ଇସ୍ରାଏଲ ବ୍ୟବହାର କରିବାକୁ ଯାଉଛି ଆଣ୍ଟି ମିସାଇଲ, ଛୋଟରୁ ଛୋଟ ଜିନିଷକୁ ମଧ୍ୟ ଏହା କ୍ଷତି ପହଞ୍ଚାଇବାରେ ସକ୍ଷମ

ଯୁଦ୍ଧର ନୂଆଁ ଏରା ଆରମ୍ଭ  ।  ଇସ୍ରାଏଲ ବ୍ୟବହାର କରିବାକୁ ଯାଉଛି ଆଣ୍ଟି ମିସାଇଲ ଡିଫେନ୍ସ ସିଷ୍ଟମ ଲେଜରର ଆଇରନ ବିମ ।  ଆଲୋକର ବେଗଠାରୁ ବି ଅଧିକ ଗତିଶୀଳ ।  ଶହ ଶହ କିଲୋମିଟର ଯାଏଁ ହମଲା କରିବାରେ ମାହିର।  ଛୋଟରୁ ଛୋଟ ଜିନିଷକୁ ମଧ୍ୟ ଏହା କ୍ଷତି ପହଞ୍ଚାଇବାରେ ସକ୍ଷମ ।

ଆଇରନ ବିମର ନିର୍ମାଣରେ ଉଚ୍ଚ ଶକ୍ତି ସମ୍ପର୍ଣ୍ଣ ଲେଜରର ବ୍ୟବହାର କରାଯାଇଛି  ।  ଛୋଟଠୁ ଛୋଟ ପ୍ରୋଜେକ୍ଟାଇଲକୁ ମାରି ଖସାଇବାରେ ଏହା ବେଶ ଉପଯୋଗୀ ।  ଯାହାକୁ ଗୋଟେ ବର୍ଷ ମଧ୍ୟରେ ଅପରେଟ କରିବ ଇସ୍ରାଏଲ ।  ଲେଜର ପ୍ରଣାଳୀ ଦେଶର ଆଇରନ ଡୋମ ଏମିତିକି ଅନ୍ୟ ରକ୍ଷାମନ୍ତ୍ରାଳୟର ସମକକ୍ଷ ହେବ ।

ଯାହା ଯୁଦ୍ଧର ଏକ ନୂଆ ଯୁଗର ପ୍ରାରମ୍ଭ କରିବ କହିଛି ଇସ୍ରାଏଲ ରକ୍ଷା ମନ୍ତ୍ରାଳୟ ।  ୫୦୦ଡଲାର ମିଲିୟନରୁ ଅଧିକ ଏହି ଆଇରନ ବିମ ଯେକୌଣସି ମିସାଇଲ, ଡ୍ରୋନ, ରକେଟ ,ମୋର୍ଟାରକୁ ମାରି ଖସାଇବାରେ ସକ୍ଷମ । ମନ୍ତ୍ରାଳୟ କହିଛି କି ଆଇରନ ବିମ ଛୋଟରୁ ଛୋଟ ପ୍ରଜୋଟ୍କାଇଲକୁ ଖସାଇବ ଯେଉଁଠିକି ବାଲିଷ୍ଟିକ ମିସାଇଲ ଭଳି ବଡ ଲକ୍ଷକୁ ଏରୋ୨ ଏରୋ ୩ ଭଳି ଇଣ୍ଟରସେପ୍ଟରର ବ୍ୟବହାର କରାଯାଉଛି ।

You might also like