ଇସ୍ରାଏଲର ଏୟାର ଷ୍ଟ୍ରାଇକ, ହିଜବୁଲ୍ଲା କମାଣ୍ଡର ଇବ୍ରାହିମ ଅକିଲର ମୃତ୍ୟୁ

ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ହିଜବୁଲ୍ଲା କମାଣ୍ଡର ଇବ୍ରାହିମ ଅକିଲର ମୃତ୍ୟୁ ହୋଇଥିବା ଖବର ମିଳିଛି । ଲେବନାନରେ ଆତଙ୍କୀ ସମୂହର ଅତି ନିକଟତର ସଂସ୍ଥାରୁ ଏହି ସୂଚନା ମିଳିଛି । ଅକିଲର ପରିଚୟ ହିଜବୁଲ୍ଲାର ରାଡଓ୍ୱାନ ଫୋର୍ସର କମାଣ୍ଡର ଭାବେ ଜଣାଶୁଣା । ସେହିପରି ଆଉ ୨ ଜଣ ସାଧାରଣ ଲୋକ ମଧ୍ୟ ଏୟାର ଷ୍ଟ୍ରାଇକରେ ପ୍ରାଣ ହରାଇଛି ଓ ୧୭ ଜଣ ଆହତ ହୋଇଛନ୍ତି ।
ଲେବନାନରେ ସକ୍ରିୟ ଥିବା ହିଜବୁଲ୍ଲା ସଂଗଠନର ଏକାଧିକ ଠିକଣା ଉପରେ ଘନଘନ ଏୟାର ଷ୍ଟ୍ରାଇକ କରିଛି ଇସ୍ରାଏଲ । ଶୁକ୍ରବାର ଲେବନାନର ରାଜଧାନୀ ବେରୁଟରେ ଇସ୍ରାଏଲ କରିଥିବା ଆକ୍ରମଣରେ ହିଜବୁଲ୍ଲାର ବ୍ୟାପକ କ୍ଷୟକ୍ଷତି ହୋଇଛି । ଇସ୍ରାଏଲ ସେନା ବେରୁଟରେ ଥିବା ହିଜବୁଲ୍ଲାର ବିଭିନ୍ନ ଜାଗାକୁ ଟାର୍ଗେଟ କରାଯାଇଛି । ଏଥିରେ କୌଣସି ସାଧାରଣ ଲୋକଙ୍କ କ୍ଷୟକ୍ଷତି ହୋଇନାହିଁ ।
ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ବେରୁଟରେ ଥିବା ଏକାଧିକ ଘର ଭୁଶୁଡ଼ି ପଡ଼ିଛି । ଗୋଟିଏ ଆପାର୍ଟମେଣ୍ଟ ଛିନଛତ୍ର ହୋଇଯାଇଥିବା ବେଳେ ସାଧାରଣ ଲୋକ ଭୟରେ ଦୌଡ଼ୁ ଥିବା ଦେଖିବାକୁ ମିଳୁଛି । ଏହାର ଭିଡିଓ ସାମ୍ନାକୁ ଆସିଛି ।
ଇମାଦ ମୁଗନିହେ ହିଜବୁଲ୍ଲା ସେନା କମାଣ୍ଡର-ଇନ-ଚିଫ ରହିଥିଲା । ୨୦୦୮ରେ ଇସ୍ରାଏଲ ତାକୁ ମାରିଥିଲା । ଏହାପରେ ଫୁଆଦ ଶୁକ୍ରକୁ ଏହି ସ୍ଥାନ ମିଳିଥିଲା । କିନ୍ତୁ ଜୁଲାଇ ୨୦୨୪ରେ ଇସ୍ରାଏଲ ତାକୁ ମାରିଥିଲା । ଏହାପରେ ଇବ୍ରାହିମ ଅକିଲକୁ ସେନା କମାଣ୍ଡର ହୋଇଥିଲା । ଏବେ ଇସ୍ରାଏଲ ପୁଣି ଅକିଲକୁ ମାରିଛି । ତେବେ ଏହାପୂର୍ବରୁ ହିଜାବୁଲ୍ଲା ଉତ୍ତର ଇସ୍ରାଏଲ ଉପରେ ୧୪୦ରୁ ଉର୍ଦ୍ଧ୍ବ ରକେଟ ଆକ୍ରମଣ କରିଥିଲା ।
ସୂଚନାଯୋଗ୍ୟ, ଗତ ମଙ୍ଗଳବାର ଏବଂ ବୁଧବାର ଦିନ ଲେବାନାନରେ ଧମାକା ହୋଇଥିଲା । ଲେବଲାନର ରାଜଧାନୀ ବେରୁଟରେ ଅନେକ ସ୍ଥାନରେ ୫,୦୦୦ରୁ ଅଧିକ ପେଜର ଏବଂ ଓ୍ୱାକିଟକି ବ୍ଲାଷ୍ଟ ହୋଇଥିଲା । ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ୩,୦୦୦ ଲୋକ ଆହତ ହୋଇଥିଲେ ।