ଚନ୍ଦ୍ରଯାନ-୩ର ସଫଳତା ପରେ ଇସ୍ରୋ ମୁଖ୍ୟ ଏସ୍‌. ସୋମନାଥ କଲେ ମା’ ଭଦ୍ରକାଳୀଙ୍କୁ ଦର୍ଶନ, ମନ୍ଦିରରେ ପହଞ୍ଚି କଲେ ପୂଜାର୍ଚ୍ଚନା

ଚନ୍ଦ୍ରଯାନ-୩ର ସଫଳ ସଫ୍ଟ ଲ୍ୟାଣ୍ଡିଂ ପରେ ଇସ୍ରୋ ମୁଖ୍ୟ ଏସ୍‌. ସୋମନାଥ ରବିବାର କେରଳର ମା’ ଭଦ୍ରକାଳୀ ମନ୍ଦିର ଦର୍ଶନ କରିଛନ୍ତି। ସେ କେରଳର ଥିରୁଅନନ୍ତପୁରମ୍‌ରେ ଥିବା ପୋର୍ଣ୍ଣାଭିକାଭୁ ଭଦ୍ରକାଳୀ ମନ୍ଦିରକୁ ଦର୍ଶନ କରିବାକୁ ଯାଇଥିଲେ।

ଚନ୍ଦ୍ରଯାନ-୩ର ସଫଳ ସଫ୍ଟ ଲ୍ୟାଣ୍ଡିଂ ପରେ ଇସ୍ରୋ ମୁଖ୍ୟ ଏସ୍‌. ସୋମନାଥ ରବିବାର କେରଳର ମା’ ଭଦ୍ରକାଳୀ ମନ୍ଦିର ଦର୍ଶନ କରିଛନ୍ତି। ସେ କେରଳର ଥିରୁଅନନ୍ତପୁରମ୍‌ରେ ଥିବା ପୋର୍ଣ୍ଣାଭିକାଭୁ ଭଦ୍ରକାଳୀ ମନ୍ଦିରକୁ ଦର୍ଶନ କରିବାକୁ ଯାଇଥିଲେ। ସୋମନାଥ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ ଏବଂ ମା’ଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଥିଲେ।

ଏହି ସମୟରେ ସେ ମନ୍ଦିର ବାହାରେ ହାତ ଯୋଡ଼ି ଛିଡ଼ା ହୋଇଥିବାର ଦେଖା ଯାଇଥିଲେ। ପୂଜା ପରେ ସେ ଆଳତି ମଧ୍ୟ ନେଇଥିଲେ। କହି ରଖୁଛୁ, ଭାରତର ମୁନ୍‌ ମିଶନ ‘ଚନ୍ଦ୍ରଯାନ-୩’ ଚନ୍ଦ୍ରପୃଷ୍ଠରେ ପହଞ୍ଚି ଇତିହାସ ସୃଷ୍ଟି କରିଛି। ଇସ୍ରୋର ଏହି ଉପଲବ୍ଧିରେ ସାରା ଦେଶ ଉତ୍ସବ ପାଳନ କରୁଛି।

ଚନ୍ଦ୍ରଯାନ-୩କୁ ଚନ୍ଦ୍ରର ଦକ୍ଷିଣ ମେରୁରେ ଓହ୍ଲାଯାଇଛି, ଯେଉଁଠି ଆଜି ପର୍ଯ୍ୟନ୍ତ କୌଣସି ବି ଦେଶର ସ୍ପେସ୍‌କ୍ରାଫ୍ଟ ପହଞ୍ଚିପାରି ନାହିଁ। ଅଗଷ୍ଟ ୨୩ ସନ୍ଧ୍ୟା ୬ଟା ୪ ମିନିଟ୍‌ରେ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ପହଞ୍ଚିଥିଲା। ଯେମିତି ହିଁ ଚନ୍ଦ୍ରଯାନର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠକୁ ଛୁଇଁଥିଲା, ସେତେବେଳେ ସାରା ଦେଶ ଖୁସିରେ ଝୁମି ଉଠିଥିଲା। ପୂରା ଦେଶ ଏହି ମୁହୂର୍ତ୍ତକୁ ଲାଇଭ୍‌ ଦେଖିଥିଲା ଏବଂ ଏହି ଐତିହାସିକ ଘଟଣାର ସାକ୍ଷୀ ସାଜିଥିଲା।

ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୨୩ ତାରିଖକୁ ‘ଜାତୀୟ ମହାକାଶ ଦିବସ’ ଭାବେ ପାଳନ କରିବାକୁ ଘୋଷଣା କରିଛନ୍ତି। ବିଦେଶରୁ ଫେରି ଇସ୍ରୋ ହିରୋଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ। ବେଙ୍ଗାଲୁରୁସ୍ଥିତ ଇସ୍ରୋ ମୁଖ୍ୟାଳୟରେ ପହଞ୍ଚି ମୋଦି ମିଶନରେ ସମ୍ପୃକ୍ତ ବୈଜ୍ଞାନିକମାନଙ୍କୁ ପ୍ରଂଶସା କରିଥିଲେ।

ଯେଉଁଠି ଚନ୍ଦ୍ରଯାନ-୩ ଅବତରଣ କରିଥିଲା, ପିଏମ୍‌ ତା’ର ନାଁ ରଖିଛନ୍ତି। ଚନ୍ଦ୍ରଯାନ ଅବତରଣ କରିଥିବା ସ୍ଥାନର ନାଁ ‘ଶିବଶକ୍ତି’ ରଖିଥିବା ବେଳେ ଚନ୍ଦ୍ରଯାନ-୨ର ପଦଚିହ୍ନ ସ୍ଥଳକୁ ‘ତ୍ରିରଙ୍ଗା’ ନାଁ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି।