ଲେବାନନ ଉପରେ ରକେଟ ଆକ୍ରମଣ କଲା ଇସ୍ରାଏଲ, ୧୧ ମୃତ, ୪୮ ଆହତ

ଲେବାନନ ଉପରେ ପୁଣି ଆକ୍ରମଣ କରିଛି ଇସ୍ରାଏଲ । ଇସ୍ରାଏଲ ଲେବାନନ ଉପରେ କରିଛି ରକେଟ୍‌ ମାଡ଼ କରିଥିବା ବେଳେ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୪୮ ଜଣ ଆହତ ହୋଇଛନ୍ତି । ଲେବନାନର ଟାୟର ଅଞ୍ଚଳରେ ଏହି ଆକ୍ରମଣ ହୋଇଛି । ରବିବାର ଇସ୍ରାଏଲ ଆକ୍ରମଣରେ ହେଜବୁଲ୍ଲାର ମୁଖ୍ୟ ମୁଖପାତ୍ର ମହମ୍ମଦ ଆଫିଫଙ୍କ ମୃତ୍ୟୁ ଘଟିଛି ।

ଏହାପୂର୍ବରୁ ମଧ୍ୟ ଇସ୍ରାଏଲ୍ କ୍ରମାଗତ ଭାବରେ ଲେବାନନ ଏବଂ ଗାଜା ଅଞ୍ଚଳରେ ଆକ୍ରମଣ କରିଛି । ସେପ୍ଟେମ୍ବରରେ ଇସ୍ରାଏଲର ସାମରିକ କାର୍ଯ୍ୟାନୁଷ୍ଠାନ ବୃଦ୍ଧି ଏବଂ ଟପ୍ ହେଜବୁଲ୍ଲା ନେତା ହାସନ ନସରଲ୍ଲାଙ୍କ ହତ୍ୟା କରିଥିଲେ । ବର୍ତ୍ତମାନ ଇସ୍ରାଏଲ ସେନା ତାଙ୍କୁ ମଧ୍ୟ ହତ୍ୟା କରିଥିବା ସୂଚନା ମିଳିଛି ।

ଉତ୍ତର ଗାଜାର ବେତ ଲୋହିୟାରେ ଇସ୍ରାଏଲ ଦ୍ୱାରା ଆକ୍ରମଣ କରାଯାଇଥିଲା । ଏହି ଆକ୍ରମଣରେ ଅତି କମରେ ୩୦ ଜଣଙ୍କର ମୃତ୍ୟୁ ହୋଇଛି । ଅନେକ ଲୋକ ଏବେ ବି ମାଟି ତଳେ ପୋତି ହୋଇ ରହିଛନ୍ତି।  ସ୍ଥାନୀୟ ଲୋକ କହିଛନ୍ତି ଯେ ଇସ୍ରାଏଲର ଆକ୍ରମଣ ଯୋଗୁ ଅନେକ ଘର ମଧ୍ୟ ନଷ୍ଟ ହୋଇଯାଇଛି ।

ଏହାପୂର୍ବରୁ ଗାଜା ପଟିରେ ଶନିବାର ରାତିସାରା ଇସ୍ରାଏଲ ରକେଟ ମାଡ କରିଥିଲା । ଏଥିରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି ।

ସୂଚନାଯୋଗ୍ୟ, ଉତ୍ତର ଇସ୍ରାଏଲ କାଏସରିଆ ସ୍ଥିତ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଘର ଉପରକୁ ଦୁଇଟି ରକେଟ୍ ମାଡ଼ କରିଥିଲା ହିଜବୁଲ୍ଲା । ନେତାନ୍ୟାହୁଙ୍କ ଘର ପାଖରେ ସ୍ଥିତ କେସରିୟା ଅଞ୍ଚଳରେ ଏହି ବୋମା ମାଡ଼ ହୋଇଥିଲା । ଘଟଣା ସମୟରେ ଘରେ ପ୍ରଧାନମନ୍ତ୍ରୀ କିମ୍ବା ତାଙ୍କ ପରିବାର ଲୋକେ ଘରେ ନଥିଲେ । ଗତ ମାସ ଅକ୍ଟୋବର ୧୯ ତାରିଖରେ ମଧ୍ୟ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ବାସଭବନ ଉପରକୁ ଡ୍ରୋନ୍ ଆକ୍ରମଣ ହୋଇଥିଲା । ଏଥିରେ ଅଳ୍ପକେ ବର୍ତ୍ତିଯାଇଥିଲେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ।

You might also like