ଦେଶ ବିଦେଶ

ପାଖରେ ନଥିଲା ଟଙ୍କା, ଭଙ୍ଗା ସାଇକେଲରେ କଲେଜ ଯାଉଥିଲେ ISRO ମୁଖ୍ୟ ଏସ୍‌. ସୋମନାଥ

ISRO ମୁଖ୍ୟ ଏସ୍‌. ସୋମନାଥ ଙ୍କୁ କିଏ ବା ନଜାଣେ । ଭାରତ ଆଜି ସମଗ୍ର ବିଶ୍ୱରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିବାର ପ୍ରମୁଖ କାରଣ ହେଉଛନ୍ତି ଏସ୍‌. ସୋମନାଥ । ଚନ୍ଦ୍ରରେ ଭାରତକୁ ପହଞ୍ଚାଇ ଆଜି ନିଜର ଭିନ୍ନ ପରିଚୟ ସୃଷ୍ଟି କରି ପାରିଛନ୍ତି ଏସ୍‌. ସୋମନାଥ । ତାଙ୍କ ନେତୃତ୍ୱରେ ଭାରତର ସୌର ମିଶନ ଆଦିତ୍ୟ ଏଲ -1 ମଧ୍ୟ ସଫଳତାର ସହ ଲଞ୍ଚ କରାଯାଇଛି । ଏହି ଦୁଇଟି ପ୍ରୋଜେକ୍ଟର ମୂଲ୍ୟ କୋଟି କୋଟି ଟଙ୍କା । କିନ୍ତୁ ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO)ର ମୁଖ୍ୟ ଏସ୍. ସୋମନାଥ ଏହି ସଫଳତା ହାସଲ କରିବା ପାଇଁ କେତେ ସଂଘର୍ଷ କରିଛନ୍ତି ତାହା ହୁଏତ ଖୁବ କମ ଲୋକଙ୍କୁ ହିଁ ଜଣା । ତାଙ୍କ ସଂଘର୍ଷ ଭରା କାହାଣୀ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ସେ ଗୋଟିଏ ଗୋଟିଏ ଟଙ୍କା ବଞ୍ଚାଇ ପାଠ ପଢ଼ିବା ପାଇଁ ସଂଘର୍ଷ କରୁଥିଲେ ।

ISRO ମୁଖ୍ୟ ଏସ୍. ସୋମନାଥ ଭଙ୍ଗା ସାଇକେଲରେ କଲେଜ ଯାଉଥିଲେ । ବସ୍ କିମ୍ବା ଅନ୍ୟ ଗାଡିରେ ଯିବା ପାଇଁ ତାଙ୍କ ପାଖରେ ଟଙ୍କା ନଥିଲା । ତେଣୁ ସେ ନିଜ ଭଙ୍ଗା ସାଇକେଲରେ ହିଁ କଲେଜ ଯାଉଥିଲେ । ପାଠ ପଢ଼ିବାର ଇଚ୍ଛା ଶକ୍ତି ଯୋଗୁଁ ସେ କେବେ ସୁବିଧାକୁ ଅପେକ୍ଷା କରି ନଥିଲେ । ଏହି କଥା ତାଙ୍କ ଆତ୍ମଜୀବନୀ ‘ନୀଲାଭୁ କୁଦିଚା ସିମହାଙ୍ଗଲ’ରେ ସେ ଲେଖିଛନ୍ତି । ତାଙ୍କର ଏହି ଆତ୍ମଜୀବନୀ ମାଲାୟାଲାମରେ ଲେଖା ଯାଇଛି ଏବଂ ଆସନ୍ତା ମାସରେ ଏହା ରିଲିଜ ହେବ । ସୋମନାଥ ତାଙ୍କ ଅଟୋବାୟୋଗ୍ରାଫିରେ ଆତ୍ମବିଶ୍ୱାସର ଅଭାବରେ ପୀଡିତ ଯୁବକମାନଙ୍କୁ ପ୍ରେରଣା ଦେଇଛନ୍ତି । ଏହି ପୁସ୍ତକରେ ଏସ୍‌ ସୋମନାଥଙ୍କ ବିଷୟରେ ସମସ୍ତ କଥା ଲେଖାଯାଇଛି ।

