ଇସ୍କନର ମୁଖପାତ୍ର ରାଧାରମଣ ଦାସଙ୍କ ପ୍ରତିକ୍ରିୟା, କହିଲେ ଟ୍ରମ୍ପଙ୍କୁ ବଞ୍ଚାଇ ଦେଲେ ପ୍ରଭୁ ଜଗନ୍ନାଥ

ଟ୍ରମ୍ପଙ୍କୁ ବଞ୍ଚାଇ ଦେଲେ ପ୍ରଭୁ ଜଗନ୍ନାଥ । ଏହା କହିଛନ୍ତି ଇସ୍କନର ଜଣେ ମୁଖପାତ୍ର ରାଧାରମଣ ଦାସ । ୪୮ ବର୍ଷ ପୂର୍ବରୁ ଟ୍ରମ୍ପ ନ୍ୟୁୟର୍କରେ ହୋଇଥିବା ଜଗନ୍ନାଥଙ୍କର ଏକ ରଥଯାତ୍ରାରେ ଭକ୍ତଙ୍କୁ ସହାୟତା କରିଥିଲେ । ତେଣୁ ଏହାର ପ୍ରତିଦାନ ସ୍ୱରୂପ ପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କୁ ରକ୍ଷା କରିଛନ୍ତି ବୋଲି ରାଧାରମଣ ଦାସ କହିଛନ୍ତି । ଏବେ ପୁଣି ପ୍ରଭୁଙ୍କ ରଥଯାତ୍ରା ଉତ୍ସବ ଚାଲିଛି । ତେଣୁ ପ୍ରଭୁଙ୍କ ଆଶୀର୍ବାଦ ଥିବାରୁ ଟ୍ରମ୍ପଙ୍କ ଜୀବନ ନେବାକୁ ହୋଇଥିବା ଉଦ୍ୟମ ବିଫଳ ହୋଇଛି ବୋଲି ସେ କହିଛନ୍ତି ।

ତେବେ ସୂଚନା ଥାଉକି, ପେନସିଲଭେନିଆର ବଟଲରରେ ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରାଲିରେ ଗୁଳିକାଣ୍ଡରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଥିଲଲେ । ଟ୍ରମ୍ପଙ୍କ ଡାହାଣ କାନ ଉପରେ ଗୁଳି ବାଜି ବାହାରିଯାଇଥିଲା ।

ଶନିବାର ଦିନ ଟ୍ରମ୍ପଙ୍କ ଜୀବନ ନେବାକୁ ପ୍ରୟାସ କରିଥିବା ଆକ୍ରମଣକାରୀର ପରିଚୟ ୨୦ ବର୍ଷୀୟ ଥମାସ ମାଥ୍ୟୁ କ୍ରୁକ୍ସ ଭାବେ ହୋଇଛି । ବେଥେଲ ପାର୍କ, ପେନସିଲଭେନିଆର ଥମାସ ଫିଟ୍ସବର୍ଗର ଠିକ ବାହାରେ ବଟଲରରେ ଏକ ଆଉଟଡୋର ରାଲିରେ ଗୁଳି ଚଲାଇଥିଲେ । ଘଟଣାସ୍ଥଳରୁ ଏକ ଏଆର-୧୫ ସେମି ଅଟୋମେଟିକ ରାଇଫଲ ଜବତ ହୋଇଛି । ଏହା ଜରିଆରେ ଟ୍ରମ୍ପଙ୍କ ରାଲିରେ ଗୁଳିମାଡ ହୋଇଥିଲା । ସୂଚନା ଅନୁଯାୟୀ, ଥମାସଙ୍କୁ ବଟଲର ଫାର୍ମ ଶୋ ଗ୍ରାଉଣ୍ଡରେ ମଞ୍ଚରୁ ୧୩୦ ଗଜରୁ ଅଧିକ ଦୂର ଏକ ମ୍ୟାନୁଫ୍ୟାକଚରିଂ ପ୍ଲାଣ୍ଟର ଛାତରେ ଦେଖାଯାଇଥିଲା ।

ବନ୍ଧୁକଧାରୀ ଟ୍ରମ୍ପଙ୍କ ଭାଷଣ ଦେବା ସ୍ଥଳରୁ ୧୨୦ ମିଟର ଦୂରରେ ଥିବା ଏକ ମାନ୍ୟୁଫ୍ୟାକଚରିଂ କମ୍ପାନୀର ଛାତରେ ଠିଆ ହୋଇଥିଲା, ସେ ସେଠାରେ ଟ୍ରମ୍ପଙ୍କୁ ଲକ୍ଷ୍ୟ କରି ଗୁଳି କରିଥିଲା । ୟୁଏସ ସିକ୍ରେଟ ସର୍ଭିସ ଏଜେଣ୍ଟ କାର୍ଯ୍ୟାନୁଷ୍ଠାନରେ ଆକ୍ରମଣକାରୀ ମୁଣ୍ଡକୁ ଗୁଳି ମାଡ କରିଥିଲେ । ଘଟଣାସ୍ଥଳରେ ଆକ୍ରମଣକାରୀର ମୃତ୍ୟୁ ହୋଇଥିଲା ।