ଇସ୍ରାଏଲ-ହମାସ ଯୁଦ୍ଧକୁ ବର୍ଷେ, ଲେବନାନରେ ହିଜବୁଲ୍ଲାକୁ ନିପାତ କରିବାକୁ ଇସ୍ରାଏର ଏୟାର ଷ୍ଟ୍ରାଇକ

ଇସ୍ରାଏଲ ହମାସ ଯୁଦ୍ଧକୁ ପୂରିଲା ବର୍ଷେ ।  ହାମାସ ମିଲିଟାରୀର ପରାଜୟ ହୋଇଥିବା ଇସ୍ରାଏଲ ସ୍ଥଳ ସେନା ମୁଖ୍ୟ ଦାବି କରିଛନ୍ତି  ।  ଏପଟେ ଲେବନାନରେ ଇରାନ ସମର୍ଥିତ ଆତଙ୍କୀ ସଂଗଠନ ହିଜବୁଲ୍ଲାକୁ ମୁଳପୋଛ କରିବାକୁ ବୋମାମାଡ ଜାରି ରଖିଛି ଇସ୍ରାଏଲ ।  ଏୟାରଷ୍ଟ୍ରାଇକରେ ୨୩ ଜଣ ପ୍ରାଣ ହରାଇଥିବା ବେଳେ ଶହେରୁ ଅଧିକ ଆହତ ହୋଇଛନ୍ତି ।  ହିଜବୁଲ୍ଲା ଆଡ୍ଡାକୁ ଧ୍ବଂସ କରିବାକୁ ଗ୍ରାଉଣ୍ଡ ଅପରେସନ ବି ଜୋରଦାର କରିଛି ଇସ୍ରାଏଲ ।  ଦକ୍ଷିଣ ଲେବାନନରୁ ଲୋକଙ୍କୁ ଘର ଛାଡ଼ିଯିବାକୁ ସାନି ନିର୍ଦ୍ଦେଶ ଜାରି କରିଛି ।

ହିଜବୁଲ୍ଲାର ବିଭିନ୍ନ ଆଡ୍ଡା ଉପରେ ୩୦ରୁ ଅଧିକ ଏୟାର ଷ୍ଟ୍ରାଇକ କରିଛି ଆଇଡିଏଫ ।  ଏ ପର୍ଯ୍ୟନ୍ତ ୪୦୦ରୁ ଅଧିକ ହିଜବୁଲ୍ଲା ଆତଙ୍କୀଙ୍କୁ ନିପାତ କରାଯାଇଥିବା ଇସ୍ରାଏଲ ଦାବି କରିଛି ।  ଦକ୍ଷିଣ ଲେବାନନରୁ ୧୦ ଲକ୍ଷ ଲୋକ ଘର ଦ୍ବାର ଛାଡ଼ି ପଳାଇଲେଣି ।  ଇସ୍ରାଏଲ ଉପରେ ହମାସ ଆକ୍ରମଣକୁ ବର୍ଷେ ପୂରିଥିବାରୁ ଇସ୍ରାଏଲ ଉପରେ ହାଇଆଲର୍ଟ ଜାରି ହୋଇଛି ।  ବର୍ଷକ ତଳେ ଆଜିର ଦିନରେ ହମାସର ବର୍ବର ଆକ୍ରମଣରେ ୧୨୦୦ ଇସ୍ରାଏଲ ନାଗରିକ ପ୍ରାଣ ହରାଇଥିଲେ ।  ଏହା ପରଠୁ ଗାଜାରେ ହମାସ ଉପରେ ଇସ୍ରାଏଲର ଆକ୍ରମଣ ଜାରି ରହିଛି ।