ତାଙ୍କ ଜୀବନର ଘଟିଥିବା ସମସ୍ତ ଛୋଟ ବଡ଼ କଥାକୁ ଏହି ପୁସ୍ତକରେ ସେ ଜଣାଇଛନ୍ତି । କଲେଜରେ ପଢ଼ୁଥିବା ସମୟରେ ରହିବାକୁ ତାଙ୍କ ପାଖରେ ଭଲ ଘର ନଥିଲା । ସେ ସାଇକେଲରେ କଲେଜ ଯାଉଥିଲେ ଯାହା ଦ୍ୱାରା ସେ ହଷ୍ଟେଲ ଫି ଏବଂ ଅନ୍ୟାନ୍ୟ ଖର୍ଚ୍ଚ ଉଠାଉଥିଲେ ।

ISRO ମୁଖ୍ୟ ଏସ୍. ସୋମନାଥଙ୍କ ଆତ୍ମକଥା କେରଳର ଲିପି ପ୍ରକାଶନ ଦ୍ୱାରା ପ୍ରକାଶିତ ହୋଇଛି ଏବଂ ଏହି ପୁସ୍ତକ ନଭେମ୍ବରରେ ବିକ୍ରି ପାଇଁ ଉପଲବ୍ଧ ହେବ । ଏହି ବହିରେ ଏକ ଗରିବ ଗାଁର ଯୁବକ କଥା, ISRO ଦ୍ୱାରା ବିକାଶ, ବର୍ତ୍ତମାନର ସମ୍ମାନଜନକ ପଦବୀକୁ ପାଇବା ପାଇଁ କରିଥିବା ସଂଘର୍ଷମୟ ଯାତ୍ରା ଏବଂ ଚନ୍ଦ୍ରଯାନ –୩ର ଲଞ୍ଚିଂ ବିଷୟରେ ବର୍ଣ୍ଣନା କରାଯାଇଛି ।

ପିଟିଆଇ ସହ କଥାବାର୍ତ୍ତା କରି ସୋମନାଥ କହିଛନ୍ତି ଯେ ତାଙ୍କ ଆତ୍ମଜୀବନୀ ପ୍ରକୃତରେ ଜଣେ ସାଧାରଣ ଗ୍ରାମୀଣ ଯୁବକଙ୍କର କାହାଣୀ, ଯିଏ ଇଞ୍ଜିନିୟରିଂରେ ଆଡମିଶନ ନେବା ଉଚିତ୍ ନା ବି.ଏସ୍.ସିରେ ଆଡମିଶନ ନେବା ଉଚିତ ତାହା ମଧ୍ୟ ଜାଣି ନଥିଲେ । ସେ ଅନେକ କଷ୍ଟ ସହ ସଂଘର୍ଷ କରିଥିଲେ ଏବଂ ଅନେକ ସଠିକ୍ ନିଷ୍ପତ୍ତି ନେଇ ବର୍ତ୍ତମାନ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିଛନ୍ତି ।

ISRO ଚେୟାରମ୍ୟାନ୍ ସୋମନାଥ କହିଛନ୍ତି ଯେ, ଏହି ପୁସ୍ତକର ଉଦ୍ଦେଶ୍ୟ ତାଙ୍କ ଜୀବନ କାହାଣୀ ଦେଖାଇବା ନୁହେଁ, କିନ୍ତୁ ଜୀବନର ପ୍ରତିକୂଳ ପରିସ୍ଥିତିକୁ କିପରି ସାମ୍ନା କରି ସ୍ୱପ୍ନକୁ ପୂରଣ କରିବାର ପ୍ରେରଣା ଦେବା । ଏହା ହିଁ ଏହି ପୁସ୍ତକର ମୂଳ ଉଦ୍ଦେଶ୍ୟ । ସୋମନାଥ କହିଛନ୍ତି ଯେ ଅନେକ ଯୁବକ ପ୍ରତିଭାଶାଳୀ ହୋଇଥାନ୍ତି କିନ୍ତୁ ସେମାନଙ୍କର ଆତ୍ମବିଶ୍ୱାସର ଅଭାବ ରହିଛି । ଏହି ବହିର ଉଦ୍ଦେଶ୍ୟ ହେଉଛି ଜୀବନରେ ଆସୁଥିବା ପ୍ରତ୍ୟେକ ସୁଯୋଗର ଉପଯୋଗ କରିବା, ପରିସ୍ଥିତି ଯାହା ବି ହେଉନା କାହିଁକି । ଏହା ଦ୍ୱାରା ଜଣେ ନିଜ ସ୍ୱପ୍ନକୁ ପୂରା କରି ପାରିବ ।

Subhalaxmi Das

Recent Posts

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

30 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

32 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

35 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

41 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

56 mins ago

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

2 hours ago