ଇସ୍ରାଏଲ ଡିଫେନ୍ସ ଫୋର୍ସ (ଆଇଡିଏଫ୍) ସୋମବାର ଲେବାନନ୍ରେ ପୁଣି ଏକ ବଡ଼ ବିମାନ ଆକ୍ରମଣ କରିଛି । ଦୁଇଟି ବଡ଼ ଆକ୍ରମଣ ସମୟରେ ଏହା ହିଜବୁଲ୍ଲାର ୩୦୦ରୁ ଅଧିକ ଠିକଣାକୁ ଟାର୍ଗେଟ କରିଛି ବୋଲି ଆଇଡିଏଫ୍ କହିଛି । ଇସ୍ରାଏଲ୍ ଏୟାର ଷ୍ଟ୍ରାଇକ୍ ପରେ ଲେବାନନ୍ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ଯେ ଏହି ଆକ୍ରମଣରେ ୧୦୦ ଜଣ ଲୋକ ପ୍ରାଣ ହରାଇଛନ୍ତି ଏବଂ ୪୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।
ଆଇଡିଏଫ୍ ପ୍ରବକ୍ତା ଡାନିଏଲ ହଗାରୀ କହିଛନ୍ତି, ହିଜବୁଲ୍ଲା ଯେଉଁ ଅଟ୍ଟାଳିକାରେ ଅସ୍ତ୍ରଶସ୍ତ୍ର ଏବଂ ରକେଟ ଲୁଚାଇ ରଖିଥିଲା, ସେହି ଆଖପାଖରେ ରହୁଥିବା ଲୋକମାନଙ୍କୁ ଇସ୍ରାଏଲ୍ ସେନା ଘର ଖାଲି କରିବାକୁ ଚେତାବନୀ ଦେବା ପରେ ଏହି ଆକ୍ରମଣ କରାଯାଇଛି ।