଲେ। ସେହି ସମୟରେ ଡେଭିଡ ଗ୍ରାସ୍‌ ଏହି ଟାସ୍କ ଫୋର୍ସରେ ଆମେରିକା ଡିଫେନ୍ସ ଫୋର୍ସକୁ ରିପ୍ରେଜେଣ୍ଟ କରୁଥିଲେ। ପରେ ସେ କିଛି ଏମିତି ଦୃଶ୍‌୍ୟ ଦେଖିଥିଲେ ଯେଉଁଥିରେ ସେ ଏଲିଏନ୍ସ ଥିବାର ଅନୁମାନ କରିଥିଲେ। ଏହାକୁ ନେଇ ଅନେକ ଚର୍ଚ୍ଚା ମଧ୍ୟ ହୋଇଥିଲା।

ସେ ଏହି ଖବରକୁ ବାହାରକୁ ଆଣି ଆଲୋଚନା କରିବାକୁ ଚାହୁଁଥିଲେ। ତାଙ୍କ ମତରେ ଦେଖାଯାଉଥିବା ୟୁଏଫଓ ହୁଏତ ଭୁଲବଶତଃ ସେଠାରେ ରହିଯାଇଛି। କିନ୍ତୁ ସେଥିରେ କେହି ନାହାନ୍ତି। ଏହାକୁ ନେଇ ବିସ୍ତୃତ ଭାବେ ଜାଣିବା ପାଇଁ ସେ ଖବର କୁ ଚାରିଆଡେ ଦେବାକୁ ଇଚ୍ଚା ରଖିଥିଳେ। ଅନେକ ମିଡ଼ିଆ ହାଉସ୍‌ ରେ ସେ ନିଜର ଏହି ଯୁକ୍ତି ରଖିଥିଲେ। ସୂଚନା ଅନୁସାରେ ଏକ ଫୁଟବଲ ସାଇଜର ୟୁଏଫଓ ଥିଲା ଯାହାକୁ ରିଡ୍ରାଇଭ କରାଯାଇଥିଲା। ଯେତେବେଳେ ତାହା କ୍ରାସ ହୋଇଯାଥିଲା। ଏହାକୁ ଆମେରିକା ହିଁ ପରେ ରଖିଥିଲା। ଯାହା ସେ ଏବେ ମାନିବାକୁ ନାରାଜ ।

ମିଡ଼ିଆ ହାଉସ୍‌ ରେ ଖବର ପହଞ୍ଚିବା ପରେ କଂଗ୍ରେସ ଉପରେ ପ୍ରେସର ପଡ଼ିଲା। କଂଗ୍ରେସ ହେଉଛି ସେଠାକାର ପାର୍ଲାମେଣ୍ଟ। ଏମିତିରେ ତାଙ୍କୁ ସେଠାକୁ ଡାକି ତାଙ୍କର ହିୟରିଂ ବା ଶୁଣାଣୀ ହୋଇଥିଲା। ଡେଭିଡ ନିଜ ସହ ଦୁଇଜଣଙ୍କୁ ଆଣଇଥିଲେ। ଯିଏ ଏହି ଦୃଶ୍ୟ କୁ ବି ଦେଖିଥିଲେ।

ଆମେ ଜାଣିଛେ ଆଜିକା ଦିନରେ ସବୁଠୁ ବଡ଼ ଶକ୍ତିଶାଳୀ ଫାଇଟର ପ୍ଲେନ ଆମେରିକା ପାଖରେ ଅଛି। ଯାହା ସବୁ କିଛି ଡିଟେକ୍ଟ କରିପାରେ। ଆଗରୁ ଯାହା ୮୦ ହଜାର ଫୁଟରୁ ଦେଖାଯାଉଥିଲା ତାହା ଏବେ ୧୦ ହଜାର ଫୁଟରୁ ଦେଖିବାକୁ ମିଳୁଛି। ଅନେକ ବାର ଏହା ହେଉଛି। ତେଣୁ ସେମାନେ ଏହାକୁ ଅନେକ ଥର ଦେଖିଛନ୍ତି ବୋଲି ଦାବି କରିଛନ୍ତି । ଏହାକୁ ନେଇ ଏବେ ଆମେରିକା କଣ କହୁଛି ତାକୁ ରହିଛି ଅପେକ୍ଷା। ଏମିତି ଅଭିଯୋଗ ଆସୁଛି ଯେ ମିଲିଟାରି ଏଠାରେ ମିସ୍‌ ଆପ୍ରୋପିଏଟ ବା ଭୁଲ କଥା ଦର୍ଶାଉଛି। ଏହାର କାରଣ ପାର୍ଲାମେଣ୍ଟ ମଦ୍ୟ ହୋଇପାରେ। ମୋଟ ଉପରେ ଆମେରିକା ଏହି କଥାକୁ ଲୁଚାଇବାକୁ ଚାହୁଁଛି ବୋଲି ଡେଭିଡ କହିଛନ୍ତି ।

D Sonali

Recent Posts

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

20 mins ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

51 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

53 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

56 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

1 hour ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

1 hour ago