କୋଭିଡ୍-୧୯ ଲଢ଼େଇରେ ସାମ୍ନାକୁ ଆସିଲା ISRO, ତିଆରି କଲା ସ୍ବଦେଶୀ ଅକ୍ସିଜେନ୍ କନ୍ସଟ୍ରେଟର

ଏବେ ପୂରା ଦେଶ କରୋନା ସହ ଲଢ଼ୁଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଇସ୍ରୋ ଲଗାତାର ଭାରତ ସହ ରହି ଆସିଛି। ଏବେ ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନର ବିକ୍ରମ ସାରାଭାଇ ସ୍ପେସ ସେଣ୍ଟର ମେଡିକାଲ ଅକ୍ସିଜେନ୍ କନ୍ସଟ୍ରେଟର ତିଆରି କରିଛି। ଏହାର ନାଁ ଦିଆଯାଇଛି ଶ୍ୱାସ। ଏହା ଅକ୍ସିଜେନ୍ ସପୋର୍ଟରେ ଥିବା ରୋଗୀଙ୍କୁ ୯୫ପ୍ରତିଶତରୁ ଅଧିକ ଅକ୍ସିଜେନ୍ ପ୍ରଦାନ କରିବ।

ISRO ଦ୍ୱାରା ନିର୍ମିତ ଶ୍ୱାସ ଅକ୍ସିଜେନ୍ କନ୍ସଟ୍ରେଟର ପ୍ରେସର ସ୍ୱିଙ୍ଗ ଏଡସପର୍ସନ ଦ୍ୱାରା ବାୟୁରୁ ନାଇଟ୍ରୋଜେନ୍ ଗ୍ୟାସକୁ ଅଲଗା କରି ଅକ୍ସିଜେନର ମାତ୍ରା ବଢ଼ାଇ ଏହା ସାହାଯ୍ୟରେ ରୋଗୀକୁ ପ୍ରଦାନ କରିବ। ଏହା ଗୋଟିଏ ମିନିଟରେ ପ୍ରାୟ ୧୦ ଲିଟର ଅକ୍ସିଜେନ୍ ଦେବାକୁ ସକ୍ଷମ। ଫଳରେ ଗୋଟିଏ ସମୟରେ ଦୁଇ ଜଣ ରୋଗୀର ଚିକିତ୍ସା କରିହେବ।

ଏହି ମେସିନ ତିଆରି କରି ଇସ୍ରୋ ପୁଣି ଥରେ ପ୍ରମାଣିତ କରିଦେଇଛି ଯେ ଆମ ସ୍ପେସ ରିସର୍ଚ୍ଚ ସେଣ୍ଟର କେବଳ ରକେଟ୍ ସାଇନ୍ସରେ ମହାରଥୀ ହାସଲ କରିନି ବରଂ ଯେକୌଣସି ସ୍ଥିତିରେ ଦେଶ ସହ ଠିଆ ହେବାକୁ ବି ସକ୍ଷମ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.