ଲେବନାନ ଉପରେ ପୁଣି ଏୟାର ଷ୍ଟ୍ରାଇକ କଲା ଇସ୍ରାଏଲ, ୨୩ ମୃତ

ପୁଣି ଲେବନାନ ଉପରେ ଆକ୍ରମଣ କରିଛି ଇସ୍ରାଏଲ । ଲେବନାନ ଉପରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ କରିବା ଯୋଗୁଁ ୨୩ ଜଣଙ୍କର ମୃତ୍ୟୁ ହୋଇଛି । ଇସ୍ରାଏଲ ଲେବନାନର ଏକ ବିଲିଡିଂ ଉପରେ ଷ୍ଟ୍ରାଇକ କରିଥିଲା । ଘଟଣାରେ ୮ ଜଣ ଗୁରୁତର ଆହତ ହୋଇଛନ୍ତି ।

ନ୍ୟାସନାଲ ନ୍ୟୁଜ ଏଜେନ୍ସୀ ମୁତାବକ, ୟୁନିନ ଗାଁର ମହାପାର ଅଲୀ କସାସରେ ସିରିୟାର ୨୩ ଜଣଙ୍କ ମୃତଦେହ ବିଲିଡିଂରୁ ବାହାର କରାଯାଇଛି । ଆକ୍ରମଣରେ ସିରିୟା ଏବଂ ଲେବନାନା ଲୋକ ମଧ୍ୟ ଆହତ ହୋଇଛନ୍ତି ।

ନିକଟରେ ଇସ୍ରାଏଲ ଲେବନାନର ଅନେକ ସ୍ଥାନରେ ଆକ୍ରମଣ କରିଛି । ଇସ୍ରାଏଲ କହିଛି କି, ହିଜାବୁଲ୍ଲା ଠିକଣାକୁ ଟାଗେର୍ଟ କରି ରକେଟ ମାଡ କରାଯାଇଛି । ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ କହିବାନୁସାରେ, ଲେବନାନରେ ୬୩୦ରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି ।

ସୂଚନାଯୋଗ୍ୟ, ଇସ୍ରାଏଲ୍ ଏୟାର ଷ୍ଟ୍ରାଇକ୍‌ ପରେ ଲେବାନନ୍‌ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ଯେ ଏହି ଆକ୍ରମଣରେ ୧୦୦ ଜଣ ଲୋକ ପ୍ରାଣ ହରାଇଛନ୍ତି ଏବଂ ୪୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଲେବନାନରେ ସକ୍ରିୟ ଥିବା ହିଜବୁଲ୍ଲା ସଂଗଠନର ଏକାଧିକ ଠିକଣା ଉପରେ ଘନଘନ ଏୟାର ଷ୍ଟ୍ରାଇକ କରିଛି ଇସ୍ରାଏଲ ।

ଗତ ମଙ୍ଗଳବାର ଏବଂ ବୁଧବାର ଦିନ ଲେବାନାନରେ ଧମାକା ହୋଇଥିଲା । ଲେବଲାନର ରାଜଧାନୀ ବେରୁଟରେ ଅନେକ ସ୍ଥାନରେ ୫,୦୦୦ରୁ ଅଧିକ ପେଜର ଏବଂ ଓ୍ୱାକିଟକି ବ୍ଲାଷ୍ଟ ହୋଇଥିଲା । ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ୩,୦୦୦ ଲୋକ ଆହତ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like