ବାଂଲାଦେଶରେ ପୁଣି ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ, ଜଣେ ମୃତ

ନୂଆଦିଲ୍ଲୀ : ପୁଣି ବାଂଲାଦେଶରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ । ଗତକାଲି ବାଂଲାଦେଶର ନୋଆଖାଲି ଅଞ୍ଚଳରେ ଥିବା ଇସ୍କନ ମନ୍ଦିର ଉପରେ ୨୦୦ରୁ ଉର୍ଦ୍ଧ ଦୁର୍ବୃତ୍ତ ଆକ୍ରମଣ କରି ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ଦଳବଦ୍ଧ ଭାବେ କିଛି ଦୁବୃର୍ତ୍ତ ଆସି ମନ୍ଦିରରେ ପଶି ଭଙ୍ଗାରୁଜା ଓ ପୋଡ଼ାଜଳା କରିବା ସହ ଶ୍ରଦ୍ଧାଳୁଙ୍କୁ ଆକ୍ରମଣ କହିଥିଲେ । ଏଥିରେ ପାର୍ଥ ଦାସ ନାମକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଏଥିସହ କିଛି ଭକ୍ତ ଆହତ ହୋଇଛନ୍ତି । ଘଟଣା ପରେ ଇସ୍କନ ପକ୍ଷରୁ ବାଂଲାଦେଶ ସରକାରଙ୍କୁ ହିନ୍ଦୁଙ୍କ ଉପରେ ହେଉଥିବା ଆକ୍ରମଣକୁ ରୋକିବା ଲାଗି ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି । ଏଥିସହ ଆକ୍ରମଣକାରୀଙ୍କୁ ଗିରଫ କରି ଆଇନ ଅନୁସାରେ ଦଣ୍ଡ ଦେବାକୁ ନିବେଦନ କରାଯାଇଛି ।

ଏହାପୂର୍ବରୁ ଦୁର୍ଗାପୂଜା ପାଳନ ସମୟରେ କେତେକ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା କରାଯିବାରୁ ସୃଷ୍ଟି ହୋଇଥିବା ହିଂସାକାଣ୍ଡରେ ୪ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିବାରୁ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ଗୁରୁବାର ଦିନ ୨୨ଟି ଜିଲ୍ଲାରେ ପାରାମିଲିଟାରି ସୈନିକ ମୁତୟନ କରିଥିଲେ। ବାଂଲାଦେଶର କମିଲ୍ଲାରେ ଘଟିଥିବା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଛି। କେହି ତ୍ରାହି ପାଇବେ ନାହିଁ। ସେ ଯେଉଁ ଧର୍ମର ହୋଇ ଥାଆନ୍ତୁ ନା, କାହିଁକି। ସେମାନଙ୍କୁ ଠାବ କରାଯାଇ ଶାସ୍ତି ଦିଆଯିବ ବୋଲି ଢାକାସ୍ଥିତ ଦକ୍ଷିଣେଶ୍ୱରୀ ଜାତୀୟ ମନ୍ଦିରରେ ହିନ୍ଦୁମାନଙ୍କ ସହ ଅଭିନନ୍ଦନ ଆଦାନପ୍ରଦାନ ସମୟରେ ଗଣମାଧ୍ୟମକୁ ପ୍ରଧାନମନ୍ତ୍ରୀ ହସିନା କହିଛନ୍ତି।

ସୂଚନା ମୁତାବକ ସୋସିଆଲ ମିଡିଆରେ ଏକ ପୋଷ୍ଟ କୁ ନେଇ ହିଂସା ଦେଖିବାକୁ ମିଳିଥିଲା । ଏହାପରେ କିଛି ଲୋକ ଦୁର୍ଗାପୂଜା ମଣ୍ଡପକୁ ଭଙ୍ଗାରୁଜା କରିଥିଲେ ।
ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସୀନା ଗୁରୁବାର ଦିନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଢାକାର ଢାକେଶ୍ୱରୀ ମନ୍ଦିରରେ ହୋଇଥିବା କାର୍ଯ୍ୟକ୍ରମରେ ଭାଗ ନେଇ ତାଙ୍କ ସମ୍ବୋନ୍ଧନରେ କହିଥିଲେ କି କୋମିଲା ଜିଲ୍ଲାରେ ହୋଇଥିବା ହିଂସାକୁ ନେଇ ତଦନ୍ତ ଆରମ୍ଭ ହୋଇଛି । ହିନ୍ଦୁ ମନ୍ଦିର ଦୁର୍ଗା ମଣ୍ଡପରେ ଯେଉଁମାନେ ଭଙ୍ଗାରୁଜା କରିଛନ୍ତି ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.