ୟେମେନର ହୋଦେଇଦାହରେ ଇସ୍ରାଏଲ ଏୟାରଫୋର୍ସର ଆଟାକ୍, ୧ ମୃତ୍ୟୁ, ୩୫ ଆହତ ସୂଚନା

ୟେମେନ ଉପରେ ଇସ୍ରାଏଲର ଆକ୍ରମଣ ।  ହାଉତିଙ୍କ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ଜବାବ ଦେଲା ଇସ୍ରାଏଲ ।  ବନ୍ଦର ସହର ହୋଦେଇଦାହ ରେ ଇସ୍ରାଏଲ୍ ଏୟାର ଷ୍ଟ୍ରାଇକ୍ କରିଛି ।  ଏଥିରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ୩୫ ଜଣ ଆହତ ହୋଇଥିବା ସୂଚନା ରହିଛି ।  ଅତି କମରେ ୫ଟି ଆକ୍ରମଣ ହୋଦେଇଦାହ ବନ୍ଦର ଉପରେ ହୋଇଥିଲା।

ଅନ୍ୟ ଆକ୍ରମଣଗୁଡ଼ିକ ହୋଦେଇଦାହ ସହରରୁ ୫୫ କିଲୋମିଟର ଦୂର ଉତ୍ତର-ପୂର୍ବରେ ଅବସ୍ଥିତ ବାଜିଲ ଜିଲ୍ଲାରେ ଏକ ସିମେଣ୍ଟ କାରଖାନା ଉପରେ ହୋଇଥିଲା ।  ଏହି ଅପରେସନରେ ପ୍ରାୟ ୨୦ଟି ଇସ୍ରାଏଲୀ ଫାଇଟର ପ୍ଲେନ୍ ଭାଗ ନେଇଥିଲା ।  ହାଉତିଙ୍କ ଆକ୍ରମଣ ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ସାତ ଗୁଣା ହମଲା ହେବ ବୋଲି ଚେତାବନୀ ଦେଇଥିଲେ ।

Also read: ଲେବାନନରେ ଥମୁନି ଇସ୍ରାଏଲର ଆକ୍ରମଣ, ମିସାଇଲ ମାଡ଼ରେ ୨୨ ଜଣଙ୍କ ମୃତ୍ୟୁ