ଇସ୍ରାଏଲ: ଇମ୍ୟୁନିଟି ପାଓ୍ଵାର ହ୍ରାସ ହେବା କାରଣରୁ ଆରମ୍ଭ ହେଲା ବୁଷ୍ଟର ଡୋଜ

କରୋନାକୁ ମାତ୍‌ ଦେବା ପାଇଁ ଭ୍ୟାକସିନ ଖୁବ ଗୁରୁତ୍ୱପୂର୍ଣ୍ଣ। ଏହା ଶରୀରରେ ଇମ୍ୟୁନିଟି ପାଓ୍ଵାରକୁ ଶକ୍ତିଶାଳୀ କରିଥାଏ। କିନ୍ତୁ ଲୋକସଂଖ୍ୟାକୁ ଦେଖିଲେ ଏବେ ଭ୍ୟାକସିନର ମାତ୍ରା କମିଯାଇଛି। ଏହାର ଅଧିକ ଉତ୍ପାଦନ ପାଇଁ ଏବେ ଜୋରଦାର ପ୍ରୟାସ ଚାଲିଛି। ଭାରତରେ ଏହାର ଗୋଟିଏରୁ ୨ଟି ଡୋଜ ଦିଆଯାଉଥିବା ବେଳେ ଇସ୍ରାଏଲରେ ଏହାର ୩ଟି ବା ବୁଷ୍ଟର ଡୋଜ ପ୍ରକି୍ରୟା ଆରମ୍ଭ ହୋଇଛି। କରୋନା ଭାରିଏଣ୍ଟକୁ ଦୃଷ୍ଟିରେ ରଖି ଇସ୍ରାଏଲ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

କରୋନାର ଡେଲ୍ଟା ଭାରିଏଣ୍ଟରେ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ୁଥିବା କାରଣରୁ ଗତ ସୋମବାରରୁ ଇସ୍ରାଏଲରେ କରୋନା ଭ୍ୟାକସିନର ବୁଷ୍ଟର ଡୋଜ ଦିଆଯାଉଛି। କିନ୍ତୁ ଏହା କେବଳ ସେହି ମାନଙ୍କୁ ଦିଆଯାଉଛି, ଯେଉଁମାନଙ୍କ ଇମ୍ୟୁନ ସିଷ୍ଟମ ଦୁର୍ବଳ ରହିଛି। ତେଣୁ ଲୋକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଫାଇଜର ଟୀକାର ବୁଷ୍ଟର ଡୋଜ ଦିଆଯାଉଛି।

କରୋନାରେ ସଂକ୍ରମିତଙ୍କ ହାର ଦେଖି ଇସ୍ରାଏଲର ସ୍ୱାସ୍ଥ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଖବର ଅନୁଯାୟୀ ଫାଇଜର ଏବଂ ବାୟୋନେଟିକ ଏସଇ ଇସ୍ରାଏଲର ପ୍ରମୁଖ ଭ୍ୟାକସିନ କମ୍ପାନୀ। ଏହାସହ ସେ ଆମେରିକା ଏବଂ ୟୁରୋପରୁ ଭ୍ୟାକସିନର ଡୋଜ ମଧ୍ୟ ମଗାଇଛନ୍ତି। ଇସ୍ରାଏଲର ପ୍ରମୁଖ ଭ୍ୟାକସିନ କମ୍ପାନୀର କହିବା ଅନୁଯାୟୀ, ଟୀକାର ୨ଟି ଡୋଜ ନେବାର ୬ ମାସ ମଧ୍ୟରେ ସଂକ୍ରମିତ ହେବାର ସମ୍ଭାବନା ଅଧିକ ରହିଛି। ତେଣୁ ଏହାର ବୁଷ୍ଟର ଡୋଜ ନେବା ଆବଶ୍ୟକ।

Leave A Reply

Your email address will not be published.